Browsing daily archive

August 10, 2022

ଆଜିର ରାଶିଫଳ

ଗ୍ରହ୍ମାପର୍ବ, ବଳଭଦ୍ର ଜନ୍ମ ଓ ରାକ୍ଷୀବନ୍ଧନ,୨୦୨୨ମସିହା ଅଗଷ୍ଟମାସ ୧୧ ତାରିଖ (ଗୁରୁବାର) ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ଦିବା ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମାସୁର୍ୟୋଦୟ ପ୍ରାତଃ ଘ୦୫/୨୮/୪୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୦୮ ,ତୁଳା ଓ କୁମ୍ଭ ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିରି ଦିବା ଘ୧୦/୪୦ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମାଛ ,ମାଂସ ଭକ୍ଷଣ ନିଷେଧ । ମେଷ-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ […]

ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର,୧୦/୮(ଏସଏସନିଉଜ) ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବୋ ୭୬ ତମ ସ୍ବାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ । ଏହା ସହିତ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ […]

୧୩ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର,୧୦/୮(ଏସଏସନିଉଜ) ୧୧ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ। କିନ୍ତୁ ୧୩ ତାରିଖ ଯାଏ ବର୍ଷା ଜାରି ରହିବ। ୧୩ରୁ ପୁଣିବର୍ଷା ବଢ଼ିବ ।ଏବେ ଅବପାତ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇସାରିଛି ।ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି । ୧୧ ଓ ୧୨ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମ୍ ରହିବାସହ ୧୩ରୁ ମୌସୁମୀ ପୁଣି ସକ୍ରିୟ ହେବ ଓ ବର୍ଷା ପରିମାଣ ବଢ଼ିବ ।ମହାନଦୀର ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ […]

ବିଦ୍ୟୁତଆଘାତରେ ଚାଲିଗଲା ଜୀବନ

ଚମ୍ପୁଆ, ୧୦/୮(ଏସଏସନିଉଜ)ଯୋଡ଼ାରେ ବିଦ୍ୟୁତ ଆଘାତରେ ସ୍ୱାମୀ ଓ ସ୍ତ୍ରୀ ମୃତୁବରଣ କରିଛନ୍ତି । ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ବର୍ଷର ଝିଅ । ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ମୃତକ ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁର ବୋଲି ଜଣାପଡିଛି । ଖବର ପାଇ ଗାଁରେ ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ । ଏହାସହ ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ମଧ୍ୟଅନୁଧ୍ୟାନ କରିଥିଲେ । । ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଚ୍ଛକ, ଓ ଆଇଗିଣିଆ ଚ୍ଛକରେ ଟ୍ରାଫିକ ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ […]

ନୀତୀଶଙ୍କ ନିଆରା ରେକର୍ଡ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ବିହାରରେ ନୂଆ ମହାମେଣ୍ଟ ସରକାରର ଆଜି ଶପଥ ଗ୍ରହଣ ଉତ୍ସବ ହେବ । ରାଜଭବନରେ ଶପଥ ନେବେ ବିହାରର ନୂଆମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବୋଲି ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି ।ନୀତୀଶଙ୍କ ନିଆରା […]

ବିରୁଡ଼ି ଆକ୍ରମଣରେ ଜୀବନ ଗଲା

ବଣାଇ, ୧୦/୮(ଏସଏସନିଉଜ) ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ବିରୁଡି ଆକ୍ରମଣ କରିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର.ହୋଇ ଚିକିସ୍‌ିତ ହେଉଛନ୍ତି ।ଉଭୟ ମୃତକ ମହିଳା ଜଣଙ୍କ ହେଲେ ମିନିକା ବାଡା ଓ ଆହତ ବ୍ୟକ୍ତିଗୁରୁଣ୍ଡିଆ ଥାନା କିଣ୍ଡ୍ରୋ ଗାଁର । ଗତକାଲି ମିନିକା ଜଙ୍ଗଲରେ ଗାଈ ଚରାଉଥିବାବେଳେ ବିରୁଡିମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।ଏହିବାଟରେ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ବିରୁଡିମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ।ଉଭୟଙ୍କୁ ଚିକିସ୍‌ାପାଇଁ ନିଆଯାଇଥିବାବେଳେ ମିନିକା ମୃତ୍ୟୁବରଣ କରିଥିଲେ […]