ଏଥର ଦର୍ଶକ ଜିଏସ୍‌ଟି ଦେବେ

କଟକ,୯/୫(ଏସଏସନିଉଜ) ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ବଢ଼ିବ ଟିକେଟ ଦର । ଟିକେଟକିଣିଲାବେଲେ ଦର୍ଶକମାନଙ୍କୁ ଏଥିପାଇଁ ଜିଏସ୍‌ଟି ଦେବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀ, ଏସଆରସି,କ୍ରୀଡ଼ାସଚିବଙ୍କୁ ଚିଠି ଲେଖାଯାଇ ଅନୁମତି ମଗାଯାଇଛି ।ଦର୍ଶକମାନଙ୍କ ପାଇଁ ଉଭୟ ଅନ୍ ଓ ଅଫଲାଇନରେ  ଟିକେଟ ବିକ୍ରିର ସୁବିଧା କରାଯିବ ବୋଲି ଓସିଏ ସମ୍ପାଦକ ସୁଚନା ଦେଇଛନ୍ତି।

Comments (0)
Add Comment