ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ

ଭଦ୍ରକ, ୨୬/୫(ଏସଏସନିଉଜ) ଗ୍ରାମାଞ୍ଚଳ ଥାନା ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛପଟୁ ଯାତ୍ରୀବାହୀ ଅଟୋ ପିଟିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟ୍ରକଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଅଟୋଟି ଯାଜପୁରରୁ କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକର ପଛପଟେ ବାଡ଼େଇଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଚି ଆହତ ଅବସ୍ଥାରେ ଅଟୋ ମଧ୍ୟରୁ ଲୋକମାନଙ୍କୁ ବାହାର କରିଥିଲେ।

Comments (0)
Add Comment