ରଥଯାତ୍ରା ପାଇଁ ହୋଟେଲ ଆସୋସିଏସନ ସହ ପୋଲିସ ବୈଠକ

ପୁରୀ,୩୦/୫(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବିଭିନ୍ନ ହୋଟେଲ ଆସୋସି ଏସନ ଓ ହୋଟେଲ ମାଲିକଙ୍କୁ ନେଇ ଏସପିଙ୍କ ବୈଠକ ହୋଇଯାଇଛି ।ସବୁ ହୋଟେଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି ଲଗାଯିବ।ବେଳା ଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା।ପ୍ରତି ହୋଟେଲରେ ଟୋଲ୍ ଫ୍ରି ନମ୍ବର ଲାଗିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଟୁରିଷ୍ଟଙ୍କ ପାଇଁ ହେଲ୍ପଲାଇନ ନମ୍ବର 6370967100 ଜାରି କରାଯାଇଛି । ସବୁ ହୋଟେଲ ୭ ଦିନର ସିସିଟିଭି ଫୁଟେଜ ରେକର୍ଡ ରଖିବେ ।ପ୍ରତିଦିନର ପର୍ଯ୍ୟଟକଙ୍କ ରହଣୀର ତଥ୍ୟ ପୋଲିସ ନିକଟରେ ଦାଖଲ କରିବେ ହୋଟେଲ ମାଲିକ ବୋଲି ବୈଠକ ନେଇ ପୁରୀ ଏସପି ଦେଲେ ସୂଚନା ଦେଇଛନ୍ତି ।

Comments (0)
Add Comment