Browsing monthly archive

January 2022

ତିନି ମହାନଗର ନିଗମର ସିଟ୍ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା

ଭୁବନେଶ୍ୱର,୨୯/୧(ଏସଏସନିୟୁଜ)ରାଜ୍ୟର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ୩ମହାନଗରନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଥିବାନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଟକର ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଥିବାର ବିଜ୍ଞପ୍ତିରେ କୁହାଯାଇଛି ।ସେହିପରି ମହାନଗର ନିଗମ ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଓ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହିଆଧାରରେ ବ୍ରହ୍ମପୁର […]

ଟ୍ରଲର ପଛରେ ପିଟିଲା ବସ୍

ଚୌଦ୍ୱାର,୨୯/୧(ଏସଏସନିଉଜ) ନିକଟରେ ପାଇପ୍‌ବୋଝେଇ ଟ୍ରଲର ପଛପଟେ ଏକ ଯାତ୍ରୀବାହୀ ବସ୍ ପିଟିହେବା ଫଳରେ ବସ୍‌ରେ ଥିବା ୬ଜଣ ଯାତ୍ରୀଙ୍କ ସମେତ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ବଇଁଚୁଆ ନିକଟରେ ଘଟିଛି । ଓଡ଼ି୦୫ୱାଇ୮୧୪୫ନଂ ମାତୃକରୁଣା ନାମକ ଯାତ୍ରୀବାହୀ ବସ୍ କଟକରୁ ଯାଜପୁରର ମଙ୍ଗଳପୁରକୁ ଦ୍ରୁତଗତିରେ ଯାଉଥିବାବେଳେ ବଇଁଚୁଆ ନିକଟରେ ଯାଉଥିବା ଓଡ଼ି୨୬୦୧୦୫ ନଂ ପାଇପ୍ ବୋଝେଇ ଟ୍ରଲରକୁ ପଛପଟରୁ ଧକ୍କା ଦେଇଥିଲା […]

ଗାଁରେ ପୋଲିସର ପଇଁତରା

ଭଞ୍ଜନଗର,୨୮/୧(ଏସ ଏସ ନିଉଜ)ପଂଚାୟତ ନିର୍ବାଚନ କୁ ନେଇ ଗାଁ ଗହଳିରେ ସରଗରମ ହେଲାଣି ରାଜନୀତି । ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ,ଅପରାଧୀ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଛି ପୋଲିସ ।ଭଂଜନଗର ଥାନା ପକ୍ଷରୁ ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ଥାନା ଚିହ୍ନଟ ହେବା ସହ , ଅସାମାଜିକ ଓ ଅପରାଧୀ ଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି ପୋଲିସ ।ଶୁକ୍ରବାର ଅପରାହ୍ନରେ ଗାଁ ଗାଁ ରେ ଆଗୁଆ ପ୍ରହରା […]

ଏଟିଏମରୁ ୨୦ ହଜାର ଟଙ୍କା ଲୁଟ

ସାକ୍ଷୀଗୋପାଳ,୧୮/(ଏସ ଏସ ନିଉଜ) ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ମଦନମୋହନ ମହଲ ତଳେ ସାକ୍ଷୀଗୋପାଳ ଗ୍ରାମ୍ୟ ବ୍ୟାଙ୍କ ଏଟିଏମରୁ ୨୦ ହଜାର ୪ଶହ ଟଙ୍କା ଲୁଟ ହୋଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।ଏଟିଏମ ଲୁଟେରା ନୂଆ ଢ଼ଙ୍ଗରେ ୫ଜଣଙ୍କ ଠାରୁ ୨୦ ହଜାର ୪ଶହ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ସୂଚନା ଦେଇଛନ୍ତି ।

ଚମ୍ପିଆନ ହେଲା ବଜରଙ୍ଗିଦଳ

ବାରଙ୍ଗ,୨୮/୧(ଏସଏସନିଉଜ)ଶ୍ରୀବନ୍ତପୁରଗ୍ରାମ ମା ଗେହ୍ଲାମଣି ଖେଳପଡ଼ିଆରେ ଚାଲିଥିବା ଦିବାରାତ୍ର କ୍ରିକେଟଟୁର୍ଣାମେଂଟ ଶ୍ରୀବନ୍ତପୁରପ୍ରିମୀୟର ଲିଗ-୨୦୨୨ଉଦ୍‌ଯାପିତ ହୋଇଯାଇଛି । ୫ଓଭର ବିଶିଷ୍ଟ ଏହି ଟୁର୍ଣାମେଂଟରେ ଗ୍ରାମର ୪ଟି ଦଳ ଅଂଶଗ୍ରହଣ କରିଥିଲେ ।ଏକଦିବସୀୟ ଏହି ଟୁର୍ଣାମେଂଟରେ ଗେହ୍ଲାମଣି ୱାରିଅସ,ମହାବୀର,ପ୍ରଧାନ ଲାଏନ ଓ ବଜରଙ୍ଗି-୧୧ ଦଳ ଅଂଶଗ୍ରହଣ କରିବା ସହ ସମସ୍ତ ଟିମକୁ ଗ୍ରାମର ଉସ୍‌ାହି ଯୁବକ୪ଜଣ କିଣିଥିଲେ । ଫାଇନାଲମ୍ୟାଚ ବଜରଙ୍ଗି ଓ ଗେହ୍ଲାମଣି ମଧ୍ୟରେ ହୋଇଥିଲା । ଶେଷରେ ବଜରଙ୍ଗି ଦଳ ଗୋଟିଏ ୱିଇକେଟ ହରାଇ ୬୭ରନ ସଂଗ୍ରହ କରି […]

ହାତପାହାନ୍ତାରେ ମିଳିବ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ

କଟକ,୨୮/୧(ଏସଏସନିଉଜ) ଏଣିକି ଅନଲାଇନ ମାଧ୍ୟମରେ ଜନ୍ମମୃତ୍ୟୁ ପଞିକରଣ ସାଟିଫିକେଟ ଜନସାଧାରଣଙ୍କୁ ହାତପାହାନ୍ତା ରେ ମିଳିପାରିବ ।ରାଜ୍ୟସରକାରଙ୍କ ଜନ୍ମ ଓ ମୃତ୍ୟୁ ପଞିକରଣ ନୁତନ ପଦ୍ଧତି ମାଧ୍ୟମରେ ଓଡିଶାର ୩୧୪ଗୋଟି ଗ୍ରାମୀଣ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଚଂଳର ୧୧୪ଗୋଟି ଇ- ପୈାରାଚଂଳରେ ଏହି ସେବା ଉପଲବ୍ଧ କରାଯିବାପାଇଁ ଚଳିତ ଜାନୁୟାରୀ୧ ତାରିଖ୨୦୨୨ରୁ ରାଜ୍ୟସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ୱେବସାଇଟ www.birthdeath.odisha.gov.in ସଂଯୋଗ ଶୁଭାରମ୍ଭ କରିଛନ୍ତି ।ଜନସାଧାରଣମାନେ ଏହି ୱେବସାଇଟ ମାଧ୍ୟମରେ ନିଜନିଜ ଅଂଚଳରରେ ଥିବା ଜନସେବା […]

୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ, ୨୮/୧(ଏସ ଏସ ନିଉଜ) ଫେବ୍ରୁଆରୀ ୧ ତାରିଖରୁ ଶ୍ରୀମନ୍ଦିର ଖୋଲିବ ।ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ୧ରୁ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ।

ବିବାହ ମଣ୍ଡପରୁ ଲୁଟ୍‍

ଭୁବନେଶ୍ୱର,୨୮/୧(ଏସଏସନିଉଜ)ରାଜଧାନୀ ସ୍ଥିତ କେସୁରା ଅଞ୍ଚଳର ଏକ ବିବାହ ମଣ୍ଡପରୁ ପ୍ରାୟ ୨ ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ହୋଇଯାଇଛନ୍ତି ୨ ଲୁଟେରା । ଅଭିନବ ଉପାୟରେ ଗହଣା ଲୁଟ୍ ହୋଇଛି । ଜଣେ ନାବାଳକ ଓ ଜଣେ ଯୁବକ ଘର ଲୋକ ଭଳି ଆସି ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।ପରିବାର ଲୋକ ବହୁ ଖୋଜାଖାଜି କରି ନିରାଶ ହେବାପରେ ସିସିଟିଭି ଫୁଟେଜରୁ ଲୁଟ୍ ହୋଇଥିବାର ଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ । […]

ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗା ବୁଡ଼ ବାରଣ

କୋଣାର୍କ, ,୨୮/୧(ଏସଏସନିଉଜ) କରୋନା କଟକଣା ପାଇଁ ଏବର୍ଷ ବି ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି । ଫେବ୍ରୁଆରୀ ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିଛି । କଟକଣା ଭିତରେ ଠାକୁରଙ୍କ ମହାସ୍ନାନ ହେବ । ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ ସହମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନୀତି କଟକଣା ଭିତରେ ହେବ ।  

ବନ୍ଧା ହେଲା କେବିଏନ ଗ୍ରୁପ ମୁଖ୍ୟ ବୁବୁ

ଭୁୁବନେଶ୍ୱର,୨୮/୧(ଏସଏସନିୟୁଜ)ଶେଷରେ ପେଲିସ ହାତରେ ଧରାପଡିଛି କେବିଏନ୍ ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା ।ପୋଲିସ ଆଖିରେ ଧୁଳିଦେଇ ୨ମାସଧରି ଫେରାର ରହିଥିବା ବୁବୁକୁ ଡେଲ୍ଟା ଅଞ୍ଚଳରୁ କମିଶନରେଟ ପୁଲିସ୍ ଗିରଫକରିବା ସହ ତାପାଖରୁ ଏକ ଖଣ୍ଡାକୁ ଜବତ କରିଛି । ପୂର୍ବରୁ ପୁଲିସ୍ ଏହି ଗ୍ରୁପ୍‌ର ୯ ସଦସ୍ୟଙ୍କୁ ବାନ୍ଧି ସାରିଥିଲା । କେବିଏନ୍ ଗ୍ରୁପର ସଦସ୍ୟମାନେ ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରି ଏହାର ଭୟାନକ ଭିଡିଓ ଓ ରାସ୍ତା […]