Browsing monthly archive

July 2022

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୫ ତାରିଖ (ଶୁକ୍ରବାର)ଆଷାଢ଼ ମାସ -ଶୁକ୍ଳପକ୍ଷତିଥି-ଦ୍ୱିତୀଆ ଦିବା ଘ୪/୩୫ ପର‌୍ୟ୍ୟନ୍ତ ତଦନ୍ତେ ତୃତୀୟା ,ନକ୍ଷତ୍ର-ଶ୍ରବଣା ଦିବା ଘ୬/୩ ପର‌୍ୟ୍ୟନ୍ତ ତଦନ୍ତେ ଧନିଷ୍ଠାଚନ୍ଦ୍ର-ମକର ,ସୁର‌୍ୟୋଦୟ ପ୍ରାତଃ ଘ୦୫/୧୯/୫୪ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୩ ,ବିଛା, ଧନୁ ଓ ମୀନ ରାଶି ର ଘାତବାର ,ସିଂହ ରାଶି ର ଘାତଚନ୍ଦ୍ର ,ଦ୍ୱିତୀଆ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୋଇତି କଖାରୁ ଦିବା ଘ୪/୩୫ ଗତେ ପୋଟଳ ଭକ୍ଷଣ ନିଷେଧ । ମେଷ-ସ୍ଥିର ସ୍ଵଭାବ ଏବଂ […]

ଜୁଲାଇ୧୫ରୁ ମାଗଣା ବୁଷ୍ଟର ଡ଼ୋଜ୍

ଭୁବନେଶ୍ୱର, ୧୪/୭(ଏସଏସନିଉଜ) ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଙ୍ଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ […]

କାନ୍ଥ ପଡ଼ି ମା’ ଓ ଝିଅ ମୃତ

ଫୁଲବାଣୀ,୧୪/୭(ଏସ ଏସ ନିଉଜ)ଘର କାନ୍ଥ ପଡ଼ି ମା’ ଓ ୫ ବର୍ଷର ଝିଅ ମୃତ ବରଣ କରିଛନ୍ତି ।ବାପପୁଅ ଗୁରୁତର ଅବସ୍ଥାରେ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଲଗାଣ ବର୍ଷାରେ ତ୍ରିଦେବ ନଗରରେ ଭୁଶୁଡ଼ିଲା ଘର କାନ୍ଥ ।

କିଆ ବୁଦାରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଯାଜପୁର ,୧୪/୭(ଏସଏସନିଉଜ) ଆଜି ସକାଳୁଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତ ସୁନାରି ଗାଁ ନିକଟସ୍ଥ କିଆ ବୁଦାରୁ ବିବାହିତା ଝିଅ ଗୀତାଞ୍ଜଳି ଦାଶ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ମହିଳା ଜଣକ ସେହି ଗାଁର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବିବାହିତା ଝିଅ ଗୀତାଞ୍ଜଳି ଦାଶ(୩୯) । ମହିଳା ଜଣକ ବେତଣ୍ଡା ଗାଁରେ ବିବାହ କରିଥିବାବେଳେ ଗତ ୩ ବର୍ଷ ହେଲା ପାରିବାରିକ ବିବାଦରୁ ଆସି ବାପଘରେ ରହୁଥିଲେ ।  

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା

ସୋର, ୧୪/୭(ଏସଏସନିଉଜ) ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି । ଦହିସଡ଼ା ନିକଟ ପେଟ୍ରୋଲ ପମ୍ପରେ ୫ ଯୁବକ ଏହି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । କର୍ମଚାରୀଙ୍କ ସହ ବଚସାରୁ ଭଙ୍ଗାରୁଜା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଉନ୍ମତ୍ତ ଯୁବକଙ୍କ କାରନାମା ରେକର୍ଡ ହୋଇଥିବାବେଳେ ପୁଲିସର ଅନୁଧ୍ୟାନ ଆରମ୍ଭ କରିଛି ।

୪ଦିନ ପ୍ରବଳ ବର୍ଷା 

ଭୁୁବନେଶ୍ୱର,୧୪/୭(ଏସଏସନିଉଜ) ଆଜିଠୁ ୪ଦିନ ପ୍ରବଳ ବର୍ଷା ହେବାନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ମୌସୁମୀ ସକ୍ରିୟ ଥିବା ଯୋଗୁ ବର୍ଷା ଲାଗିରହିବ  ବୋଲି ସୁଚନା ଦିଅଯାଇଛି ।  

ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ

ସମ୍ବଲପୁର,୧୪/୭(ଏସଏସନିଉଜ) କରୋନା ସଂକ୍ରାମଣ ସଂଖ୍ୟା ଧିରେଧିରେ ବଢୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଇଛି ।ଏହାଭିତରେ ସମ୍ବଲପୁରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶାନାମା ଜାରି କରିଛନ୍ତି ସମ୍ବଲପୁର ମହାନଗର ନିଗମ । ଏହାସହ ଦୋକାନ, ହୋଟେଲରେ କୋଭିଡ ନିୟମ ମାନିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି ।ବେଶି ଭିଡ଼ ହେଲେ ପାର୍ସଲ ସୁବିଧା. ଯୋଗାଇଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା

ଭୁୁବନେଶ୍ୱର,୧୪/୭(ଏସଏସନିଉଜ) ୮ଶହ ଉପରେ ରାଜ୍ୟର ଦୈନିକସଂକ୍ରମଣ ସଂଖ୍ୟା ହେବାକୁ ଲାଗିଲାଣି ।ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୮ଶହ ଉପରକୁ ଡେଇଁଥିବାବେଳେ ସଙ୍ଗରୋଧରୁ ୪୭୧, ଲୋକାଲ କେସ ୩୩୩ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ . ହୋଇଛନ୍ତି ।କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା କରିବେ ।ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ […]

ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା, ୧୪/୭(ଏସଏସନିଉଜ) ପଞ୍ଚମ ଶ୍ରେଣୀର ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଉଦିତ ନଗର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରବୀନ୍ଦ୍ର ପାଠକକୁ ଅଟକ ରଖି ପଚରାଉଚରା କରୁଥିବାରୁ ଜଣାପଡିଛି ।

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୪ ତାରିଖ (ଗୁରୁବାର) ଆଷାଢ଼ ମାସ -ଶୁକ୍ଳପକ୍ଷ ,ତିଥି-ପ୍ରତିପଦା ରା ଘ୮/୧୯ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ,ସୁର୍ୟୋଦୟ ପ୍ରାତଃ ଘ୦୫/୧୯/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୩,ତୁଳା ଓ କୁମ୍ଭ ରାଶିର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣି କଖାରୁ ରାତ୍ରି ଘ୮/୧୦ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି […]