Browsing daily archive

May 2, 2022

ଆଜିର ରାଶିଫଳ

ମଙ୍ଗଳବାର୨୦୨୨ ମସିହା ମଇ ମାସ ୩ ତାରିଖ, ଅକ୍ଷୟ ତୃତୀୟା ,ଚନ୍ଦନ ଯାତ୍ରା ଆରମ୍ଭ ,ରଥ ଅନୁକୂଳ ଓ ଭଗବାନ ପର୍ଶୁରାମ ଜୟନ୍ତୀ, ବୈଶାଖମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୫/୨୦/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୨୬,ମକର ରାଶିର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି […]

ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ

ଭଦ୍ରକ,୨/୫(ଏସ ଏସ ନିଉଜ) ରାଣୀପାଲ ଛକରେ ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ ହୋଇଛି । ଆଖଣ୍ଡଳମଣି ଦର୍ଶନ ସାରି ବାହାନଗାକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି ।ଆଖଣ୍ଡଳମଣି ଦର୍ଶନ ଲାଗି ଦୁଇ ଝିଅଙ୍କ ସହ ବାପା-ମାଆ ଆସିଥିଲେ ।ବାପ-ମାଆ ଗୋଟିଏ ସ୍କୁଟିରେ, ଦୁଇ ଝିଅ ଆଉ ଏକ ସ୍କୁଟିରେ ଥିଲେ।

ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ

ଭୁବନେଶ୍ୱର,୨/୫(ଏସ ଏସ ନିଉଜ)ରାଜ୍ୟରେ ଆଉ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ହେବାନେଇ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ମୋହରଲାଗିଛି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଥିବା ନିସ୍ପତି ମୁତାବକ ୨୧.୨୬ କୋଟି ଟଙ୍କା ବ୍ୟୟ ବରାଦ ରେ ହେବାକୁ ଥୁବା ଏହି ନୂଆ ଅଦାଲତ ହାଇକୋର୍ଟଙ୍କ ଅନୁମୋଦନ ପରେ ଜାରି ହେବ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଇନମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଡାକ୍ତରଖାନାରେ ଉତ୍ତେଜନା

ପାରାଦୀପ,୨/୫(ଏସ ଏସ ନିଉଜ)ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ନିରାମୟ କେନ୍ଦ୍ରରୁ ଭୁଲ୍ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ଏହି ଔଷଧ ଖାଇବା ପରେ ଶିଶୁଟିର ବାନ୍ତି ହେଉଥିବା ପରିବାରର ଅଭିଯୋଗ କରାଯାଇ ଶିଶୁର ପରିବାର ଓ ସଂପର୍କୀୟଙ୍କ ପାଟିତୁଣ୍ଡ ଆରମ୍ଭ ହୋଇଛି ।ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି ।

ପାରାଦୀପରେ ମାଛ ମଡ଼କ

ପାରାଦୀପ,୨/୫(ଏସ ଏସ ନିଉଜ)ପାରାଦୀପ ବାଲିଝର କ୍ରିକ୍‌ରେ ମାଛ ମଡ଼କ ହୋଇଛି।କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛପାଣିରେ ମରି ଭାସୁଛନ୍ତି।ମାଛ ମରିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ମରି ଭାସୁଥିବା ମାଛକୁ ଲୋକମାନେ ବୋହି ନେଉଥିବାର ଦେଖିବାକୁ ମିଳିଛି।

ବଦଳିଲା ବାତ୍ୟା ଗତିପଥ

ଭୁବନେଶ୍ୱର,୨/୫((ଏସ ଏସ ନିଉଜ)ECMWF ମଡେଲ୍‌ର ଆକଳନ ଅନୁସାରେ ବାତ୍ୟାର ଗତିପଥ ବଦଳିଛି।ECMWF ଆକଳନ ଅନୁଯାଇ ଏହା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ। ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ ବୋଲି କହୁଥିବାବେଳେ ୟୁରୋପିଆନ୍‌ ECMWF ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଗଙ୍ଗାସାଗରରେ ମାଡ଼ ହେବ ବୋଲି କହୁଛି ।

ଏମ୍‌କେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨/୫(ଏସ ଏସ ନିଉଜ)ଏମ୍‌କେସିଜି ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗରେ ଅଗ୍ନିକାଣ୍ଡ ଘଟିଛି।ଏଥୁରେ ଫାଇଲ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ଭୋର ୪ଟାରେ ନିଆଁ ଲାଗିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିଛି।

ସକାଳ ୬ଟାରୁ ଖୋଲିଲା ସ୍କୁଲ

ଭୁବନେଶ୍ୱର,୨/୫(ଏସ ଏସ ନିଉଜ)ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବା ଓ ପାଠପଢ଼ା ଆରମ୍ଭ ହୋଇଛି ।୬ଟାରୁ ସ୍କୁଲ ଖୋଲିବା ନେଇ ଦୁଇ ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ଼,୨/୫(ଏସ ଏସ ନିଉଜ)ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ଦେବଗଡ଼ବନ୍ଦ ପାଳନ କରୁଛି ବିଜେପି।କର୍ମୀମାନେ ପିକେଟିଂ ଯୋଗୁ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ସହ ଗାଡି ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ଗିରଫ ହୋଇଛନ୍ତି ।