🦋ଆମେ ଅର୍ଜନ କରିଥିବା ସମ୍ପତ୍ତିକୁ ଆମେ ଅନ୍ୟ ସହ ଭାଗବଣ୍ଟା କରିପାରିବା। କିନ୍ତୁ ଆମେ କରିଥିବା କର୍ମକୁ କାହା ସହିତ ବାଣ୍ଟିପାରିବା ନାହିଁ, ଆମଦ୍ୱାରା କରାଯାଇଥିବା କର୍ମକୁ କେବଳ ଆମକୁ ହିଁ ଭୋଗିବାକୁ ପଡିବ। ତେଣୁ କର୍ମ କରିବା ପୂର୍ବରୁ ଥରେ ତାର ପରିଣତି ନିଶ୍ଚୟ ଚିନ୍ତାକରିବା ଉଚିତ୍ ।
🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ ।
🦋ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି ।
🦋ସର୍ବଦା ନିଜ ଦୁର୍ବଳତା ନୁହେଁ ବରଂ ନିଜ ଦକ୍ଷତା ଉପରେ ଗୁରୁତ୍ୱ ଦିଅନ୍ତୁ, ଦେଖିବେ ଆପଣଙ୍କର କାର୍ଯ୍ୟ ଶୀଘ୍ର ସମ୍ପର୍ଣ୍ଣ ହେବ।। ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.ଜୟ ଜଗନ୍ନାଥ ,ଜୟ ସୋମନାଥ ।।