Browsing daily archive

May 9, 2022

ମଙ୍ଗଳବାର କିପରି କାଟିବ ଜାଣନ୍ତୁ?

ମଇ ମାସ ୧୦ ତାରିଖ ୨୦୨୨ ମସିହା(ମଙ୍ଗଳବାର) ବୈଶାଖ-ଶୁକ୍ଳପକ୍ଷ,ତିଥି- ନବମୀ ସୀତା ନବମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୪୯,ମକର ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ସଂ ଘ ୦୭/୪୯ ପର୍ଯ୍ୟନ୍ତ ତଦନ୍ତେ କଳମଶାଗ ଭକ୍ଷଣ ନିଷେଧ। ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ […]

ବ୍ରଜରାଜନଗର ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ କିଶୋର ପଟେଲ

ଝାରସୁଗୁଡ଼ା, ୯/୫(ଏସଏସନିଉଜ) ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି କଂଗ୍ରେସପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ନାମ ନାମ ଘୋଷଣା କରିଛି ।ତେବେ ବିଜେଡିର ପାର୍ଥୀ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ଅଳକା ମହାନ୍ତି ହୋଇଥିବାବେଳେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଗତ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡିଥିଲା […]

ଭିଜିଲାନ୍ସ ଜାଲରେ ପଡିଲେ ନବରଙ୍ଗପୁର ପିଡି

ନବରଙ୍ଗପୁର, ୯/୫(ଏସଏସନିଉଜ) ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଆଜି ଭିଜିଲାନ୍ସ ଜାଲରେ ପଡଛନ୍ତି । ନିଜ କାର୍ଯ୍ୟାଳୟ ରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ଫେରୁଥିବାବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଏତେଗୁଡାଏ ଟଙ୍କାର ସଠିକ ଉତର ନଦେଇପାରିବାରୁ ତାଙ୍କ ଭଡା ଘରୁ ଚଢାଉ କରି ପୁଣି ୧ଲକ୍ଷଟଙ୍କା ଜବତ କରିଥିଲା ଭିଜିଲାନ୍ସ ।ତେବେ ପିଡିଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି […]

୧୨୨ କିଲୋ ଗଞ୍ଜେଇ ଜବତ କଲା ପୋଲିସ

ମାଲକାନଗିରି,୯/୫(ଏସଏସନିଉଜ)ଆଜି ଚିତ୍ରକୋଣ୍ଡା ଅଂଚଳରୁ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ ।ଏକ ପୋଲିସ ଟିମ୍ ପେଟ୍ରୋଲିଂ ଏବଂ ଏମବି ଚେକିଂ କରୁଥିବାବେଳେ ଟନେଲ କ୍ୟାମ୍ପ ଗ୍ରାମ ନିକଟଠାରୁ ମାତ୍ର କିଛି ଦୁରରେ ୫ଟି ଜରି ବ୍ୟାଗ ରହିଥିବା ଦେଖିବାକୁ ପାଇଥିଲେ। ଏହି ବ୍ୟାଗକୁ ପୁଲିସ ଯାଞ୍ଚ କରିବାକୁ ଯିବା ସମୟରେ ଦୁଇ ଜଣ ବ୍ୟକ୍ତି ଖସି ପଳାଉଥିବାବେଳେ ଧରାପଡିଥିଲେ ।ସେମାନଙ୍କୁ ସନ୍‌ଦେହରେ ଧରି ପଚରାଉଚରା ସହ ଜରି ବ୍ୟାଗକୁ ଯାଞ୍ଚ କରିବାପରେ ବ୍ୟାଗରେ ଗଞ୍ଜେଇ ରଖାଯାଇଥିବାର ଜାଣିବାକୁ […]

ପିନାକ ମିଶ୍ର କଟକ ଡିସିପି ଭାବେ ଦାୟିତ୍ୱ ନେଲେ

କଟକ,୯/୫(ଏସ ଏସ ନିଉଜ)କଟକ ଡିସିପି ଭାବେ ପିନାକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।ଥାନାରେ ଲୋକେ କିପରି ତ୍ୱରିତ ସେବା ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାସହ ଅପରାଧ ଛାଡ଼ ନ ହେଲେ କଟକ ଛାଡ଼ ବୋଲି ଅପରାଧୀଙ୍କୁ ଚେତାବନୀ ଦେଲେ ନୂଆ ଡ଼ିସିପି।ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୯/୫(ଏସ ଏସ ନିଉଜ)ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୬ ହଜାର ପିଲା ଅନୁପସ୍ଥିତ ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।ସେ କହିଛନ୍ତି କୋଭିଡ଼ ହେତୁ ସବୁ ପିଲାଙ୍କ ଫର୍ମ ଫିଲପ୍ ଫି ଛାଡ଼ କରିଥିଲେ ସରକାର । ୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହୋଇଛି ।ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି, ତାହାର ତଦନ୍ତ ହେବ ।ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ […]

ପଡିଛି ଶନି ଦଶା

ବାରଙ୍ଗ,୮/୫ (ଏସଏସନିଉଜ) ନନ୍ଦନକାନନ କୁ ପଡିଛି ଏବେ ଶନି ଦଶା । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମରିବାରେ ଲାଗିଛି । କେତେବେଳେ ବାଘ ତ ଆଉ କେତେବେଳେ ସିଂହ । ପୁଣି ଭାଲୁ ଠୁ ଆରମ୍ଭ କରି ପକ୍ଷୀ ପର‌୍ୟ୍ୟନ୍ତ । ହେଲେ ମୃତ୍ୟୁ କୁ ରୋକ୍ ଲଗାଇବାରେ ବିଫଳ ହେଉଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଖାଲି ଏତିକି ନୁହେଁ କହିବାକୁ ଗଲେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପ୍ରତିଦିନ କିଛି ନା କିଛି […]

ଏଥର ଦର୍ଶକ ଜିଏସ୍‌ଟି ଦେବେ

କଟକ,୯/୫(ଏସଏସନିଉଜ) ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ବଢ଼ିବ ଟିକେଟ ଦର । ଟିକେଟକିଣିଲାବେଲେ ଦର୍ଶକମାନଙ୍କୁ ଏଥିପାଇଁ ଜିଏସ୍‌ଟି ଦେବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀ, ଏସଆରସି,କ୍ରୀଡ଼ାସଚିବଙ୍କୁ ଚିଠି ଲେଖାଯାଇ ଅନୁମତି ମଗାଯାଇଛି ।ଦର୍ଶକମାନଙ୍କ ପାଇଁ ଉଭୟ ଅନ୍ ଓ ଅଫଲାଇନରେ  ଟିକେଟ ବିକ୍ରିର ସୁବିଧା କରାଯିବ ବୋଲି ଓସିଏ ସମ୍ପାଦକ ସୁଚନା ଦେଇଛନ୍ତି।

ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ

ଗଞ୍ଜାମ,୯/୫(୫(ଏସଏସନିଉଜ)ସୋରଡା ବ୍ଲକ ବଡ଼ଗଡ଼, ସିଙ୍ଗିପୁର, ସିଦ୍ଧପୁର, ଗାଙ୍ଗପୁର, ବାଟଶାସନ, ଲୋକାମାରି ଆଦି ଅଂଚଳରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି ।ଏହାଭିତରେ ୨୫ରୁ ଉର୍ଦ୍ଧ ରୋଗୀ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି ହୋଇସାରିଲେଣି ।ଯୋଗାଯାଉଥିବା ଦୂଷିତ ପାଣିକୁ ପିଇବା ଦ୍ୱାରା ଅଧିକାଂଶ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।  

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କଲା

ଝାରସୁଗୁଡ଼ା, ୯/୫(୫(ଏସଏସନିଉଜ) ବିଜେଡି ବ୍ରଜରାଜନଗର ବିଧାୟକ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବରେ ମନୋନୟନ କରିଛନ୍ତି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍ ଓ ଜୁନ୍ ୩ରେ ଗଣତି ଓ ଫଳାଫଳ ରହିଛି । ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ […]