Browsing yearly archive

2021

ଆଜିର ଅନୁଚିନ୍ତା

➡️ଆଘାତ କେବଳ କଷ୍ଟ ଦିଏ ନାହିଁ ଜଣକୁ ବି ବଦଳେଇ ଦିଏ,,,,,,। ➡️ଆନ୍ତରିକତାରେ ଟିକିଏ ପ୍ରଶଂସା ବାଣ୍ଟୁଥିବା ଓ ସ୍ୱଇଚ୍ଛାରେ ଟିକିଏ ଉତ୍ସାହ ଅପରକୁ ଦେଉଥିବା ବ୍ୟକ୍ତି ବାସ୍ତବରେ ବଡ଼ ବଦାନ୍ୟ,ଏସବୁ ଦେଇ ବି ସେ ଅହିଂସା ଓ ଉଦାରତାରେ କୁବେର ହୋଇଯାଏ ମାତ୍ର ହିଂସା ଓ ଇର୍ଷାରେ ଦରିଦ୍ର ଆଉ ଶ୍ରେଷ୍ଠ କୃପଣ ହୋଇଯାଏ। ➡️ ପୃଥିବୀ ପୃଷ୍ଠରେ ପ୍ରଥମ ଆଲୋକ ଯାହା ପାଇଁ ଆମେ ଦେଖୁଛୁ, ମନର ଆବେଗ ନ କହିବା ଆଗରୁ ମନ […]

ଆଜିର ରାଶିଫଳ

ଜୁନ ମାସ ୧୫ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ,ରଜ ସଂକ୍ରାନ୍ତି,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମୂଳା ବେଲ ଭକ୍ଷଣ ନିଷେଧ । ମେଷ= ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। […]

ଆଜିର ଅନୁଚିନ୍ତା

➡️ଲୋକେ କୁହନ୍ତି କେହି ଜଣେ ଚାଲିଗଲେ ଜୀବନ ତା’ ପାଇଁ ଅଟକି ଯାଏନାହିଁ ।କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି ଜଣେ ଥାଏ ଯାହାର ଜାଗା ଆଉ କେହି ନେଇ ପାରିବେ ନାହିଁ । ➡️ରାଶିଫଳ ଉପରେ ବିଶ୍ବାସ ନକରି ନିଜର କର୍ମଫଳ ଉପରେ ବିଶ୍ବାସ କରନ୍ତୁ , କାହିଁକିନା ରାଶି ତ ରାମ ଆଉ ରାବଣର ମଧ୍ୟ ଗୋଟିଏ ଥିଲା କିନ୍ତୁ ନିୟତି ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥିଲା । ➡️ସ୍ବର୍ଗ ମର୍ତ୍ତ୍ୟ […]

ରଜ ଉପଲକ୍ଷେ ବିଶେଷ ଉପସ୍ଥାପନା

ବରଷକେ ଥରେ ଆସିଛି ରଜ-ଆଜି ସଜବାଜ   -’ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ     ଆସିଛି ରଜ ଲୋ ଘେନି ନୂଆ ସଜବାଜ’ ଭାବର ଆଦାନ ପ୍ରଦାନର ପର୍ବ ରଜ। ମିଳନର ପର୍ବ ରଜ। ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ। ଆଷାଢର ଆରମ୍ଭରେ ରଜ ଆସେ। ଏହାର ପୂର୍ବଦିନ ସଜବାଜ ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା ପାଞ୍ଚଦିନ ଧରି ପାଳନ କରାଯାଏ। ରଜର ମୁଖ୍ୟ ତିନିଦିନ ହେଲା :- ପହିଲି […]

ସାଧାରଣ ଜନତାଙ୍କୁ ଝଟକା

୧-ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ । ୨-ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ। ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ କଳାକାର ସାମିଲ ହେଲେ । ୩- କରୋନା ଯୋଗୁଁ ଅନାଥ ହୋଇଥିବା ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ହେବେ ସାମିଲ । ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ଅର୍ଥ […]

ରାଜଧାନୀରେ ଗୋଧି ମାଂସ ବିକ୍ରି ବେଳେ ଚଢାଉ କଲା ପୋଲିସ

  ଭୁବନେଶ୍ବର,୧୪/୬(ଏସ ଏସ ନିୟୁଜ) ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର ପୋଲିସ ଦେଖିବାକୁ ପାଇଥିଲା। ଲକ୍ଷ୍ମୀସାଗର ପୋଲିସ ମାଂସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ବଢିଲା OJEEର ଆବେଦନ ଅବଧି

ଭୁବନେଶ୍ୱର,୧୪/୬(ଏସ ଏସ ନିୟୁଜ) କରୋନାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆବେଦନ ଅବଧିକୁ ପୁଣି ବଢାଯାଇଛି । ଜୁନ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ହେବାର ଥିଲା। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଆୟୋଜନ ନେଇ ତାରିଖ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଅନଲାଇନ ଆବେଦନକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବଢାଯାଇଛି।  

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର,୧୪/୬(ଏସ ଏସ ନିଇଜ) କରୋନା ମହାମାରୀ ଯୋଗୁଁ ଦେଶରେ ବନ୍ଦ ଥିବା ଐତିହ୍ୟସ୍ଥଳଗୁଡିକ ଆସନ୍ତା ୧୬ ତାରିଖରୁ କୋଭିଡ କଟକଣା ଭିତରେ ଏସବୁ ଐତିହ୍ୟସ୍ଥଳ ଖୋଲିବାକୁ ଅନୁମତି ମିଳିଛି।ଏବେ ସଂକ୍ରମଣ କମିବା ପରେ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ ଏପ୍ରିଲ ୧୫ରୁ ଐତିହ୍ୟସ୍ଥଳଗୁଡିକ ବନ୍ଦ କରାଯାଇ ଥିଲା । ଏ ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । […]

ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୧୪/୬(ଏସ ଏସ ନିୟୁଜ)ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର ହୋଇଛି।ଘରୋଇ କାମ ପାଇଁ ୧୨ ବର୍ଷର ନାବାଳିକାକୁ ବ୍ରହ୍ମପୁରରୁ ଅଣାଯାଇ କାମରେ ଲଗାଯାଇଥଲା । ଖବର ପାଇ ଚାଇଲ୍ଡ ଲାଇନ୍‌ ପୁଲିସ୍‌ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଛି।

ନଈରେ ଗାଧୋଉଥିବାବେଳେ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା,୧୪/୬(ଏସ ଏସ ନିୟୁଜ)କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁର ଜଣେ ବୃଦ୍ଧା ନଈରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଛି। ଜଗନ୍ନାଥପୁର ଗାଁରେ ଏହି ଘଟଣା ଘଟିଥିବା ବେଳେ ପୁରସ୍ତମ ଧଳ ଅନ୍ୟ ଜଣେ ମହିଳା ଙ୍କ ସହ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ କୁମ୍ଭୀର ପୁରସ୍ତମ ଟାଣି ନେଇଯାଇଥିବା ଗ୍ରାମବାସୀ ଖବର ପାଇ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ଏଯାଏଁ ସନ୍ଧାନ […]