Browsing daily archive

July 28, 2022

ବିଷ ପିଇଲା ସାନଭାଇ

ବଲାଙ୍ଗିର,୨୮/୭(ଏସ ଏସ ନିଉଜ) ବଡ଼ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଲା ସାନଭାଇ। ବେଲପଡ଼ା ଥାନା କୁମ୍ଭାରଖାନ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କାଲି ଛେଲିଆମାଲ ଡ୍ୟାମକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ ।ଆଜି ମୃତଦେହ ମିଳିବା ପରେ ୧୪ ବର୍ଷୀୟ ସାନଭାଇ ବିଷ ପିଇଥିବା ସୂଚନା ମିଳିଛି ।

ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି,୨୮/୭(ଏସ ଏସ ନିଉଜ)କ୍ଲାସରୁମ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରାଣୀପେଣ୍ଠ ସ୍ଥିତ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ନର୍ସିଂ ପ୍ରଥମ ବର୍ଷ ଛାତ୍ରୀ ହୋଇଥିବାବେଳେ ଘର ଗଞ୍ଜାମ ଗୋପାଳ ପୁରରେ ବୋଲି ଜଣାପଡିଛି ।ହଷ୍ଟେଲରେ ରହୁଥିବା ବେଳେ ଆଜି କ୍ଲାସରୁମ୍‌ରୁ ମୃତଦେହ ଉଦ୍ଧାର ହୋଇଛି।

ମାଲକାନଗିରିରେ ଆଂଶିକ ପ୍ରଭାବ

ମାଲକାନଗିରି,୨୮/୭(ଏସ ଏସ ନିଉଜ) ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ହେଉଛି ।ଏହାର ପ୍ରଭାବ ମାଲକାନଗିରିରେ ଆଂଶିକ ଭାବେ ଦେଖଦେଇଛି । କେବଳ ସରକାରୀ ବସ୍ ବନ୍ଦ ହୋଇଥିବାର ଦେଖିବାକୁ ମିଳିଛି ।