ଶୀତଦିନ ପାଇଁ ବିଏମସିର ଗାଇଡଲାଇନ୍

ଭୁବନେଶ୍ୱର,୪/୧୦(ଏସଏସନିୟୁଜ) ଶୀତଦିନ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛି ବିଏମସି । ଗାଇଡଲାଇନ୍ ମୁତାବକ, ବିବାହ ଓ ବ୍ରତଘରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ଶୁଦ୍ଧିକ୍ରିୟାରେ ମଧ୍ୟ ସାମିଲ ହୋଇପାରିବେନି ୫୦ରୁ ଅଧିକ ଲୋକ ।ଲୋକସଂଖ୍ୟା ୫୦ରେ ସୀମିତ ରଖିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଲକ୍ଷଣ ଥିଲେ ବିବାହରେ ଯୋଗଦେବା ଉପରେ କଟକଣା ଲଗାଯାଇଛି । ବିବାହ, ବ୍ରତଘର ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ଜରୁରୀ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Comments (0)
Add Comment