Browsing daily archive

October 25, 2021

ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ

କେନ୍ଦୁଝର , ୨୫/୧୦(ଏସଏସନିୟୁଜ)ବାମେଵାରୀ ଥାନା ବଳଦା ଗ୍ରାମରେ ଗତକାଲି ନିଆଁ ଲାଗିଯିବାରୁ ଘରେ ଶୋଇଥିବା ସମୟରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ସ୍ତ୍ରୀ ଲକ୍ଷ୍ମୀ ଦେହୁରୀ ଜୀବନ୍ତ ଦଗ୍ଧ ହୋଇଥିବା ଭଳି ଦୁଃଖଦ ଘଟଣା ଘଟିଛି ।ସୈାଭାଗ୍ୟବଶତ ପାଖରେ ଶୋଇଥିବା ଛୋଟପୁଅଟି ବଂଚିଯାଇଛି ।ଏହି ଅଗ୍ନିକାଣ୍ଡରେ ସବୁଆସବାସପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି ।  

ଚାଳକ ଖସିଗଲା,ଧରାପଡିଲା କାଠବୋଝେଇ ପିକ୍ଅପ୍ ଭ୍ୟାନ୍

ପାଟଣାଗଡ଼, ୨୫/୧୦(ଏସଏସନିୟୁଜ) ବିଳମ୍ବିତ ରାତିରେ ସିଆଲବନ୍ଧ ଗ୍ରାମ ନିକଟରେ କାଠ ବୋଝେଇ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ପାଟଣାଗଡ଼ ବନ ବିଭାଗ ଜବତ କରିଛି । ଓଡି ୦୩ଡି ୪୧୮୬ନଂ ଭ୍ୟାନ୍ରେ କାଠ ନେଇ କିରିବାଞ୍ଜି ଜଙ୍ଗଲ ପଟରୁ ପାଟଣାଗଡ଼ ଆଡ଼କୁ ଆସୁଥିବାବେଳେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀମାନଙ୍କ ହାବୁଡରେ ପଡିଥିଲା ।ଚାଳକ କୈାଶଳକ୍ରମେ ଫେରାର ହୋଇଯାଇଥିବାବେଳେ କାଠ ବୋଝେଇ ଗାଡିକୁ ବନବିଭାଗ ଜବତ କରିଥିଲେ ।

ଟିସି ନେବାକୁ ଛାତ୍ରଛାତ୍ରୀଙ୍କ ଭିଡ଼

କଳାହାଣ୍ଡି ,୨୫/୧୦(ଏସଏସନିୟୁଜ) ମହାଲିଙ୍ଗ ସନସାଇନ୍ କଲେଜ ବଦନାମ ହୋଇଯିବା ପରେ ଏବେ ଆରମ୍ଭ ହୋଇଯାଇଛି ଟିସି ନେବାର ପ୍ରକିୟା । ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଉଜ୍ୱଳପାଇଁ ଟିସିନେବାକୁ ଭୀଡ ଲଗାଇଛନ୍ତି । ଗତକାଲି କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି। ଅନ୍ୟପଟେ ଆଜି ମହାଲିଙ୍ଗ ସନସାଇନ୍ କଲେଜରେ ଯୁକ୍ତ ଦୁଇ ଛାତ୍ରମାନଙ୍କର ପାଠପଢା ଆରମ୍ଭ ହୋଇଥିବାର ଜଣାପଡିଛି ।

ଭିଜିଲାନ୍ସ ଜାଲରେ ସିଡିପିଓ

କଳାହାଣ୍ଡି,୨୫/୧୦(ଏସ ଏସ ନିୟୁଜ)ଲାଞ୍ଚ ନେବାବେଳେ ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ ଭିଜିଲାନ୍ସ ହାତରେ ଧରପଡିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ଅଙ୍ଗନାବାଡ଼ି କର୍ମୀ ଚୟନ ପାଇଁ ନେଉଥିବା ବେଳେ ଧରାପଡ଼ିଛନ୍ତି ।୨୩/୨୧ନମ୍ବର ରେ କୋରାପୁଟ ଭିଜିଲାନ୍ସ ବିଭାଗ ଏକ ମକଦମା ରୁଜୁକରିଛି। ଏହାପରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବାର ଜଣାପଡିଛି । .

ଧବଳେଶ୍ୱର ପୀଠରେ ୧୪୪

କଟକ,୨୫/୧୦(ଏସ ଏସ ନିୟୁଜ)ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ହବିଷ ଅନ୍ନ ଖାଇ ବ୍ରତ ପାଳନ କରିବେ ହବିଷ୍ୟାଳି । ଧର୍ମ ମାସରେ ନିରାମିଷ ଭକ୍ଷଣ କରି ଧର୍ମ କାମ କଲେ ହୋଇଥାଏ ପୂଣ୍ୟ ଅର୍ଜନ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।କିନ୍ତୁ କୋଭିଡ କଟକଣା ଯୋଗୁ ଚଳିତବର୍ଷ ପୁରୀ ଆସିବାକୁ ହବିଷ୍ୟାଳିଙ୍କୁ ବାରଣ କରାଯାଇଛି ।ସେହିଁଭଳିଭାବେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ବାବାଙ୍କ ଦର୍ଶନ ସହ ପୁଣ୍ୟର୍ଜନ […]

ଆଜିର ଅନୁଚିନ୍ତା

🦋ଆଘାତ ଏଭଳି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ, କାରଣ ଯେ ପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ପାଇଥାଏ ସେପର୍ଯ୍ଯନ୍ତ ସଠିକ୍ ରାସ୍ତାକୁ ଆସି ପାରି ନ ଥାଏ । 🦋ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ, ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ । 🦋●ଅର୍ଥ ଆଉ ●ସ୍ବାର୍ଥ ଏହି ଦୁଇଟା ମଣିଷକୁ ଅମଣିଷ କରି ଦେଇଥାଏ । 🦋ସଫଳତାର ପ୍ରଥମ ପାହାଚ ହେଉଛି “ଆତ୍ମବିଶ୍ବାସ” । 🦋ସବୁ […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏 ଅକ୍ଟୋବର ମାସ ୨୫ ତାରିଖ ୨୦୨୧ମସିହା (ସୋମବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ, ନକ୍ଷତ୍ର- ମୃଗଶିରା,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବିଛା ରାଶିର ଘାତ ଚନ୍ଦ୍ର ଦିବା ଘ୦୨-୪୪ମି ଗତେ ମେଷ ମିଥୁନ କର୍କଟ ସିଂହ ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର,ମୂଳା […]