Browsing monthly archive

December 2021

୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ, ୧/୧୨(ଏସଏସନିୟୁଜ) ଆଜି ଭୋର ସମୟରେ ବରପଦା ନିକଟରେ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ବାଲେଶ୍ୱର ଜିଲ୍ଲା ସୋରର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ଆହତ ହୋଇଛନ୍ତି। ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଲୋଡ୍ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏହିଘଟଣାରେ ପୋଲିସ୍‌ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। ପୋଲିସ୍‌ର ଏନ୍‌କାଉଣ୍ଟରରେ […]

କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ୱର, ୧/୧୨(ଏସଏସନିୟୁଜ) ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ କଂଗ୍ରେସ ପକ୍ଷରୁ ବିଧାନସଭା ଗେଟ୍ ସାମ୍ନାରେ ଧାରଣା ଦିଆଯାଇଛି । ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଅଭିଯୋଗ ନେଇ ବିଧାନସଭା ଗେଟ ସାମ୍ନାରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ସହ ଗୃହରେ ପ୍ରବେଶ କରାଇନଦେବାକୁ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି ।

ଭିଜିଲାନ୍ସ ଜାଲରେ ଥାନା ବାବୁ

ବଲାଙ୍ଗୀର,୧/୧୨(ଏସଏସନିୟୁଜ) ବଙ୍ଗୋମୁଣ୍ଡା ପୁଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ଧରିଥିବାବେଳେ ଆଜି ତାଙ୍କ ଘରେ ଚଢ଼ାଉ କରିବାସହ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରିଥିବାର ଜଣାପଡିଛି । ଗତକାଲି ଥାନା ବାବୁ ଏକ ସ୍ବିଫ୍ଟ କାର୍‌ରେ ସମ୍ବଲପୁର ଯାଉଥିବାବେଳେ ବରାହଗୋଡ଼ାସ୍ଥିତ ଟୋଲ୍‌ଗେଟ୍ ପାଖରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ଗାଡିସିଟ୍ ତଳୁ ୨ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ।

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ, ମାସ- ମାର୍ଗଶୀର, ପକ୍ଷ-କୃଷ୍ଣ, ତିଥି- ଦ୍ବାଦଶୀ, ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ କନ୍ୟା ତୁଳା ବିଛା ଧନୁ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବୃଷ ରାଶିର ଘାତ ଚନ୍ଦ୍ର ପ୍ରାତଃ ଘ୦୭-୪୮ମି ଗତେ ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି , ନିଷିଦ୍ଧ ଖାଦ୍ୟ- ପୋଇଶାଗ ରାତ୍ରି ଘ୧୧-୩୫ମି […]

ଆଜିର ଅନୁଚିନ୍ତା

🦋କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ । ଆପଣଙ୍କ ବ୍ୟବହାରରେ ସେ ଲଜ୍ଜା ଅନୁଭବ କରିବେ, ଆପଣଙ୍କ ଅହିଂସା ତାକୁ ସତ୍ୟ ପଥକୁ ଆଣିପାରିବ। 🦋ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ-ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା-ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା । 🦋ଯଦି କାହା ହୃଦୟ ରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି ତାହାଲେ […]