Browsing daily archive

August 6, 2022

ଚର୍ଚ୍ଚିତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର,୬/୮(ଏସଏସନିଉଜ) ୪ ଦିନିଆ ରିମାଣ୍ଡରେ ଗଲେ ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର ଚର୍ଚ୍ଚିତଙ୍କ ସହ ଶଙ୍ଖ ଶୁଭ୍ର ମିତ୍ର ଓ ବିଲଡର ଶିଶିର କୁମାର ଦାସଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଅଧିକ ପଚରାଉଚରା ପାଇଁ ଚର୍ଚ୍ଚିତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଆସନ୍ତା ୧୦ ତାରିଖ ଦିନ ୨ଟାରେ ଚର୍ଚ୍ଚିତଙ୍କୁ କୋର୍ଟରେ ହାଜର କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାଏଟ୍ ଓ ଔଷଧ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ବର୍ଷା ପାଣିରେ ବୁଡିଲା ମୋ ବସ୍

ଭୁବନେଶ୍ୱର,୬/୮(ଏସଏସନିଉଜ) ବର୍ଷା ପାଣିରେ ବୁଡିଲା ମୋ ବସ୍ । ଜଟଣୀରୁ ବାହାରି ମାଷ୍ଟରକ୍ୟାଣ୍ଟିନକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବସରୁ କିଛି ଲୋକ ପହଁରି ପହଁରୁ ବାହାରି ଆସିଥିବାର ଦେଖିବାକୁ ମିଳିଥିଲା । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି ।

ଇତିହାସ ରଚିଲା ଏସସିବି ମେଡିକାଲ!

କଟକ, ୬/୮(ଏସଏସନିଉଜ) ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ର ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି ।ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ ।ଯାହା ଫଳରେ ସେ ତାଙ୍କର ମାଢି ଓ ଦାନ୍ତକୁ ହରାଇ ଏକ ପ୍ରକାର ଭିନ୍ନକ୍ଷମ ହୋଇପଡିଥିଲେ । ଯାହାର ବର୍ତ୍ତମାନ ସଫଳ ଅସ୍ତ୍ରୋପଚାର କରାଯାଇ ନୂତନ ମାଢି ପ୍ରତ୍ୟାରୋପଣ ହୋଇଛି ।  

ରୁଷ୍‌କୁ ଲକ୍ଷେ ସୈନିକ ଦେବ ଉତ୍ତରକୋରିଆ

ଭୁବନେଶ୍ୱର,୬/୮(ଏସଏସନିଉଜ) ରୁଷ୍‌-ୟୁକ୍ରେନ ମଧ୍ୟରେ ୧୬୦ରୁ ଅଧିକ ଦିନ ହେଲା ଯୁଦ୍ଧ ଜାରି ରହିଛି।ଏହି ସ୍ଥିତିର ମୁକାବିଲା ପାଇଁ ରୁଷ୍ ଉତ୍ତର କୋରିଆର ଏକଛତ୍ରଶାସକ କିମ୍ ଜୋଙ୍ଗ ଉନ୍‌ଙ୍କୁ ସୈନିକ ଯୋଗାଇ ଦେବାକୁ କହିଛି।ଏକ ଲକ୍ଷ ସୈନିକଙ୍କ ବଦଳରେ ଉତ୍ତର କୋରିଆକୁ ଅଶୋଧିତ ତୈଳ ଏବଂ ଗହମ ଦେବାକୁ ୟରଚ୍ଛଉସ ପ୍ରସ୍ତାବ ।ଉତ୍ତର କୋରିଆ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇଯାଇଛି। ଯୁଦ୍ଧର କ୍ଷତି ଭରଣା ପାଇଁ ରୁଷ୍‌କୁ ସାହାଯ୍ୟ କରିବ ବୋଲି କୂଟନୈତିକ ସ୍ତରରେ ସ୍ପଷ୍ଟ ହୋଇଛି।

ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୬/୮(ଏସଏସନିଉଜ)ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ ।କାଲି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ ।୮ରେ ଲିଙ୍ଗରାଜ ଦର୍ଶନ କରିବାସହ କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଶାହା ।ଏହାପରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ସ୍ୱନକ୍ଷତ୍ର ଦିବସରେ ଯୋଗଦେବାସହ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

ତହସିଲଦାରଙ୍କୁ ମାଡ଼

ବ୍ରହ୍ମପୁର,୬/୮(ଏସଏସନିଉଜ)ମଦଧରପଗଡ଼ ବେଳେ ତହସିଲଦାରଙ୍କୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି ।ପାତ୍ରପୁର ତହସିଲଦାର ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼ ହୋଇଛି ।ବେଆଇନ୍ ମଦ କାରବାର ଅଭିଯୋଗରେ ଚଢ଼ାଉ ବେଳେ ଆକ୍ରମଣ ହୋଇଥିଲା ।ପାତ୍ରପୁର ବ୍ଲକ ଜରଡ଼ା ବୁଢ଼ିଘାଟିରେ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ ।ଖବରପାଇ ପୋଲିସ ୩ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସୁରଙ୍ଗି ହସ୍ପିଟାଲରେ ଭର୍ତ୍ତି କରିଛି ।  

୮ରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ରେଜଲ୍ଟ

ଭୁବନେଶ୍ୱର,୬/୮(ଏସଏସନିଉଜ) ୮ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ, । ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ । https://orissaresults.nic.in ରେ ଉପଲବ୍ଧ ହେବ ରେଜଲ୍ଟ ।ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।  

CSOଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗିର,୬/୮(ଏସ ଏସ ନିଉଜ) ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି।ନିଜ କାର୍ଯ୍ୟାଳୟ ର ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଇଛି।ଜିଲ୍ଲାପାଳଙ୍କ ନିକଟରେ ଦୁବ୍ୟବହାର ଓ ଯୌନ ନିର୍ଯାତନା ଅଭିଯୋଗ ଦାଖଲ ହେବାପରେ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ପଚରାଉଚରା ଆରମ୍ଭ ହୋଇଛି।

ବଢୁଛି ଆମେରିକା-ଚୀନ ବିବାଦ

ଭୁବନେଶ୍ୱର,୬/୮(ଏସ ଏସ ନିଉଜ)ଆମେରିକା ସହ କଥାବାର୍ତ୍ତା ବନ୍ଦ କଲା ଚୀନ।ମିଲିଟାରୀ କମାଣ୍ଡର ବୈଠକ ବାତିଲ କଲା ଚୀନ।ଜଳବାୟୁ ପରିବର୍ତ୍ତନ ସଂପର୍କିତ କଥାବାର୍ତ୍ତା ବି ବାତିଲ କରିଛି।କ୍ରସ୍ ବର୍ଡର କ୍ରାଇମ, ଡ୍ରଗ୍ସ କାରବାର ସଂପର୍କିତ ଆଲୋଚନା ମଧ୍ୟ ବନ୍ଦ କରିଥିବାର ଜଣାପଡିଛିବେଜିଂର ନିଷ୍ପତ୍ତିକୁ ଦାୟିତ୍ବହୀନ କହିଛି ୱାଶିଂଟନ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ

ଭୁବନେଶ୍ୱର,୬/୮(ଏସ ଏସ ନିଉଜ)ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି।ସଂସଦ ଭବନରେ ଆରମ୍ଭ ହେଲା ମତଦାନ।ସଂଧ୍ୟା ୫ଟା ଯାଏଁ ମତଦାନ ହେବାସହ ଆଜି ଫଳାଫଳ ଘୋଷଣା ହେବ।NDA ପ୍ରାର୍ଥୀ ଧନଖଡ଼ ଓ ବିରୋଧୀ ପ୍ରାର୍ଥୀ ଆଲ୍‌ଭାଙ୍କ ମଧ୍ୟରେ ଟକ୍କର ଚାଲିଛି।