Browsing daily archive

May 26, 2022

ଆଜିର ରାଶିଫଳ

ଶୁକ୍ରବାର୨୦୨୨ ମସିହା ଅଦ୍ୟ ମଇ ମାସ ୨୭ ତାରିଖ, ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଦ୍ୱ|ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୫/୧୧/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୬ ,ବିଛା, ଧନୁ ଓ ମୀନ ରାଶି ର ଘାତବାର,ମେଷ ରାଶି ର ଘାତଚନ୍ଦ୍ର,ଦ୍ୱ|ଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,ପୋଇଶାଗ ଦିବା ଘ୧୨/୧୨ ଗତେ ବାଇଗଣ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ […]

ବ୍ଲାକମେଲିଂ କରି ବନ୍ଧା ହେଲେ କନଷ୍ଟେବଳ

ଭୁବନେଶ୍ବର,୨୬/୫(ଏସଏସନିଉଜ) ଜଣେ ନାବାଳିକାକୁ ଫସାଇ ୪ବର୍ଷକାଳ ଶାରୀରିକ ସମ୍ପର୍କ ରଖି ଶେଷରେ ଧମକ ଦେଇଥିଲେ ।କେବଳ ଧମକ ନୁହେଁ ଅନ୍ତରଙ୍ଗ ମୁୁର୍ହୁତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ୫୦ହଜାରେ ଟଙ୍କା ଦାବୀ କରି ବ୍ଲାକମେଲିଂ କରିଥିଲେ ।ଘଟଣା ବଢିବାରୁ ନିରୁପାୟ ହୋଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ଧୋକାବାଜ ପ୍ରେମିକର ଅସଲ ଚେହେରା ପଦାକୁ ଆସିଥିଲା ।ଶେଷରେ ଧୋକାବାଜ ପ୍ରେମିକ ସାଜିଥିବା କନେଷ୍ଟବଳକୁ ମହିଳାଥାନା ପୋଲିସ ଗିରଫ କରି କୋର୍ଟଚାଳଣ କରିଛି । ନାବାଳିକାଙ୍କୁ […]

ଜଳିଗଲା ୯ ବଖରା ଘର

ଭଦ୍ରକ, ୨୬/୫(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ସାହାଡ଼ା ପଞ୍ଚାୟତ ସମିଆ ସାହାଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଜଳିଯାଇଛି ।ଘରଭିତରେ ଥିବା ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ରାତିରେ ସମସ୍ତେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଚାହୁଁ ଚାହୁଁ ୪ଟି ପରିବାରର ୯ ବଖରା ଘର ନିଆଁରେ ଚାଲିଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଥିବାବେଳେ ଭଦ୍ରକରୁ ଅଗ୍ନିଶମ ବାହିନୀ ଟମ୍ ପହଞ୍ଚି […]

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

କାମାକ୍ଷାନଗର, ୨୬/୫(ଏସଏସନିଉଜ) ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ବିଇଓ ଅଫିସରେ କନିଷ୍ଠ କିରାଣି ଜୀବନାନନ୍ଦ ଶତପଥୀ ।ସ୍କୁଲ୍ ଏରିଅର୍ ବିଲ୍ କରାଇ ଦେବାକୁ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ.ସେ ଧରାପଡିଛନ୍ତି ।  

ବାଇକ ଚୋରୀ କରିବା ପଡିଲା ମହଙ୍ଗା, ଧରାହେଲେ ୨

ଚୈାଦ୍ୱାର,୨୬/୫(ଏସଏସନିଉଜ)ଡାକ୍ତରଖାନା ବାହାରୁ ଚୋରୀ ହୋଇଥିବା ଗାଡିକୁ ଉଦ୍ଧାର କରିବା ସହ ଏହାକୁ ଚୋରୀ କରିଥିବା ଓ କିଣିଥିବା ଯୁବକଦ୍ୱୟକୁ ଗିରଫ କରି କୋର୍ଟଚାଳଣ କରିଛି ଚୈାଦ୍ୱାରଥାନା ପୋଲିସ । ପ୍ରକାସ ଯେ, ୨୨ତାରିଖରେ ଚୈାଦ୍ୱାରଥାନାରେ ଢେଙ୍କାନାଳର ଚିତରଞନପରିଡା ନାମକ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ସେ ଗତ୨୧ତାରିଖ ରାତିରେ ଚାରିବାଟିଆରେ ଥିବା ଇଏସଆଇ ହସପିଟାଲରେ ଚିକିସ୍‌ା ହେଉଥିବା ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ।ହସ୍ପିଟାଲ ବାହାରେ ତାଙ୍କର ଓଡି୦୫-ଡବ୍ଲ୍ୟୁ-୨୦୬୬ନଂ ହିରୋହେଣ୍ଡା ବାଇକକୁ ଥୋଇ ଭିତରକୁ ଯାଇଥିଲେ ।ପରଦିନ […]

ବାବୁ ନନ୍ଦନକାନନ ଛାଡିବାକୁ ନାରାଜ!

ବାରଙ୍ଗ,୨୬/୫(ଏସଏସନିଉଜ)ବାବୁ ନନ୍ଦନକାନନ ଛାଡି ଯିବାକୁ ରାଜିନାହାନ୍ତି ।ବଦଳି ହେଲେ ମଧ୍ୟ ଧରାଧରି କରି ଏଠାରେ ରହିବାକୁ ଭାରି ଇଛା ।କାରଣ ନନ୍ଦନକାନନ ପ୍ରତି ଏତେ ଯେ ମମତା ରହିଛି ତାହା ଜୀବଜନ୍ତୁମାନଙ୍କ ମୃତ୍ୟୁ ଘଟଣା ପ୍ରମାଣ କରୁଛି ।ଅସୁସ୍ଥ ଜଳହସ୍ତୀକୁ ଚିକିସ୍‌ା କରିବାକୁ ଯାଇ ତା ପିଚାରେ ସିରିଞ ଛାଡିଦେବା ଘଟଣା ଏବେ ବି ଚର୍ଚ୍ଚାରେ ରହିଛି ।ଏହାହେଉଛି ଡାକ୍ତମାନଙ୍କର ଆନ୍ତରିକତା ।ସେଇଥିପାଇଁ ବୋଧେ ନନ୍ଦନକାନନ ଛାଡିବାକୁ ବାବୁମାନେ ରାଜି ନାହାନ୍ତି । ନନ୍ଦନକାନନ ୱେବ୍‌ସାଇଟରେ ଡ.ଶରତକୁମାର […]

ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ

ଭଦ୍ରକ, ୨୬/୫(ଏସଏସନିଉଜ) ଗ୍ରାମାଞ୍ଚଳ ଥାନା ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛପଟୁ ଯାତ୍ରୀବାହୀ ଅଟୋ ପିଟିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟ୍ରକଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଅଟୋଟି ଯାଜପୁରରୁ କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକର ପଛପଟେ ବାଡ଼େଇଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଚି ଆହତ ଅବସ୍ଥାରେ ଅଟୋ ମଧ୍ୟରୁ ଲୋକମାନଙ୍କୁ […]

ମାଟି ଭିତରୁ ଘଂଟାଏ ପରେ ଉଦ୍ଧାର ହେଲେ ଯୁବକ

ଆନନ୍ଦପୁର, ୨୬/୫(ଏସଏସନିଉଜ) କଇନିପୁରା ପାର୍ଶ୍ବରେ ପାଇପଲାଇନ୍ କାମ ଚାଲିଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିବାରୁ ଏକ ଘରୋଇ କମ୍ପାନିର ପଶ୍ଚିମବଙ୍ଗର ଅଝମତ ଅଲ୍ଲୀ ନାମକ ଶ୍ରମିକ ପୋତି ହୋଇଯାଇଥିଲେ। ଗତକାଲି ଅପରାହ୍ନ ପ୍ରାୟ ୫.୪୫ ସମୟରେ ଏହି ଘଟଣା ଘଟିଥିଲା । ଅଝମତ ଅଲ୍ଲୀ ଙ୍କର କେବଳ ବାହାରକୁ କେବଳ ମୁଣ୍ଡ ଦେଖା ଯାଉଥିଲା।ଖବରପାଇ ସ୍ଥାନୀ ଗ୍ରାମବାସୀମାନେ ପହଁଚିବା ସହ ଘସିପୁରା ଅଗ୍ନିଶମ ବାହିନୀ କୁ ଖବରଦେଇଥିଲେ । ଅଗ୍ନିଶମ ବାହିନୀ କମ୭ଚାରୀମାନେ ଆସି ତାଙ୍କୁ […]

ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର,୨୬/୫(ଏସଏସନିଉଜ) ବିଧାନସଭା ପକ୍ଷରୁ ରାଜ୍ୟସଭା ଉପନିର୍ବାଚନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୬ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୧୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ଭୋଟଗଣିତ ହେବ। ଜୁନ୍ ୧୭ତାରିଖ ପୂର୍ବରୁ ସମସ୍ତ ପ୍ରକାର ଉପନିର୍ବାଚନ […]

ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତ ଦେହ

ପୁରୀ,୨୬/୫(ଏସଏସନିଉଜ) ବ୍ରହ୍ମଗିରି ସାହୁପଡା ଗାଁରେ ପ୍ରେମିକାର ଘରୁ ପ୍ରେମିକର ଝୁଲନ୍ତା ମୃତଦେହ କୁ ଉଦ୍ଧାର କରିଛି ପୋଲିସ । ମୃତକ ଯୁବକ ହେଉଛନ୍ତି ସୁର୍ଯ୍ୟକାନ୍ତ ବିଶ୍ୱାଳ । ତେବେ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କ ଘର ସାହୁପଡା ଗାଁର ହୋଇଥିବାବେଳେ ଏହି ଘଟଣା ପରେ ୨ ପରିବାର ଏବେ ମୁହାଁମୁହିଁ ହବା ସହ ଗାଁରେ ଉତେଜନା ଦେଖାଦେଇଛି । ପୁଅକୁ ହତ୍ୟା କରି ଫ୍ୟାନ୍ ରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ପରିବାରେ ଲୋକେ । […]