Browsing daily archive

May 31, 2022

ଚାଷୀଙ୍କୁ ମିଳିଲା ପିଏମ କିଷାନ କିସ୍ତି

ଭୁବନେଶ୍ୱର,୩୧/୫(ଏସଏସନିଉଜ)ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୧ ହଜାର କୋଟି। ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ସିମଲାରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।ଏହିଅବସରରେ ଗରିବ କଲ୍ୟାଣ ସମ୍ମେଳନରେ ମୋଦିଙ୍କ ଉଦବୋଧନ ଦେଇ ଗତ ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନି। ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି। ଭାରତବାସୀଙ୍କୁ […]

ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ

ସମ୍ବଲପୁର,୩୧/୫(ଏସ ଏସ ନିଉଜ) ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଦୋକାନୀ ମୃତବରଣ କରିଛି ।ଏକ ବଡ଼ ସିଲିଣ୍ଡରରୁ ଛୋଟ ସିଲିଣ୍ଡରକୁ ରିଫିଲିଙ୍ଗ ବେଳେ ଏହି ଅଘଟଣ ଘଟିଛି । ଅଇଁଠାପାଲି ଥାନା କାଇଁସିରୀ ଗାଁର ଏକ ଦୋକାନରେ ଏହି ଅଘଟଣ ଘଟିଛି ।

ଦୋହଲିଲା ଦିଲ୍ଲୀ

ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ପ୍ରବଳ ପବନ ଓ ଝଡ ବର୍ଷାରେ ଦିଲ୍ଲୀ ଦୋହଲିଗଲାସୋମବାର ସନ୍ଧ୍ୟାରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି।ଫଳରେ ପ୍ରବଳ ବର୍ଷା ସାଙ୍ଗକୁ ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି ।ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିଛି। ଯାହାଫଳରେ ଯାତାୟାତରେ ପ୍ରବଳ ଅସୁବିଧା ଦେଖା ଦେଇଛି। ସେପଟେ ଓସ୍ତ ଗଛ ପଡି ଜଣେ ୬୫ ବର୍ଷୀୟା ବୃଦ୍ଧା ଓ ଘର ବାଲକୋନିର […]

ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ଆଜି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ ।ବିଧାନସଭା ପ୍ରକୋଷ୍ଠରେ ଦିନ ୧୧ଟାରେ ପ୍ରାର୍ଥିପତ୍ର ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି।ଓଡ଼ିଶାରୁ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି  ପ୍ରାର୍ଥିପତ୍ର ଦାଖଲ କରିବେ।

ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ

ଝାରସୁଗୁଡା,୩୧/୫(ଏସଏସ ନିଉଜ)ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ହେବ ଭୋଟ ଗ୍ରହଣ ।ଭୋଟ ପାଇଁ ୨୭୯ ବୁଥ୍‌, ସେଥିମଧ୍ୟରୁ ୨୨ଟି ନୂଆ ବୁଥ୍‌ ।୩୦ଟି ଆଦର୍ଶ ବୁଥ୍‌ ଏବଂ ୫ଟି ପିଙ୍କ୍ ବୁଥ୍ ବ୍ୟବସ୍ଥା ।୬୦ଟି ସମ୍ବେଦନଶୀଳ ବୁଥ୍, ୧୪୫ ବୁଥରେ ୱେବକାଷ୍ଟିଂ ।ମତାଧିକାର ସାବ୍ୟସ୍ତ କରିବେ ମୋଟ ୨,୧୪,୮୭୮ ଭୋଟର ।

ଆଜିର ରାଶିଫଳ

(ମଙ୍ଗଳବାର)୨୦୨୨ ମସିହା ମେଂ ମାସ ୩୧ ତାରିଖ, ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦା,ସୁର୍ୟୋଦୟ-ପ୍ରାତଃ ଘ୫/୧୦/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୪,ମକର ରାଶିର ଘାତବାର,ବିଛା ଓ କନ୍ୟା ରାଶିର ଘାତଚନ୍ଦ୍ର,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ସନ୍ଧ୍ୟା ଘ୭/୫ ଗତେ ବୃହତୀ(ବୋଇତି କଖାରୁ) ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ […]