Browsing daily archive

July 15, 2022

ଚେତାବନୀ ଦେଲେ ପୌର ପରିଷଦ

ଜୟପୁର,୧୫/୭(ଏସ ଏସ ନିଉଜ)ପାରାବେଡ଼ାରେ ଘରେ ବର୍ଷା ପାଣି ପଶିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୌର ପରିଷଦ ।ରିଏଲ ଇଷ୍ଟେଟ ମାଲିକ କେ. ଲକ୍ଷ୍ମଣ ପ୍ରସାଦଙ୍କୁ ପୌର ପରିଷଦର ନୋଟିସ କରାଯାଇ ୩ ଦିନ ଭିତରେ ଜବରଦଖଲ ନହଟାଇଲେ ଉଚ୍ଛେଦ ପାଇଁ ଚେତାବନୀ ଦିଆଯାଇଛି ।ଏହାସହ ଜବରଦଖଲ ଉଚ୍ଛେଦ ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦିଆଯାଇଛି ।

ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଲିଗୁଡ଼ା,୧୫/୭(ଏସ ଏସ ନିଉଜ)ରାଇକିଆ ଥାନା ଡଡିଙ୍ଗିଆ ରାସ୍ତାକଡ଼ରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।ଯୁବତୀଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖଲଣା ଗାଁର ଗୁଳିମାଡ଼

ଆନନ୍ଦପୁର,୧୫/୭(ଏସ ଏସ ନିଉଜ) ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଘଟଣାସ୍ଥଳରେ ଖଲଣା ଗାଁର ସୁଶାନ୍ତ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର, କେନ୍ଦୁଝର ସ୍ଥାନାନ୍ତର ହୋଇଛି ।କେଉଁ କାରଣ ପାଇଁ ଓ କିଏ ଅଭିମନ୍ୟୁଙ୍କୁ ହତ୍ୟା କଲା ଅସ୍ପଷ୍ଟ ରହିଛି ।

ପ୍ରଶ୍ନପତ୍ର ଲିକ୍ ,ବାତିଲ ହେଲା ପରୀକ୍ଷା

ସମ୍ବଲପୁର ,୧୫/୭(ଏସଏସନିଉଜ) ପୁଣି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ୍ ନେଇ ନିରୀକ୍ଷକଙ୍କ ସୂଚନା ଦେଇଛନ୍ତି । ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣାକୁ ପରୀକ୍ଷା ନିୟନ୍ତ୍ରକ ମାନିବାସହ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ବୋଲି କହିଛନ୍ତି ।ଏଥିପାଇଁ ଆଜି ଦିନ ୧୦ଟାରେ ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ କରାଯାଇଥିବାବେଳେ କେବେ ପୁଣି ପରୀକ୍ଷା ହେବ ଜଣାଇ ଦିଆଯିବ ବୋଲି କହିଛନ୍ତି ।