ଚୋରଭାବି ୩ ଜଣଙ୍କୁ ପୁଲିସରେ ଜିମାଦେଲେ ଗ୍ରାମବାସୀ

ମାଲକାନଗିରି ୭/୧୦(ଏସଏସନିୟୁଜ) ଚୋରଭାବି ୩ ଜଣଙ୍କୁ ଧରି ପୁଲିସରେ ଜିମା ଦେଲେ ଗ୍ରାମବାସୀ ।ଗତକାଲି ରାତିରେ ଛତିଶଗଡ ୭ ଜଣ ବ୍ୟକ୍ତି ମାଲକାନଗିରିର ବ୍ଲକ ଅନ୍ତର୍ଗତ ଉଡୁପା ପଞ୍ଚାୟତର ବଇଲାପାରି ଗ୍ରାମରେ ପଶିଥିଲେ। ଗ୍ରାମବାସୀ ମାନେ ଏକାଠିହୋଇ ସେମାନଙ୍କ ମଧ୍ୟରୁ ୩ ଜଣକୁ ଧରି ନିସ୍ତୁକ ମାଡ ମାରି ଆଜି ସକାଳେ ପୁଲିସର ଜିମାରେ ଦେଇଥିଲେ।ପରେ ପୋଲିସ ତଦନ୍ତ କରିବାପରେ ଏମାନେ ଚୋର ହୋଇନଥିବାବେଳେ ପୁରାତନ ଦୁର୍ଲଭ ମୁଦ୍ରା ତମ୍ବାଖାସୁ ପାଇଁ ଏମାନେ ଏହି ଗ୍ରାମକୁ ଆସିଥିବାର ପୋଲିସ ଜାଣିବାକୁ ପାଇଛି ।ଅଧିକ ଜାଣିବାପାଇଁ ସେମାନଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment