ପ୍ରଶ୍ନପତ୍ର ଲିକ୍ ,ବାତିଲ ହେଲା ପରୀକ୍ଷା

ସମ୍ବଲପୁର ,୧୫/୭(ଏସଏସନିଉଜ) ପୁଣି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ୍ ନେଇ ନିରୀକ୍ଷକଙ୍କ ସୂଚନା ଦେଇଛନ୍ତି । ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣାକୁ ପରୀକ୍ଷା ନିୟନ୍ତ୍ରକ ମାନିବାସହ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ବୋଲି କହିଛନ୍ତି ।ଏଥିପାଇଁ ଆଜି ଦିନ ୧୦ଟାରେ ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ କରାଯାଇଥିବାବେଳେ କେବେ ପୁଣି ପରୀକ୍ଷା ହେବ ଜଣାଇ ଦିଆଯିବ ବୋଲି କହିଛନ୍ତି ।

Comments (0)
Add Comment