Browsing daily archive

May 25, 2022

ଆଜିର ରାଶିଫଳ

ଜଳକ୍ରୀଡା ଏକାଦଶୀ, ଗୁରୁବାର୨୦୨୨ ମସିହା ମେଂ ମାସ ୨୬ ତାରିଖ,ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ , ସୁର୍ୟୋଦୟ -ପ୍ରାତଃ ଘ୫/୧୧/ ୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୨୦, ତୁଳା ଓ କୁମ୍ଭ ରାଶି ର ଘାତବାର, ମେଷ ଓ ଧନୁ ରାଶି ର ଘାତଚନ୍ଦ୍ର,ଏକାଦଶୀ ର ଏକୋଦିଷ୍ଟ ଓ ଦୂ|ଦଶୀ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଦିବା ଘ୧୧/୨୦ ଗତେ ପୁତିକା(ପୋଇଶାଗ) ଭକ୍ଷଣ ନିଷେଧ.। 🐏ମେଷ👉ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ […]

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କଟକ,୨୫/୫(ଏସ ଏସ ନିଉଜ)କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ପୋଲିସ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।ଏହି ଘଟଣା ଆତ୍ମହତ୍ୟା ହୋଇଥାଇପାରେ ବୋଲି ବିଡ଼ାନାସୀ ପୋଲିସ ସନ୍ଦେହ କରିଛି ।

ସରିଲା ଛତିଶା ନିଯୋଗ ବୈଠକ

ପୁରୀ,୨୫/୫(ଏସଏସନିଉଜ)ରଥଯାତ୍ରା ନେଇ ସରିଲା ଛତିଶା ନିଯୋଗ ବୈଠକ ।ଏଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ କରାଗଲା । ସେବାୟତ ମାନେ ଆଚରଣ ଓ ଉଚାରଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଧରି ଅଣସର ଘରେ ଶ୍ରୀଜିଉ ରହିବେ । ସ୍ନାନଯାତ୍ରାରେ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ ପାଇଁ ସୁଯୋଗ ମିଳିବ । ୩ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଦର୍ଶନ ସମୟରେ ଠାକୁରଙ୍କ […]

ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍

ଭଞ୍ଜନଗର,୨୫/୬(ଏସଏସନିଉଜ) ଗଞ୍ଜାମ ଭଞ୍ଜନଗର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ନିକଟରେ ପଶ୍ଚିମବଙ୍ଗକୁ ଯାଉଥିବା ଟୁରିଷ୍ଟ ବସ୍ଟି ଓଲଟିପଡିବା ଫଳରେ ୬ ଜଣଙ୍କର ମୃତ ହୋଇଥିବାବେଳେ ୩୭ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି । ମୃତକଙ୍କ ମଧ୍ୟରେ ୪ ମହିଳା, ଦୁଇ ପୁରୁଷ ହୋଇଥିବାବେଳେ ବସରେ ମୋଟ୍ ୭୭ ଜଣ ଥିଲେ । ଆହତମାନଙ୍କୁ ଯୁବକମାନେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।ଏମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜିରେ , ୧୬ […]

ଶୁକ୍ରବାର ମୁଖ୍ୟମନ୍ତ୍ରୀ କରିବେ ବହୁତଳଗାଡିରହଣୀସ୍ଥଳର ଉଦଘାଟନ

ବାରଙ୍ଗ,୨୪/୫(ଏସଏସନିୟୁଜ)ବହୁ ପ୍ରତିକ୍ଷିତ ନନ୍ଦନକାନନର ବହୁତଳଗାଡିରହଣୀସ୍ଥଳ ଉଦଯାଟନ ହେବାକୁ ଯାଉଛି ।ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଏହା ଉଦଘାଟନ ହେବାର ସୁଚନା ମିଳିବାପରେ ନନ୍ଦନକାନନ ସହିତ ବିଭିର୍ଣ ବିଭାଗ ପକ୍ଷରୁ ସଜାଗ ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ନନ୍ଦନକାନନପକ୍ଷରୁ ୨ବର୍ଷ ହେବ କାମପୁର୍ଣାଙ୍ଗ ହୋଇରହିଥିବା ବହୁତଳଗାଡିରହଣୀସ୍ଥଳର ବିଭିର୍ଣ ଜାଗାରେ ହୋଇଥିବା ଭଙ୍ଗାରୁଜା ଓ ରଙ୍ଗଛାଡିଯାଇଥିବା ସ୍ଥାନମାନଙ୍କୁ ମରାମତି କାର୍ଯ୍ୟ ମଧ୍ୟ ଯୋରଦାର ଆରମ୍ଭ କରାଯାଇଛି ।ଆରଆଣ୍ଡବି ଭରବଙ୍କନଶବର ଡିଭିଜନ ପକ୍ଷରୁ ରାସ୍ତାରେ ତାଳିପକା କାମ ସହ ରାସ୍ତାପାଶ୍ୱର୍ରେ ଜମିରହିଥିବା ବାଲିମାଟିକୁ […]

ଖାଇବା ତେଲ ଦାମ୍ ଶସ୍ତା ହୋଇପାରେ

ଭୁୁବନେଶ୍ୱର,୨୫/୫(ଏସଏସନିୟୁଜ) ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି   ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। ସୋୟାବିନ୍ ଓ ସୂର୍ଯ୍ୟମୁଖି  ତେଲର କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି। ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର‌୍ୟ୍ୟମୁଖି ତେଲ ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି।

ଆଜି ଛତିଶା ନିଯୋଗ ବୈଠକ

ପୁରୀ,୨୫/୫(ଏସଏସନିୟୁଜ) ସ୍ନାନପୂର୍ଣିମା ଓ ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ଛତିଶା ନିଯୋଗ ବୈଠକ ହେବାକୁ ଯାଉଛି । ମଧ୍ୟାହ୍ନ ୧୨ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ।ଏଥିରେ ସ୍ନାନପୂର୍ଣିମାଠାରୁ ନିଳାଦ୍ରୀବିଜେ ପର‌୍ୟ୍ୟନ୍ତ ନୀତିକାନ୍ତିକୁ ନେଇ ହେବ ଆଲୋଚନା ହେବାର ଜଣାପଡିଛି ।