Browsing monthly archive

October 2021

ମହାନଦୀରେ ଭାସିଗଲେ ବାପା, ପୁଅ, ଝିଅ

ସମ୍ବଲପୁର, ୪/୧୦(ଏସଏସନିୟୁଜ) ସମ୍ବଲପୁରରେ ଅଘଟଣ । ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ଗୋଟିଏ ପରିବାରର ପିଲା ଓ ବାପା କୁମିଶାଇ ୩ଜଣଭାସି ଯାଇଛନ୍ତି ।ଖବରପାଇ ଅଗ୍ନିଶମବାହିନୀ ପାଣିରେ ଭାସିଥିବା ବାପା ମହମ୍ମଦ ଅଲତାଫ (୪୦) ଓ ତାଙ୍କ ପୁଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ବି ସେଠାରେ ସେମାନେ ମୃତ୍ୟୁବରଣ କରିଥିଲେ ।ଝିଅ ରୁକସାନା ପରବିନ (୧୨)କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ପତ୍ତା ମିଳିନାହିଁ । ଦଲେଇପଡା ଘାଟରେ […]

ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା ,୪/୧୦(ଏସଏସନିୟୁଜ) ୧୧ବର୍ଷ ଧରି ବିଚାରଧିନ କଏଦୀ ଭାବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ହୋଇଛି । ଆଳିରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ । ଆଳିରେ ଜଣେ ବ୍ୟବସାୟୀଙ୍କୁ ୨୦୧୧ମସିହାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର,୪/୧୦(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି ମୁଖ୍ୟମନ୍ତ୍ରୀ […]

ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ବାରଙ୍ଗ,୪/୧୦(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ପଦାସାହି ଗ୍ରାମୁଣ୍ଡ ଲେବଲ୍ କ୍ରସିଂ ନିକଟ ରେଳ ଧାରଣାରେ ସୋମବାର ସକାଳେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ରେଳବାଇ ଫାଣ୍ଡି ପୋଲିସ । ଯୁବକ ଜଣକ ଗତକାଲି ବିଳମ୍ବିତ ରାତିରେ ଟ୍ରେନରୁ ଖସିପଡ଼ି ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ମୃତ ଯୁବକର ପରିଚୟ ମିଳିପାରିନଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଜାରିରଖିଛନ୍ତି ଫାଣ୍ଡି ଅଧିକାରୀ ନରେନ୍ଦ୍ର […]

୧୫୦୧ କେଜି ଗଞ୍ଜେଇ ଜବତ

ମାଲକାନଗିରି, ୪/୧୦(ଏସଏସନିୟୁଜ) ଗତକାଲି ରାତିରେ ଚିତ୍ରକୋଣ୍ଡା ପୁଲିସ ରେଖାପାଲି – ଦାରାକୋଣ୍ଡା ରାସ୍ତାରେ ପେଟ୍ରୋଲିଂ ବେଳେ ୧୫୦୧ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ତାର ନାମ ନଗବତୁଲା ବାଲୁ(୨୨), ପୋଲିସ ପେଟ୍ରୋଲିଂ କରୁଥିବାବେଳେ ଏ.ପି ୨୭ ଟି ୱାଇ ୪୭୭୪ନଂ ଟାଟା ଏସି ଗାଡିକୁ ରୋକି ଯାଂଚ କରିବାବେଳେ ୫୦ ବସ୍ତା ଗଞ୍ଜେଇ ମିଳିଥିଲା ।ଏହାକୁ ଓଜନକରିବାପରେ ୧୫୦୧ କେଜି ୨୫୦ ଗ୍ରାମ ହେଇଥିଲା । ଏହି ଗଞ୍ଜେଇ ଆନ୍ଧ୍ର […]

ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ଅଧିକାରୀ

ଗଞ୍ଜାମ,୪/୧୦(ଏସଏସନିୟୁଜ) ନୟାଗଡର ୨୩ ଜଣିଆ ପ୍ରଶାସନିକ ଅଧିକାରୀ ଟିମ ଗଞ୍ଜାମ ଜିଲ୍ଲାର ବିକାଶ ମଡେଲକୁ ପରିଦର୍ଶନ କରିଛନ୍ତି ।ଏହି ଟିମ୍ ଶତ୍ରୁସୋଲ ଗ୍ରାମରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ।ପରେ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର, କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିଥିଲେ ।ଏହି ଟିମ୍ ରେ ଆଠ ଜଣ ବିଡ଼ିଓ, ଆଠ ଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜେଇ ପ୍ରମୁଖ ରହିଥିଲେ ।ପରେ ଲୋକପ୍ରତିନିଧିମାନଙ୍କ ସହ ଏହି ଟିମ୍ ଉନ୍ନୟନ କାର‌୍ୟ୍ୟ […]

ଓଳାଶୁଣୀ ପାହାଡ ଉପରେ ଗୁଳିମାଡ, ଯୁବକ ଗୁରୁତର

ବାଲିଚନ୍ଦ୍ରପୁର,୪/୧୦(ଏସଏସନିୟୁଜ) ରବିବାର ରାତିରେ ଓଳାଶୁଣୀ ପାହାଡର ପୂର୍ବପଟ ରାସ୍ତାରେ ଜଣେ ଯୁବକ ଉପରକୁ ୪ ରାଉଣ୍ଡ ଗୁଳି ମାଡ କରାଯାଇଛି। ଗୁଳିମାଡରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ ଓରଫ ବୁବୁନ (୨୮)ଗୁରୁତର ହୋଇ ମେଡିକାଲରେ ଚିକିସ୍‌ିତ ହେଉଥିବାର ଜଣାପଡିଛି । ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ସିଦ୍ଧାନ୍ତ ତାର ଅନ୍ୟ ଜଣେ ସାଥିସହ ପର‌୍ୟ୍ୟଟକ ସୁବିଧା କେନ୍ଦ୍ର ନିକଟରେ ଥିବା ବେଳେ ଅଜଣା ତିନିଜଣ ଯୁବକ ଏକ ବାଇକରେ ସେଠାକୁ ଯାଇଥିଲେ।କୈାଣସି କାରଣରୁ ଉଭୟଙ୍କ […]

ଶୀତଦିନ ପାଇଁ ବିଏମସିର ଗାଇଡଲାଇନ୍

ଭୁବନେଶ୍ୱର,୪/୧୦(ଏସଏସନିୟୁଜ) ଶୀତଦିନ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛି ବିଏମସି । ଗାଇଡଲାଇନ୍ ମୁତାବକ, ବିବାହ ଓ ବ୍ରତଘରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ଶୁଦ୍ଧିକ୍ରିୟାରେ ମଧ୍ୟ ସାମିଲ ହୋଇପାରିବେନି ୫୦ରୁ ଅଧିକ ଲୋକ ।ଲୋକସଂଖ୍ୟା ୫୦ରେ ସୀମିତ ରଖିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଲକ୍ଷଣ ଥିଲେ ବିବାହରେ ଯୋଗଦେବା ଉପରେ କଟକଣା ଲଗାଯାଇଛି । ବିବାହ, ବ୍ରତଘର ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ଜରୁରୀ ବୋଲି ବିଏମସି ପକ୍ଷରୁ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ଅକ୍ଟୋବର ମାସ ୦୪ ତାରିଖ ୨୦୨୧ ମସିହା(ସୋମବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ମିଥୁନ ରାଶିର ଘାତବର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବାଇଗଣ ବିରି ଭକ୍ଷଣ ନିଷେଧ । ମେଷ:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ […]

୪ ସୁନାଚେନ ଲୁଟେରାକୁ ଧରିଲା ଜଟଣୀ ପୋଲିସ

ଜଟଣୀ,୩/୧୦(ଏସ ଏସ ନିୟୁଜ)ଜଟଣୀ ଥାନା ପୋଲିସ ୪ଜଣ ସୁନାଚେନ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ଚନ୍ଦନ ନାୟକ (ବାଲୁଆ ), ଭଗବାନ ନାୟକ (ଟିକିଆ ), ମହାବୀର ମଲ୍ଲ ଓ ସହଯୋଗକାରି ସୁଦାମ ସାହୁ ।ସୁନା ଚେନ ଲୁଟେରା ଗତକିଛିଦିନ ହେବ ଜଟଣୀ ଅଞ୍ଚଳରେ ଆତଙ୍କ ସୃଷ୍ଟିକରିଥିଲେ । ଗତ ୧୭ ତାରିଖରେ ରାତିରେ ଗୀତାଞ୍ଜଳି ସାହୁ ସୀତାରାମ ଛକରେ ଯାଉଥିବା ସମୟରେ ଦୁଇ ଅପରାଧୀ ତାଙ୍କୁ ପିଛା […]