Browsing daily archive

May 30, 2022

୧ରୁ ଅନଲାଇନ ଟିକେଟ ବୁକିଂ

କଟକ,୩୦/୫(ଏସ ଏସ ନିଉଜ)କଟକ ବାରବାଟିରେ ହେବାକୁ ଥିବା ଟି -୨୦ ମ୍ୟାଚ ପାଇଁ ୧ ତାରିଖ ଦିନ ୧୧ ଟା ରୁ ଆରମ୍ଭ ଅନଲାଇନ୍ ଟିକେଟ ବୁକିଂ ।୮ ତାରିଖ ଦିନ ଟିକେଟ ରିଡେମ୍ପସନ୍ କାଉଣ୍ଟରରୁ ସଂଗ୍ରହ କରିପାରିବେ ଦର୍ଶକ । ଅନଲାଇନ୍ ରେ ସମୁଦାୟ ୫ ହଜାର ଟିକେଟ ଉପଲବ୍ଧ ରହିବାସହ ଜଣେ ବ୍ୟକ୍ତି ସର୍ବାଧିକ ୨ ଟି ଟିକେଟ ନେଇପାରିବ ବୋଲି ଜଣାପଡିଛି ।

ଜୁନ୍ ୧ରୁ କଂଗ୍ରେସର ନବସଂକଳ୍ପ ଶିବିର

ଭୁବନେଶ୍ୱର,୩୦/୫(ଏସ ଏସ ନିଉଜ)ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଦଳକୁ ଶୃଙ୍ଖଳିତ ଓ ସୁଦୃଢ ଲାଗି ପଦକ୍ଷେପ ନେବାକୁ ଯାଉଛନ୍ତି । ଏଆଇସିସି ଢାଞ୍ଚାରେ ପିସିସି ଆୟୋଜନ କରିବ ସଂକଳ୍ପ ଶିବିର। ନବ ସଂକଳ୍ପ ଶିବିର ଆୟୋଜନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ଜୁନ ୧ ଓ ୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ନବସଂକଳ୍ପ ଶିବିର!।ଏହି ଶିବିରରେ ନେତା, ବିଧାୟକ, ସାଂସଦ ମାନେ ଯୋଗଦେବେ। ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗଦେବେ। ଶିବିରରେ […]

ମୋଦୀ ନବୀନ ଆଲୋଚନା

ଭୁବନେଶ୍ୱର,୩୦/୫(ଏସ ଏସ ନିଉଜ) ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ହେଲା ଆଲୋଚନା । ମହାମାରୀ ପରେ ଏହା ଥିଲା ସୌଜନ୍ୟମୂଳକ ସାକ୍ଷାତକାର ବୋଲି ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ।

ରଥଯାତ୍ରା ପାଇଁ ହୋଟେଲ ଆସୋସିଏସନ ସହ ପୋଲିସ ବୈଠକ

ପୁରୀ,୩୦/୫(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବିଭିନ୍ନ ହୋଟେଲ ଆସୋସି ଏସନ ଓ ହୋଟେଲ ମାଲିକଙ୍କୁ ନେଇ ଏସପିଙ୍କ ବୈଠକ ହୋଇଯାଇଛି ।ସବୁ ହୋଟେଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି ଲଗାଯିବ।ବେଳା ଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା।ପ୍ରତି ହୋଟେଲରେ ଟୋଲ୍ ଫ୍ରି ନମ୍ବର ଲାଗିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଟୁରିଷ୍ଟଙ୍କ ପାଇଁ ହେଲ୍ପଲାଇନ ନମ୍ବର 6370967100 ଜାରି କରାଯାଇଛି । ସବୁ ହୋଟେଲ ୭ ଦିନର ସିସିଟିଭି ଫୁଟେଜ ରେକର୍ଡ ରଖିବେ ।ପ୍ରତିଦିନର ପର୍ଯ୍ୟଟକଙ୍କ ରହଣୀର […]

କୁମ୍ଭୀର ମୁହଁରୁ ବଂଚିଲେ ନାବାଳକ

କେନ୍ଦ୍ରାପଡା,୩୦/୫(ଏସ ଏସ ନିଉଜ)କୁମ୍ଭୀର ମୁହଁରୁ ସଂଘର୍ଷ କରି ନିଜ ଜୀବନକୁ ବଞ୍ଚାଇବା ରେ ସକ୍ଷମ ହେଲେ ନାବାଳକ।ଏହି ନାବାଳକ ହେଉଛନ୍ତି କେନ୍ଦ୍ରା ପଡ଼ା ପଟ୍ଟାମୁଣ୍ଡାଇ ବଲୁ ରିଆ ଅରାଜି ଗାଁର । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣିନେଇଥିଲା ।ନଦୀ ଭିିତରେ କୁମ୍ଭୀର ମୁହଁରୁ ବର୍ତ୍ତିବାକୁ ଉଦ୍ୟ ମ କରି ସଫଳ ହୋଇଥିଲେ।କିଛି ସାଙ୍ଗରକ୍ତାକ୍ତ ଅବସ୍ଥାରେ ନଦୀରୁ ଉପରକୁୂ ଆଣିଥିଲେ ।

ମହିଳା ପ୍ରଫେସରଙ୍କୁ ବଳାତ୍କାର ପରେ ବ୍ଲାକମେଲିଂ ଅଭିଯୋଗ !

ଭୁବନେଶ୍ୱର,୩୦/୫(ଏସଏସନିଉଜ) ଜଣେ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।ମହିଳାଜଣଙ୍କ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ପ୍ରଫେସର ଭାବେ କାଯ୍ୟ କରୁଥିଲେ । ପ୍ରଫେସରଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ସେ ପ୍ରାଥମିକ ଅଭିଯୋଗ ଛତିଶଗଡ଼ର କବୀରନଗର ଥାନାରେ କରିଥିଲେ ।ପରେ ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସହକାରୀ ମହିଳା ପ୍ରଫେସରଙ୍କୁ ନିଶା ଦେଇ ସପ୍ତାହେ ଧରି […]

ବଡଭାଇ ଆକ୍ରମଣରେ ସାନଭାଇ ଓ ପତ୍ନୀ ଗୁରୁତର

ଆନନ୍ଦପୁର, ୩୦/୫(ଏସଏସନିଉଜ)ଦୁଇ ଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି ।ଘସିପୁରା ଥାନା କେନ୍ଦୁଆ ଗାଁରେ ଜମିବାଡ଼ି ବିବାଦରୁ ମରଣାନ୍ତକ ଆକ୍ରମଣ ଘଟିଛି ।ସାମାନ୍ୟ ବଚସାକୁ କେନ୍ଦ୍ରକରି ୨ ବଡ଼ଭାଇ କୁରାଢିରେ ଆକ୍ରମଣ କରିଥିବା ସୂଚନା ମିଳିଛି ।ଘଟଣାପରେ ଗୁରୁତର ଅବସ୍ଥାରେ ସାନଭାଇ ଓ ତାଙ୍କ ପତ୍ନୀଙ୍କୁ ଘସିପୁରା ମେଡିକାଲରେ ଭର୍ତ୍ତି କରାଯାଇଛି ।

ମହୁମାଛି ନେଲା ଜୀବନ

ବାଙ୍କୀ,୩୦/୫(ଏସଏସନିଉଜ) ମହୁମାଛି ନେଲା ଛାତ୍ରର ଜୀବନ । ମହୁମାଛି ଆକ୍ରମଣରେ ଚାଲିଗଲା ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ । ବାଙ୍କୀ ପାଣ୍ଡବ ବଖରା ଗୁମ୍ଫା ବୁଲିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା ।ଛାତ୍ର ଜଣଙ୍କ ହେଉଛନ୍ତି ତାଳଚେରର ଶୁଭେନ୍ଦୁ ସାହୁ । ଗୁମ୍ଫା ଭିତରେ ବାଘୁଆ ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ।