Browsing daily archive

July 11, 2022

ଆଜିର ରାଶିଫଳ

ଶିବଶୟନ ଚତୁର୍ଦ୍ଦଶୀ ଓ ନୀଳାଦ୍ରି ବିଜେ,୨୦୨୨ ମସିହା ଜୁଲାଇ ମାସ ୧୨ ତାରିଖ, ମଙ୍ଗଳବାର,ଆଷାଢ଼ ମାସ- ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ଦିବା ଘ୭/୪୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ, ସୁର୍ୟୋଦୟ ପ୍ରାତଃ ଘ୦୫/୧୮/୪୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୭,ମକର ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବାଇଗଣ ଦିବା ଘ୭/୪୧ ଗତେ ବିରି ଭକ୍ଷଣ ନିଷେଧ। 🐏ମେଷ👉ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ର ମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ […]

ରିଟେଲେର ସଂଘର ଶୋଭାଯାତ୍ରା

କଟକ, ୧୧/୭(ଏସଏସନିଉଜ) ସର୍ବଭାରତୀୟ ଡିଲରସ ଫେଡ୍ରେସନର ନିଷ୍ପତି କ୍ରମେ ଓଡ଼ିଆ ରିଟେଲର ମହାସଙ୍ଗ ତରଫରୁ ଓଡ଼ିଶାର ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା ସମୟରେ ସମସ୍ତ ସ୍କୁଲ, କଲେଜ, ଅଫିସ ଆଦି ବନ୍ଦ ଥିବା ସମୟରେ ଓଡ଼ିଶାର ସମସ୍ତ ରେଟଲର ମାନେ ନିଜ ଜୀବନକୁ ବାଜିଲଗାଇ ରାସନ କାର୍ଡ ଧାରୀମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ , ସ୍କୁଲ ର ମନ୍ଧ୍ୟାନ ଭୋଜନ ଚାଉଳ ବଣ୍ଟନ ,ପ୍ରଧାନମନ୍ତ୍ରୀ ଗରିବ […]

ଭିଜିଲାନ୍ସ ହାତରେ ଧରାପଡିଲେ

ନବରଙ୍ଗପୁର,୧୧/୭(ଏସଏସନିଉଜ)ଏକ ଘରୋଇ ବିବାଦ ମାମଲାର ରଫାଦଫା କରିବାକୁ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ୨୦ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଟିମ୍ ରାତି ୧୧ ଟା ସମୟରେ ଲାଞ୍ଚ। ଟଙ୍କା ନେଇ ଦୌଡ଼ି ପଳାଇ ଯାଉଥିବାବେଳେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍।      

ବସ୍ କାର୍‌କୁ ଦେଲା ଧକ୍କା

ବଲାଙ୍ଗିର, ୧୧/୭(ଏସଏସନିଉଜ)ଟିଟିଲାଗଡ଼ ଜାତୀୟ ରାଜପଥ ୨୬ର ଖର୍ଲିକାନି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ କାର୍‌କୁ ଧକ୍କା ଦେବା ଫଳରେ କାର୍ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରିତମ ସାହୁ। ତାଙ୍କ ଘର କେଉଁଠି ଜଣାପଡ଼ିନାହିଁ ।

ଓଲଟିଲା ବସ୍

ପିପିଲି,୧୧/୭(ଏସଏସନିଉଜ) ପୁରୀରୁ ଭୁବନେଶ୍ୱର ଆସୁଥିବା ଶାରଳା ନାମକ ଏକ ଘରୋଇ ବସ୍ ସାତଶଙ୍ଖ ଛକରେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ବସଟି ରାସ୍ତା ଡିଭାଇଡରରେ ପିଟିହୋଇ ଓଲଟି ପଡ଼ିଥିଲା। ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲ, ପିପିଲି, ମଙ୍ଗଳପୁର ଓ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ବରରେ ବଢ଼ିଲା କଟକଣା

ଭୁବନେଶ୍ୱର, ୧୧/୭(ଏସ୍‌ଏସ୍‌ନିଉଜ) ସଂକ୍ରମଣ ବଢୁଥିବାରୁ ଭୁବନେଶ୍ବରରେ କଟକଣା କଡ଼ାକଡ଼ି କରିଛି ବିଏମ୍‌ସି ।ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ କରିବା ପାଇଁ ମନା କରାଯାଇଛି ।ଏହାସହ ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କୌଣସି ସପିଂ ମଲ୍, ଦୋକାନ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି ।ଏହାସହ ବିଏମସି କମିସନର ସମ୍‌ହସ୍ପିଟାଲ ପରିଦର୍ଶନ କରିବାସହ ସମ୍ ହସ୍ପିଟାଲରେ କୋରୋନା ରୋଗୀଙ୍କ ପାଇଁ ହୋଇଥିବା […]

ସମୁଦ୍ରରେ ବୁଡ଼ି ଜଣେ ନିଖୋଜ

ପୁରୀ, ୧୧/୭(ଏସ୍‌ଏସ୍‌ନିଉଜ) ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ଜଣେ ପର‌୍ୟ୍ୟଟକ ନିଖୋଜ ହୋଇଥିବାର ଜଣାପଡିଛି ।ନିଖୋଜ ବ୍ୟକ୍ତି ଯାଜପୁର ମାଳସାହିର ହୋଇଥିବାବେଳେ ପରିବାର ସହ ପୁରୀ ଆସିଥିଲେ । ୯ ନମ୍ବର ସେର ଚୈତନ୍ୟ ଛକରେ ଗାଧୋଇଲା ବେଳେ ଭାସି ନିଖୋଜ ହୋଇଛନ୍ତି ।

ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା

ପୁରୀ,୧୧/୭(ଏସଏସ ନିଉଜ)ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି।ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ।ଏହାପରେ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧର ହଣ୍ଡା ଭଙ୍ଗାଯିବ। ୯ ଦିନର ଯାତ୍ରାରେ ଶ୍ରୀଜିଉଙ୍କୁ ନଜର ଲାଗିଥିବାରୁ ତଥା ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହଣ୍ଡା ଭଙ୍ଗାଯିବ। ଏହାପରେ ଆସନ୍ତାକାଲି ନିଳାଦ୍ରୀବିଜେ କରିବେ ମହାପ୍ରଭୁ। ଗତକାଲି ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଇଥିଲେ ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନ […]

ଉଠାଇନେଲା ପୋଲିସ

ଭୁବନେଶ୍ୱର,୧୧/୭(ଏସ ଏସ ନିଉଜ)ବିଜେବି କଲେଜ ସାମ୍ନାରୁ ରୁଚିକାଙ୍କ ମାଆଙ୍କୁ ଉଠାଇ ନେଲା ପୋଲିସ ।ଆତ୍ମହତ୍ୟା କରିଥିବା ରୁଚିକାଙ୍କ ମାଆଙ୍କୁ ଜବରଦସ୍ତ ଉଠାଇଲା ପୋଲିସ।ରୁଚିକାଙ୍କ ମାଆଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ।ଝିଅକୁ ନ୍ୟାୟ ପାଇଁ ଧାରଣା ଦେଇଥିବା ମାଆଙ୍କୁ ଉଠାଇନେଲା।

ପୁଣି ହାତୀ ମୃତ

ଖୋର୍ଦ୍ଧା,୧୧/୭(ଏସ ଏସ ନିଉଜ) ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତୁ ବରଣ କରିଛି । ଜଙ୍କିଆ ନିକଟ ଗୋଳବାଇ ରାସ୍ତାର ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ଲାଗି ମୃତ ବରଣ କରିଛି ।ମୃତ ହାତୀକୁ ଆଉ ଗୋଟିଏ ହାତୀ ଜଗି ରହିଛି, ଘଟଣା ସ୍ଥଳରେ ବନ କର୍ମଚାରୀମାନେ ଜଗି ରହିଛନ୍ତି ।ବନ କର୍ମଚାରୀମାନେ ହାତୀ ଜଗି ରହିଥିବା ଅଞ୍ଚଳକୁ କାହାକୁ ଛାଡୁ ନାହାନ୍ତି।