ଦୋହଲିଲା ଦିଲ୍ଲୀ

ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ପ୍ରବଳ ପବନ ଓ ଝଡ ବର୍ଷାରେ ଦିଲ୍ଲୀ ଦୋହଲିଗଲାସୋମବାର ସନ୍ଧ୍ୟାରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି।ଫଳରେ ପ୍ରବଳ ବର୍ଷା ସାଙ୍ଗକୁ ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି ।ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିଛି। ଯାହାଫଳରେ ଯାତାୟାତରେ ପ୍ରବଳ ଅସୁବିଧା ଦେଖା ଦେଇଛି। ସେପଟେ ଓସ୍ତ ଗଛ ପଡି ଜଣେ ୬୫ ବର୍ଷୀୟା ବୃଦ୍ଧା ଓ ଘର ବାଲକୋନିର କିଛି ଅଂଶ ଭାଙ୍ଗି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ପ୍ରହ୍ଲାଦପୁରୀ ଅଣ୍ଡରପାସରେ ପାଣି ଭର୍ତ୍ତି ହୋଇଯାଇଥିବା ବେଳେ ବର୍ଷା ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଝଡ ବର୍ଷା ଯୋଗୁ ଜାମା ମସଜିଦର ଗମ୍ବୁଜ କ୍ଷତିଗ୍ରସ୍ତ ହୋଇ ଜାମା ମସଜିଦର ଗମ୍ବୁଜ ୩ ଖଣ୍ଡ ହୋଇ ଭଙ୍ଗା ଗମ୍ବୁଜର କିଛି ଅଂଶ ଖସି ତଳେପଡ଼ିବା ଯୋଗୁ ଦୁଇରୁ ତିନି ଜଣ ଆହତ ହୋଇଛନ୍ତି।

Comments (0)
Add Comment