ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର,୧୦/୮(ଏସଏସନିଉଜ) ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବୋ ୭୬ ତମ ସ୍ବାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ । ଏହା ସହିତ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ।ଛାତ୍ରଛାତ୍ରୀ ଭାଗ ନେବେ ନାହିଁ ବୋଲି କାଲି ମନ୍ତ୍ରୀ ସୂଚନା ଦେଇଥିଲେ

Comments (0)
Add Comment