Browsing daily archive

January 12, 2022

ଉଦ୍‌ଯାପିତ ହେଲା ଆଦିବାସୀଫୁଟବଲ ଟୁର୍ଣାମେଂଟ

ମେଣ୍ଢାଶାଳ ,୧୨/୧(ଏସଏସନିୟୁଜ)ମେଣ୍ଢାଶାଳ ଗ୍ରାମପଂଚାୟତର ହରିଡାମଡା ଗ୍ରାମରେ ୫ଦିନଧରି ଚାଲିଥିବା ୩୫ତମ ଆଦିବାସୀ ଫୁଟବଲ ଟୁର୍ଣାମେଂଟ ଉଦଯାପିତ ହୋଇଯାଇଛି ।ଫାଇନାଲମ୍ୟାଚ ଦୋରିହା ସହ ଗାଡକଣ ମଧ୍ୟରେ ହୋଇଥିଲା ।ଧାର୍ଯ୍ୟ ସମୟମଧ୍ୟରେ କେହି କାହାକୁ ଗୋଲଦେଇପାରିନଥିବାରୁ ଟ୍ରାଇବ୍ରେକର ସହାୟତାରେ ବିଜେତା ବଛାଯାଇଥିଲା ।ଏଥିରେ ୫-୦ଗୋଲରେ ଗାଡକଣ ଦଳ ଚଳିତବର୍ଷର ଚମ୍ପିୟାନ ହୋଇଥିଲା ।ସନ୍ଧ୍ୟାରେ ପୁରସ୍କାରବିତରଣୀ ଉସ୍‌ବରେ ଜଟଣୀବିଧାୟକ ସୁରେଶକୁମାରରାତରାୟ, ଯୁବନେତୃତ୍ୱ ବିଷ୍ନୁପ୍ରସାଦ ବାହିନିପତି,ନାରିନେତ୍ରୀ କୈାଶଲ୍ୟା ବଳିୟାରସିଂହ, ପିଙ୍କୁପାତ୍ର, ସରୋଜ ବେହେରା, ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଜୟୀଦଳକୁ ଟ୍ରଫି ପ୍ରଦାନ କରିଥିଲେ […]

ପୁଣି ବଢିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁୁବନେଶ୍ୱର,୧୨/୧(ଏସଏସନିୟୁଜ)ପୁଣି ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଜାନୁୟାରୀ ୧୦ ତାରିଖରେ ରାଜ୍ୟରେ ୨୮ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ପୂବର୍ତନ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର,୧୨/୧(ଏସଏସନିୟୁଜ) ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନା(୯୦)ଙ୍କର ପୈତୃକ ଘର ପାରଳାଖେମୁଣ୍ଡି ନିକଟବର୍ତ୍ତୀ ଗୁରାଣ୍ଡିରେ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ବିଜୟ କୁମାର ଜେନା ଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପାରଳାଖେମୁଣ୍ଡିର ପୂବର୍ତନ ବିଧାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକ […]

ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ଢେଙ୍କାନାଳ, ୧୨/୧(ଏସଏସନିୟୁଜ) ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଅପରାହ୍ନ ପ୍ରାୟ ୨ଟାରେ ଲୁଟେରାମାନେ କୋଟିଏ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଦୁଇଟି ବୁଲେଟରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଭୁଜାଲିରେ କର୍ମଚାରୀଙ୍କୁ ଆକ୍ରମଣ କରି ଲକର୍‌ରୁ ପ୍ରାୟ ଏକ କୋଟି ଟଙ୍କାରର ସୁନା ଗହଣା ଓ ନଗଦ ୮ ଲକ୍ଷ ଟଙ୍କା ସହ ସିସିଟିଭି କ୍ୟାମେରାର ହାର୍ଡଡିକ୍ସ ମଧ୍ୟ ନେଇ ଯାଇଥିବାର ଅଭିଯୋଗ ହୋଇଛି ।ମୁଖାପିନ୍ଧା ୪ […]

କରୋନା ପରେ ନିମୋନିଆରେ ପୀଡିତ ହେଲେ ଲତା ମଙ୍ଗେସକର

ଭୁୁବନେଶ୍ୱର,୧୨/୧(ଏସଏସନିୟୁଜ) ବଲିଉଡର ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ଶନିବାର ରାତିରେ କରୋନାରେ ଆକ୍ରାନ୍ତ ହେବାପରେ ନିମୋନିଆରେ ପୀଡିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ୧୦ରୁ ୧୨ ଦିନ ଆଇସିୟୁରେ ରହିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି।ଅନ୍ୟପଟେ ତାଙ୍କ ଫ୍ୟାନ୍‌ମାନେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆସିଲା ନୁଆ ଗାଇଡ଼ଲାଇନ୍

ଭୁବନେଶ୍ୱର, ୧୨/୧(ଏସଏସନିୟୁଜ) ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି ।ଏଥିରେ ବଡ଼ ସମାବେଶକୁ ବାରଣ କରାଯାଇଛି । ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ୍ ରାଲି କରାଯାଇପାରିବ ନାହିଁ । ପ୍ରଚାର ବେଳେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି । ଖୋଲା ଜାଗାରେ ଧାର୍ଯ୍ୟ ସୀମା ମଧ୍ୟରେ ସମାବେଶ କରିବାକୁ ଅନୁମତି ଦିଆଯାଇଛି । ସମାବେଶରେ କୋଭିଡ ନୀୟମମାନିବାକୁ ବାଧ୍ୟତାମୂଳକ କରାଯାଇଛି । ନୋମିନେସନ ବେଳେ ପ୍ରାର୍ଥୀ ଓ ଜଣେ ପ୍ରସ୍ତାବକ […]

ନିଆଁ ପରି ବ୍ୟାପୁଛିକୋଭିଡ୍ …

୧. ୱାସିଂଟନ:ବିଶ୍ବରେ ପ୍ରଥମ: ମଣିଷ ଶରୀରରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ । ୨. ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ୩. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚାଲିଥିବା +୨ ପ୍ରଥମ ବର୍ଷ (ଏକାଦଶ) ପତ୍ର ବିନିମୟ ପାଠ୍ୟକ୍ରମ (କରେସପଣ୍ଡେନ୍ସ କୋର୍ସ)ର ନାମଲେଖା ଅବଧି ବୃଦ୍ଧି କରାଯାଇଛି । ଏନେଇ ପରିଷଦ […]

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ,ଶାମ୍ବ ଦଶମୀ, ସୂର୍ଯ୍ୟ ପୂଜା,ମାସ-ପୌଷ,ପକ୍ଷ-ଶୁକ୍ଳ,ତିଥି-ଦଶମୀ ଦିବା ଘ୦୪-୫୧ମି ଗତେଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬-୨୩-୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୨୩-୪୪,ଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର ରାତ୍ରି ଘ ୦୮-୪୬ମି ଗତେ ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର […]

ଆଜିର ଅନୁଚିନ୍ତା

🦋ଆମେ ଅର୍ଜନ କରିଥିବା ସମ୍ପତ୍ତିକୁ ଆମେ ଅନ୍ୟ ସହ ଭାଗବଣ୍ଟା କରିପାରିବା। କିନ୍ତୁ ଆମେ କରିଥିବା କର୍ମକୁ କାହା ସହିତ ବାଣ୍ଟିପାରିବା ନାହିଁ, ଆମଦ୍ୱାରା କରାଯାଇଥିବା କର୍ମକୁ କେବଳ ଆମକୁ ହିଁ ଭୋଗିବାକୁ ପଡିବ। ତେଣୁ କର୍ମ କରିବା ପୂର୍ବରୁ ଥରେ ତାର ପରିଣତି ନିଶ୍ଚୟ ଚିନ୍ତାକରିବା ଉଚିତ୍ । 🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ । 🦋ଯେଉଁମାନଙ୍କ ପାଇଁ […]