ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍

ଭଞ୍ଜନଗର,୨୫/୬(ଏସଏସନିଉଜ) ଗଞ୍ଜାମ ଭଞ୍ଜନଗର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ନିକଟରେ ପଶ୍ଚିମବଙ୍ଗକୁ ଯାଉଥିବା ଟୁରିଷ୍ଟ ବସ୍ଟି ଓଲଟିପଡିବା ଫଳରେ ୬ ଜଣଙ୍କର ମୃତ ହୋଇଥିବାବେଳେ ୩୭ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି । ମୃତକଙ୍କ ମଧ୍ୟରେ ୪ ମହିଳା, ଦୁଇ ପୁରୁଷ ହୋଇଥିବାବେଳେ ବସରେ ମୋଟ୍ ୭୭ ଜଣ ଥିଲେ । ଆହତମାନଙ୍କୁ ଯୁବକମାନେ ଉଦ୍ଧାର କରି

ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।ଏମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜିରେ , ୧୬ ଜଣ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ୨୮ ଜଣ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି ।ବସଟି ଦାରିଙ୍ଗବାଡିରୁ ଭଞ୍ଜନଗର ଦେଇ ବିଶାଖାପାଟଣା ଯାଉଥିବା ସମୟରେ ବ୍ରେକ ଫେଲ ହେବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବାର ଜଣାପଡିଛି ।

Comments (0)
Add Comment