ଧବଳେଶ୍ୱର ପୀଠରେ ୧୪୪

କଟକ,୨୫/୧୦(ଏସ ଏସ ନିୟୁଜ)ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ହବିଷ ଅନ୍ନ ଖାଇ ବ୍ରତ ପାଳନ କରିବେ ହବିଷ୍ୟାଳି । ଧର୍ମ ମାସରେ ନିରାମିଷ ଭକ୍ଷଣ କରି ଧର୍ମ କାମ କଲେ ହୋଇଥାଏ ପୂଣ୍ୟ ଅର୍ଜନ । ଶ୍ରୀମନ୍ଦିରରେ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।କିନ୍ତୁ କୋଭିଡ କଟକଣା ଯୋଗୁ ଚଳିତବର୍ଷ ପୁରୀ ଆସିବାକୁ ହବିଷ୍ୟାଳିଙ୍କୁ ବାରଣ କରାଯାଇଛି ।ସେହିଁଭଳିଭାବେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ବାବାଙ୍କ ଦର୍ଶନ ସହ ପୁଣ୍ୟର୍ଜନ ପାଇଁ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠକୁ ଆସିଥାନ୍ତି।କିନ୍ତୁ କୋଭିଡ ପାଇଁ ଗହଳି ହେବାର ସ୍ୱଭାବନା ଥିବାରୁ ୧୪୪ଧାରା ଜାରି କରିଛି ଜିଲା ପ୍ରଶାସନ।ଫଳରେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ବାବା ଧବଳେଶ୍ୱରଙ୍କୁ ଭକ୍ତମାନେ ଦର୍ଶନ କରିବାରୁ ବଞ୍ଚିତ ହେବେ ବୋଲି ଜଣାପଡିଛି ।

Comments (0)
Add Comment