Browsing monthly archive

January 2022

ଆଜିର ଅନୁଚିନ୍ତା

🦋ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯାଏ । 🦋କଥାରେ ଅଛି ପକେଟରେ ଟଙ୍କା ଥିଲେ ଦୁନିଆଁ ଲୋକଙ୍କୁ ଚିହ୍ନିବ ” ଆଉ “ଟଙ୍କା ନ ଥିଲେ ନିଜ ଲୋକଙ୍କୁ ଚିହ୍ନିବ। 🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଏଠି ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ […]

ପଶ୍ଚିମବଙ୍ଗରେ ହୁ ହୁ ହୋଇ ବଢୁଛି..

୧. ପୂର୍ବତଟ ରେଳବାଇ ଅର୍ନ୍ତଗତ ହାୱାଡାରୁ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସୋମବାର ଠାରୁ ଚଳାଚଳ ଆରମ୍ଭ କରିବ। ୨. ରାଜ୍ୟରେ ରବିବାର ଗୋଟିଏ ଦିନରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ୩. ମହାମାରୀ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ ଆଶାବ୍ୟକ୍ତ […]

ଖୋର୍ଦ୍ଧା ମେଡିକାଲ କ୍ୟାମ୍ପସରେ ପଶିଲେ ହାତୀ

ଖୋର୍ଦ୍ଧା,୨/୧(ଏସଏସନିୟୁଜ) ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାମ୍ପସରେ ଦୁଇଟି ହାତୀପଶିଆସିଥିବାର କର୍ମଚାରୀମାନେ ଦେଖିବାକୁ ପାଇଛନ୍ତି ।ହାତୀ ଭିତରକୁ କେମିତି ପଶିଲେ ତାହା ଜଣାପଡିନଥିବାବେଳେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଶବ ବ୍ୟବଚ୍ଛେଦ ଗୃହ ନିକଟ ସହରାଂଚଳ ବନୀକରଣ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲ ମଧ୍ୟରେ ଦୁଇଟି ହାତୀ ଥିବାର ଜଣାପଡିବାପରେ ବନବିଭାଗକୁ ଖବର ଦିଆଯାଇଥିଲା ।ଖବରପାଇ ବନବିଭାଗର ୫ଜଣିଆ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

୮ ପରେ ମାଟ୍ରିକ ପିଲାଙ୍କୁ ଟିକା

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଆସନ୍ତା ୫ ତାରିଖରୁ ମାଟ୍ରିକ ସମେଟିଭ୍-୧ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ପରୀକ୍ଷା ଶେଷ ହେବ ।ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ମାସ ୮ ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବାର ନିଷ୍ପତି ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ୩ ତାରିଖରୁ ହେବାକୁ ଯାଉଛି । ଏଥିପାଇଁ ଗତକାଲି ଠାରୁ ପଞିକରଣ ଆରମ୍ଭ ହୋଇଯାଇଛି ।

ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଆଉ ୨୩ ଓମିକ୍ରନ ନୂଆ ଆକ୍ରାନ୍ତ ଚିହ୍ନଟ ରାଜ୍ୟରେ ଚିହ୍ନଟ ହୋଇଛି ।ଚିହ୍ନଟହୋଇଥିବା ୨୩ ଜଣଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା । ୨୩ ଜଣଙ୍କ ବୟସ ୮ରୁ ୮୩ ବର୍ଷ ମଧ୍ୟରେ ହୋଇଥିବାବେଳେ ୧୭ଜଣ ବିଦେଶ ଫେରନ୍ତା ।ସେମାନେ ୟୁକେ ଓ ଦୁବାଇରୁ ଆସିଥିବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା […]

ଭଡ଼ା ଘରୁ ମିଳିଲା ନକଲି ନୋଟ

ଯାଜପୁର, ୨/୧(ଏସଏସନିୟୁଜ) ସନ୍ଥ ମହାଦେବ ନିକଟର ଏକ ଭଡ଼ା ଘରୁ ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଗତକାଲି ରାତିରେ ଜବତ କରି ଏହିଘଟଣାରେ ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଂଚଳର ଜଣକୁ ଅଟକ ରଖି ପଚରାଉଚରା କରୁଛି ।ଜବତ ନଜଲି ନୋଟ ୧୩ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ଆକଳନ କରୁଛି । ପଂଚାୟତ ନିର୍ବାଚନ ପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହି ନକଲି ନୋଟ […]

୧୦ ଦିନ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା, ୨/୧(ଏସଏସନିୟୁଜ) ଜାତୀୟ ଉଦ୍ୟାନ ଭିତରକନିକାରେ କୁମ୍ଭୀର ଗଣନା ପାଇଁ ଜାନୁଆରି ୨ ତାରିଖରୁ ୧୧ ତାରିଖ ଯାଏ ୧୦ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁଆରି ୧୨ରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିବ।ଏହି ସମୟଭିତରେ ଉଦ୍ୟାନ ଭିତରେ ଓ ବାହାରେ ଥିବା ନଦୀନାଳଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ।

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨/୧(ଏସଏସନିୟୁଜ) ଆଇଏଏସ୍ ସ୍ତରରେ ଅଦଳ ବଦଳ ହୋଇଛି ।ଏହିଆଧାରରେ ମଧୁସୂଦନ ପାଢ଼ୀ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ ହୋଇଛନ୍ତି ।ସେହିଭଳିଭାବେ ହେମନ୍ତ ଶର୍ମାଙ୍କୁ ମିଳିଲା ଇଡକୋର ଅତିରିକ୍ତ ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ, ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ , ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶର ଅତିରିକ୍ତ ଦାୟିତ୍. ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦ ବିଭାଗର କମିଶନର, […]

ଗଡ଼ିଆ ଭିତରୁ ମିଲିଲା ୨ ଯୁବକଙ୍କ ମୃତଦେହ

କେନ୍ଦ୍ରାପଡ଼ା, ୨/୧(ଏସଏସନିୟୁଜ) କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ନିକଟ ଏକ ଗଡ଼ିଆରୁ ୨ ଯୁବକଙ୍କ ମୃତଦେହ ସହ ଏକ ବାଇକକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ପାଟକୁରା ଥାନା ତଳଗାଁର ମୃତକ ୨ ଜଣଯୁବକ ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ କାଲି ପିକନିକ୍ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ।ମୃତ୍ୟୁର ପକୃତ କାରଣ ଜଣାପଡିନଥବାବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଆସନ୍ତାକାଲିଠାରୁ ଖୋଲିବ ନାହିଁ ସ୍କୁଲ  

ଭୁବନେଶ୍ୱର,୨/୧(ଏସଏସନିୟୁଜ) ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ସରକାର ନେଇଥିଲେ ସେଥିରେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ବିଭିର୍ଣ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଥିବାବେଳେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିକୁ ରଖି ଓ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖିଥିବାର ସୂଚନା ଓ ଲୋକ […]