Browsing daily archive

July 22, 2022

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୩ ତାରିଖ (ଶନିବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଦଶମୀ ଦିବା ଘ୧୧/୧୧ ପର‌୍ୟ୍ୟନ୍ତ ତଦନ୍ତେ ଏକାଦଶୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୨/୪୨ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୦୦ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ବିଛା ରାଶି ର ଘାତଚନ୍ଦ୍ର ,ଏକାଦଶୀ ର ପାର୍ବଣ ଶ୍ରାଦ୍ଧ ,କଳମ୍ବୀ(କଳମ ଶାଗ) ଦିବା ଘ୧୧/୧୧ ଗତେ ସିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ […]

ମେଣ୍ଢାଶାଳ ପଞ୍ଚାୟତରେ ବୃକ୍ଷରୋପଣ

ମେଣ୍ଢାଶାଳ, ୨୨/୭ (ଏସ ଏସ ନିଉଜ)  ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିଡାମଡ଼ା ଆଶ୍ରମ ବିଦ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମ୍ବ, ପଣସ, କରମଙ୍ଗା, ଜାମ୍ମୁ, ବଉଳ, ପିସ୍ତା ବାଦାମ ଆଦି କଲମୀ ଫଳଚାରା ରୋପଣ କରାଯାଇଛି। ବର୍ତ୍ତମାନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ପଦକ୍ଷେପ ବୋଲି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶ୍ରୀ ପ୍ରଭାତ କୁମାର ରାଉତରାୟ ଅଞ୍ଚଳର ବସିନ୍ଦା ମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ […]

ବଜ୍ରାଘାତରେ ୨ ମୃତୁ

ଭୁବନେଶ୍ୱର,୨୨/୭(ଏସ ଏସ ନିଉଜ)ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କର ମୃତୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ଆନନ୍ଦପୁର ହାଟଡ଼ିହି ବ୍ଲକ ବାହାରିପୁର ଗାଁରେ ୨ ଜଣ ମୃତବରଣ କରିଛନ୍ତି ।ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୨ ମୃତ ହୋଇଛି ।ସେହିଁଭଳି ଭାବେ ଭଦ୍ରକ ଧାମନଗର ଥାନା ନନ୍ଦୀପୁରରେ ବଜ୍ରାଘାତରେ ୩ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।

ବନ୍ଦଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର, ୨୨/୭(ଏସ ଏସ ନିଉଜ) ଶାସ୍ତ୍ରୀନଗର ଶନି ମନ୍ଦିର ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ବନ୍ଦ ଘରୁ ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୋଲିସ ।୫ରୁ ୬ ଦିନ ହେବ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘରେ ଏକୁଟିଆ ରହୁଥିଲେ ବୃଦ୍ଧ ।

ଭିଜିଲାନ୍ସ ହାତରେ ଆୟୁଷ ଡାକ୍ତର

ରାଜଗାଙ୍ଗପୁର,୨୨/୭(ଏସ ଏସ ନିଉଜ)ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର।ସିଏ ହେଉଛନ୍ତି କୁତ୍ରା ଥାନା ଗହୀରବାହାଲ PHC ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ।ଜଣେ ଅଟୋ ଡ୍ରାଇଭରଠାରୁ ୪ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ।ଡାକ୍ତରଙ୍କ କ୍ଲିନିକ ସମେତ କୁତ୍ରା ବାସଭନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ।

କାଠଯୋଡ଼ିରେ କୁମ୍ଭୀର ଆତଙ୍କ

ବାରଙ୍ଗ,୨୨/୭(ଏସ ଏସ ନିଉଜ) ତ୍ରିଶୂଳିଆ ଛକ ନିକଟ କାଠଯୋଡ଼ି ମୁଣ୍ଡମୁହାଣ ଘାଟରେ କୁମ୍ଭୀର ଆତଙ୍କ ଦେଖଦେଇଛି ।ଘାଟ ନିକଟରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ କୁମ୍ଭୀର ଫସିଥିବା ଅବସ୍ଥାରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ବନବିଭାଗ ଓ ଅଗ୍ନିଶମ ବାହିନୀ ।