Browsing yearly archive

2021

ଶପଥ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର, ୫/୧୦(ଏସ ଏସ ନିୟୁଜ) ଶପଥ ନେଲେ ରୁଦ୍ର ମହାରଥୀ ।ପିପିଲି ଉପ-ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟୀ ହେବା ପରେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ବିଧାନସଭାରେ ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ।ପିପିଲି ଉପନିର୍ବାଚନରେ ବିଜୟୀ ହେବା ପରେ ଆଦି ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ପ୍ରାୟ ୨୦ ହଜାର ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ପିପିଲିରେ ରୁଦ୍ର ବିଜୟୀ ହୋଇଛନ୍ତି ।

୪ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ

ଭୁବନେଶ୍ୱର,୫/୧୦(ଏସ ଏସ ନିୟୁଜ)ଓଡ଼ିଶା ସରକାର । ଆଉ ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।ସେମାନେ ହେଲେ୨ ଓଏଏସ୍, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ।ଦୁର୍ନୀତିଗ୍ରସ୍ତ ଓ ଅପରାଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ରାଜ୍ୟ ସରକାର ।ସେଇଥିପାଇଁ ଆଉ ୪ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦେଇଛନ୍ତି ବାଧ୍ୟତାମୂଳକ ଅବସର ।

ଫେବୃଆରୀ ୧୨ରୁ ପଞ୍ଚାୟତ ଭୋଟ୍!

ଭୁବନେଶ୍ୱର, ୫/୧୦(ଏସ ଏସ ନିୟୁଜ) ଫେବୃଆରୀ ମାସ ୧୨ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ ଆରମ୍ଭ ହେବ । ମାର୍ଚ୍ଚ ୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବା ସହ ଲୋକ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିବେ । କେଉଁ କେଉଁ ତାରିଖରେ ନିର୍ବାଚନ ହେବ ତାହା ନିଷ୍ପତି ହୋଇନଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବାର ଜଣାପଡିଛି ।ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ […]

ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର

  ଭୁବନେଶ୍ୱର,୫/୧୦(ଏସ ଏସ ନିୟୁଜ)ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ ।ପ୍ରଦାନ କରିଛନ୍ତି।କମିଶନରେଟ୍‌ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି […]

ପୂରା ଦୁନିଆରେ ହ୍ଵାଟ୍ସଆପ୍, ଫେସବୁକ ଓ ଇନଷ୍ଟାଗ୍ରାମ ସେବା ଠପ୍

  ୧. ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ହୋଇଛି । ବେହେରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିର ଦ୍ୱାର ସବୁକୁ ରୁପା ଛାଉଣୀ କରାଯାଇଛି । ୨. ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟିକାକରଣ । ୩. ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜ୍‌ରେ ସୋମବାର ଏଠାରେ ଖେଳାଯାଇଥିବା ଡ୍ରାମାରେ […]

ଆଜିର ଅନୁଚିନ୍ତା

ତାରିଖ – ୦୫:୧୦:୨୦୨୧ (ମଙ୍ଗଳବାର) 🦋ପ୍ରକୃତରେ ” ନିଦ ” ଆଉ ” ମୃତ୍ୟୁ ” ଭାଇ ଭାଇ ହୋଇଥାନ୍ତି , ହେଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୋଟିଏ ●ନିଦ ଭାଙ୍ଗିଲେ ‘ ସକାଳ ଆଉ● ନଭାଙ୍ଗିଲେ ‘ ପରକାଳ  ! 🦋ସର୍ବଦା ଅପଚୟ ଓ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ , ଆଉ ଏହା ବି ମନେ ରଖନ୍ତୁ ଯେ ତୁମେ ପୃଥିବୀରେ ଜଣେ ଅତିଥି , ମାଲିକ ନୁହେଁ । 🦋ବଜାରରୁ ସବୁକିଛି […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ମାସ ୦୫ ତାରିଖ ୨୦୨୧ ମସିହା (ମଙ୍ଗଳବାର) ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, ବିରି ଓ ଆମିଷ ଭକ୍ଷଣ ନିଷେଧ। ମେଷ: -ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ […]

ବଦଳିଲେ ମୋଟୁ ଥାନା ଏସଆଇ

ମାଲକାନଗିରି,୪/୧୦(ଏସଏସନିୟୁଜ)ବଦଳିଲେ ଏସଆଇ । ଚୋରି ମାମଲାରେ ୨ ଅଭିଯୁକ୍ତଙ୍କୁ ମୋଟୁ ଥାନାରେ ୪ଦିନ ରଖି ଥାର୍ଡ ଡିଗ୍ରୀ ଦେବା ପଡିଲା ମହଙ୍ଗା ।ଶେଷରେ ଏସପି ମୋଟୁ ଥାନା ଏସଆଇ ସୋମନାଥ ଦଳବେହେରାଙ୍କୁ ବଦଳି କରିଛନ୍ତି ।ଦଳବେହେରା ଏବେ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।

ମହାନଦୀରେ ଭାସିଗଲେ ବାପା, ପୁଅ, ଝିଅ

ସମ୍ବଲପୁର, ୪/୧୦(ଏସଏସନିୟୁଜ) ସମ୍ବଲପୁରରେ ଅଘଟଣ । ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ଗୋଟିଏ ପରିବାରର ପିଲା ଓ ବାପା କୁମିଶାଇ ୩ଜଣଭାସି ଯାଇଛନ୍ତି ।ଖବରପାଇ ଅଗ୍ନିଶମବାହିନୀ ପାଣିରେ ଭାସିଥିବା ବାପା ମହମ୍ମଦ ଅଲତାଫ (୪୦) ଓ ତାଙ୍କ ପୁଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ବି ସେଠାରେ ସେମାନେ ମୃତ୍ୟୁବରଣ କରିଥିଲେ ।ଝିଅ ରୁକସାନା ପରବିନ (୧୨)କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ପତ୍ତା ମିଳିନାହିଁ । ଦଲେଇପଡା ଘାଟରେ […]

ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା ,୪/୧୦(ଏସଏସନିୟୁଜ) ୧୧ବର୍ଷ ଧରି ବିଚାରଧିନ କଏଦୀ ଭାବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ହୋଇଛି । ଆଳିରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ । ଆଳିରେ ଜଣେ ବ୍ୟବସାୟୀଙ୍କୁ ୨୦୧୧ମସିହାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।