Browsing daily archive

July 26, 2022

ଥାନାରେ ଅଟକ ବଙ୍ଗୀୟ ଯୁବତୀ

ଭୁବନେଶ୍ୱର,୨୬/୭(ଏସଏସନିଉଜ) ଏକ ଲଜର କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିବାର ଜଣାପଡିଛି । ରୁମ୍ ଭଡ଼ା ଟଙ୍କାକୁ ନେଇ ଲକ୍ଷ୍ମୀସାଗର ସ୍ଥିତ ଏକ ଲଜ୍ କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଛି ।ଲକ୍ଷ୍ମୀସାଗର ଥାନାପୋଲିସ ବଙ୍ଗୀୟ ଯୁବତୀକୁ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛିା

ସରକାର ସ୍ପଷ୍ଟ କରନ୍ତୁ

କାଶୀପୁର , ୨୬/୭(ଏସଏସନିଉଜ) କାଶୀପୁର ରେ ଝାଡ଼ାବାନ୍ତି ଘଟଣାରେ ସେଠାରେ ସ୍ଥିତି ଅତ୍ୟନ୍ତ ଭୟାନକ ଓ ହୃଦୟ ବିଦାରକ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଝାଡ଼ାବାନ୍ତିରେ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୯ ମୃତ ହୋଇଥିବାର ସରକାର କହୁଛନ୍ତି ।ତେବେ ଆଉ କେଉଁ କାରଣ ପାଇଁ ଅନ୍ୟମାନେ ମରିଛନ୍ତି ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ।