ବଗି ଛାଡି ଗଡି଼ଲା ଇଞ୍ଜିନ୍

ରାୟଗଡା,୧୨/୫(ଏସ ଏସ ନିଉଜ) ବିଶାଖାପାଟଣାରୁ ନିଜାମୁଦ୍ଦିନ୍ ଅଭିମୁଖେ ଯାଉଥିବା ବେଳେ ସମତା ଏକ୍ସପ୍ରେସର ଯାତ୍ରୀବାହୀ ବଗିକୁ ଛାଡି ପ୍ରାୟ ପ୍ରାୟ ୨ କିଲୋ ମିଟର ପର୍ଯ୍ୟନ୍ତ ଗଡିଯାଇଥିଲା ଇଞ୍ଜିନ ।ଟ୍ରେନ୍ ଡ୍ରାଇଭର ଅଘଟଣ ସଂପର୍କରେ କିଛି ସମୟ ପରେ ଜାଣିବା ପରେ ଇଞ୍ଜିନକୁ ଫେରାଇ ବଗିରେ ସଂଯୋଗ କରିଥିଲେ ବୋବିଲିରୁ ଟ୍ରେନ୍ ପାର୍ବତୀପୁର ଅଭିମୁଖେ ଆସୁଥିବା ବେଳେ ସୀତାନଗ ରମ୍ ଷ୍ଟେସନ୍ ନିକଟରେ ଇଞ୍ଜିନରୁ ଲଗେଜ୍ ଭ୍ୟାନ୍ ବଗି ଅଲଗା ହୋଇଯାଇଥିଲା ।ଯାତ୍ରୀମାନେ ଘଟଣା ସଂପର୍କରେ ଜାଣିବା ପରେ ଭୟଭୀତ ହୋଇ ବଗିରୁ ଓହ୍ଲାଇପଡ଼ିଥିଲେ ।

Comments (0)
Add Comment