Browsing daily archive

May 12, 2022

ଆଜିର ରାଶିଫଳ

ମଇ ମାସ ୧୩ ତାରିଖ ୨୦୨୨ ମସିହା(ଶୁକ୍ରବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୪୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୯,ବିଛା,ଧନୁ ଓ ମୀନ  ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଦିବା  ଘ ୦୫/୪୭ ପର୍ଯ୍ୟନ୍ତ ତଦନ୍ତେ ବାଇଗଣ ଭକ୍ଷଣ ନିଷେଧ। ମେଷ👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ […]

ବନ୍ଧୁକ ଦେଖାଇ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ନବରଙ୍ଗପୁରର ଏକ ଦମ୍ପତ୍ତି ଜୟଦେବ ବିହାର ସ୍ଥିତ ଏକ ହୋଟେଲକୁ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଛନ୍ତି ।ନବରଙ୍ଗପୁରର ପଙ୍କଜ ଅଗ୍ରୱାଲ ଦୁଇ ଛୁଆ ଏବଂ ପତ୍ନୀଙ୍କୁ ନେଇ ରାଜଧାନୀକୁ ଚିକିତ୍ସା ପାଇଁ ଆସିଥିଲେ । ମଙ୍ଗଳବାର ରାତିରେ ଆଇଡିବିଆଇ ବ୍ୟାଙ୍କ ସାମ୍ନାରେ ଦମ୍ପତ୍ତି ଯାଉଥିବା ବେଳେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ଏହି ଲୁଟ୍ କରିଥିଲେ ।ଖବର ପାଇ ପୋଲିସ ଆସି ତଦନ୍ତ କରିଥିବା […]

ବଗି ଛାଡି ଗଡି଼ଲା ଇଞ୍ଜିନ୍

ରାୟଗଡା,୧୨/୫(ଏସ ଏସ ନିଉଜ) ବିଶାଖାପାଟଣାରୁ ନିଜାମୁଦ୍ଦିନ୍ ଅଭିମୁଖେ ଯାଉଥିବା ବେଳେ ସମତା ଏକ୍ସପ୍ରେସର ଯାତ୍ରୀବାହୀ ବଗିକୁ ଛାଡି ପ୍ରାୟ ପ୍ରାୟ ୨ କିଲୋ ମିଟର ପର୍ଯ୍ୟନ୍ତ ଗଡିଯାଇଥିଲା ଇଞ୍ଜିନ ।ଟ୍ରେନ୍ ଡ୍ରାଇଭର ଅଘଟଣ ସଂପର୍କରେ କିଛି ସମୟ ପରେ ଜାଣିବା ପରେ ଇଞ୍ଜିନକୁ ଫେରାଇ ବଗିରେ ସଂଯୋଗ କରିଥିଲେ ବୋବିଲିରୁ ଟ୍ରେନ୍ ପାର୍ବତୀପୁର ଅଭିମୁଖେ ଆସୁଥିବା ବେଳେ ସୀତାନଗ ରମ୍ ଷ୍ଟେସନ୍ ନିକଟରେ ଇଞ୍ଜିନରୁ ଲଗେଜ୍ ଭ୍ୟାନ୍ ବଗି ଅଲଗା ହୋଇଯାଇଥିଲା ।ଯାତ୍ରୀମାନେ ଘଟଣା ସଂପର୍କରେ ଜାଣିବା […]

ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍‌

ଢେଙ୍କାନାଳ,୧୨/୫(ଏସ ଏସ ନିଉଜ) ଜରଡ଼ା ଘାଟିରେ ଭାରସାମ୍ୟ ହରାଇ ଜଗଦମ୍ବା ନାମକ ଯାତ୍ରାପାର୍ଟି ବସ୍‌ ଓଲଟିପଡିଛି ।ଫଳରେ ୨ ଗୁରୁତର ଆହତ ହୋଇଛନ୍ତି ।ଏମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣି ଯାଉଥିବା ବେଳେ ଘାଟିରୁ ତଳକୁ ଖସିପଡି଼ଲା ବସ୍‌ । ବସ୍‌ରେ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିବା ସୂଚନା ମିଳିଛି ।

ଉଡାଣ ପୂର୍ବରୁ ଜଳିଗଲା ବିମାନ

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ)ଉଡାଣ ପୂର୍ବରୁ ବିମାନ ବନ୍ଦରରେ ଜଳିଗଲା ବିମାନ । ଚୀନର ଚୁଙ୍ଗଚିଙ୍ଗ୍ ବିମାନ ବନ୍ଦରରେ ତିବ୍ବତ୍ ଏୟାରଲା ଇନସର ଏକ ବିମାନଟି ଜଳିଯାଇଛି । ୧୧୩ ଜଣ ଯାତ୍ରୀ ଓ ୯ଜଣ କ୍ରୁ ମେମ୍ବରକୁ ନେଇ ତିବ୍ବତ୍ ଏୟାରଲାଇନସର ବିମାନଟି ରନେୱେରେ ଯାଉଥିବା ବେଳେ ହଠାତ୍ ଖସି ଯାଇଥିଲା ।

ବଦଳିବ ପାଗ

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ଓଡ଼ିଶାରେ ଆଉ ବାତ୍ୟାର ପ୍ରଭାବ ନାହିଁ ।ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣରୁ ବର୍ଷା ସମ୍ଭାବନା ରହିଥିବାବେଳେ ପାଗ ବଦଳିବା ସହ ତାତି ବଢିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଭୋଜିରେ ଗଡିଲା ମୁଣ୍ଡ

ବୁର୍ଲା ,୧୨/୫(ଏସ ଏସ ନିଉଜ)ବିବାହ ଭୋଜିରେ ମାଂସ ଖାଇବାକୁ ନେଇ କଥା କଟାକଟି ଓ ପରେ ଭୁଜାଲିରେ ଆକ୍ରମଣ କରିବାରକୁ ସୁମିତ୍‌ ଷଣ୍ଢ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ଏହି ଅଭାବନୀୟ ଘଟଣା ବିଜୁ କଲ୍ୟାଣ ମଣ୍ଡପରେ ଘଟିଛି ।ଖବର ପାଇ ପୋଲିସ କଲ୍ୟାଣମଣ୍ଡପକୁ ସିଲ୍‌ କରି ମୃତଦେହ ଜବତ କରିବା ସହ ଏହି ଘଟଣାରେ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା ଚଳାଇଛି ।

୧୩୩ କୋଟିର ସମ୍ପତ୍ତି ସିଜ୍

ଭୁବନେଶ୍ୱର,୧୨/୫(ଏସ ଏସ ନିଇଜ)ଇଡି ରେଡ୍ କରି ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରୁ ନଗଦ ୬୯ ଲକ୍ଷ ଟଙ୍କା ସହ ୧୩୩ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ସିଜ୍ କରିଥିବା ଜଣାପଡିଛି । ବେଆଇନ ଖଣି କାରବାର ଅଭିଯୋଗରେ ଗତକାଲି ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଥିଲା ଇଡି ।

ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

ଚୌଦ୍ୱାର,୧୨/୫(ଏସ ଏସ ନିଉଜ)ହନୁମାନଲେନ୍‌ ଅଞ୍ଚଳରେ ନିର୍ମାଣଧିନ ଘରୁ ନିରାମଣି ମାରାଣ୍ଡି ନାମକ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତା ମହିଳା ଜଣଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଅଞ୍ଚଳରେ ହୋଇଥିବାବେଳେ ସେ ବିଶ୍ୱନାଥ ମାରାଣ୍ଡିଙ୍କ ଦ୍ୱିତୀୟ ପତ୍ନୀ । ନିର୍ମାଣଧିନ ଘର ନିକଟରେ ଏକ ଝୁମ୍ପୁଡିଘରେ ଏମାନେ ରହୁଥିଲେ ।ନିର୍ମାଣଧିନ ଘରର ପିଲାର ଥିବା ରଡରେ ଶାଢୀରେ ଓହଳି ଥିବାର ପରିବାର ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।ପୋଲିସ ମୃତଦେହକୁ ଜବତ […]

ଚକରାକୁ ଗୁଳି

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ରାଜଧାନୀ ଅଂଚଳରେ ଅପରାଧ ଜଗତରେ ଆତଙ୍କ ଖେଳାଇଥିବା ଚକରା ବାରିକକୁ ପୋଲିସ ଗୁଳି କରିଛି ।ତାକୁଗୁରୁତର ଅବସ୍ଥାରେ ପୋଲିସ ତାକୁ ହସପିଟାଲରେ ଭର୍ତି କରାଯାଇଛି । ତେବେ ସହଯୋଗୀ ଖସି ଯାଇଥିବା ଜଣାପଡିଛି ।କୁଖ୍ୟାତ ଅପରାଧୀ ରବି ରାଓର ମୁଖ୍ୟ ସହଯୋଗୀ ଚକରା ବାରିକର ଗ୍ୟାଙ୍ଗ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଦୌରାତ୍ମ୍ୟ ସୃଷ୍ଟି କରିଛନ୍ତି । ଡକାୟତି, ଲୁଟ, ରାହାଜାନୀ, ଜମି ଦଖଲ ଭଳି ଅପରାଧରେ ଏହି ଗ୍ୟାଙ୍ଗର ପ୍ରମୁଖ […]