Browsing daily archive

August 13, 2022

ପୋଲ ଉପରେ ଚାଲିଲା ବନ୍ୟାପାଣି

କେନ୍ଦୁଝର,୧୩/୮(ଏସଏସନିଉଜ)ବିଳମ୍ବିତ ରାତିରେ ପଦ୍ମପୁର ନିକଟସ୍ଥ ଭାଟୁଣିଆଁ ମାଛକାନ୍ଦଣା ପୋଲ ଉପରେ ବଢି ପାଣି ପ୍ରବାହିତ ହେବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି। କାଦଗଡ ରାସ୍ତା ଘୋସଡା ପୋଲ, ଭଣ୍ତାନାଳି ସାହି ପୋଲ ଜଳମଗ୍ନ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ କାଦଗଡ ବଡବିଲ ମହାନ୍ତସାହି ପୋଲରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି ।

ଆଜି ଶପଥ ନେବେ ନୂଆ ବିଚାରପତି

କଟକ,୧୩/୮(ଏସଏସନିଉଜ)ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶ ।ଆଜିଅପରାହ୍ନ ୩ଟା ୩୦ରେ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ।ଯାହାଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪କୁ ବଢିବାକୁ ଯାଉଛି ।

ହାତୀ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ

ଆଠଗଡ଼,୧୩/୮(ଏସଏସନିଉଜ) ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି ।ସେହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଏସ୍‌କେ ରଜାକ ।ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଅଟକ ରଖି ତଦନ୍ତ ପରେ ଗିରଫ କରିଛି ।ରଜାକ୍ ହାତୀଦାନ୍ତକୁ ଆଠଗଡ଼ରୁ କୋଲକାତା ଚୋରାଚାଲାଣ କରିଥିବା ସୂଚନା ମିଳିଛି ।

ପରିବାବୋଝେଇ ଟାଟାଏସି ଗାଡିଚୋରକୁ ଧରିଲା ପୋଲିସ

ବାରଙ୍ଗ,୧୨/୮(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ତ୍ରିଶୁଳିଆ ଛକପାଖରେ ଜଣଙ୍କ ଘର ଆଗରେ ଥୁଆ ହୋଇଥିବା ପରିବା ବୋଝେଇ ଟାଟାଏସିଗାଡିକୁ ଚୋରି କରିନେଇ କବାଡିଆକୁ ବିକ୍ରିକରିବାକୁ ଯାଉଥିବାବେଳେ ପୋଲିସ ହାତରେ ଧରାପଡିଛି ।ପୋଲିସ ଚୋରାଗାଡିକୁ ଜବତ କରିବ ସହ ଗାଡିଚୋରକୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ବାରଙ୍ଗଥାନା ଅଧିନସ୍ଥ ଫୁଲପୋଖରୀ ଗ୍ରାମର ସ୍ୱପ୍ନାରାଣିପାଣିଙ୍କର ଓଡି୦୫ଏନ୨୪୫୦ନଂ ଟାଟା ଏସି ଗାଡିଟି ରହିଛି ।ଏହି ଗାଡିକୁ ତାଙ୍କ ସ୍ୱାମୀସୁନିଲପାଣି ଚଲାଇଥାନ୍ତିା ସୁନୀଲ ଚାଷୀମାନଙ୍କଠାରୁ ପନିପରିବା ସଂଗ୍ରହ କରି ବାରଙ୍ଗରେ ବଢିଭୋର ସମୟରେ […]

ଅଗଷ୍ଟ୧୫ରେ ଖୋଲା ରହିବ ନନ୍ଦନକାନନ

ବାରଙ୍ଗ,୧୨/୮(ଏସଏସନିଉଜ)ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନ ବନ୍ଦ ରହୁଥିବାବେଳେ ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ଏହି ଦିନ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।ତେବେ ସରକାରୀ ନିର୍ଦେଶନାମା ଅନୁଯାୟୀ ସ୍ବାଧିନତା ଦିବସ,ସାଧାରଣତନ୍ତ୍ର ଦିବସ,ବଡଦିନ,ନୂଆବର୍ଷ,ଦଶହରା,ରଜ ସଂକ୍ରାନ୍ତି ଆଦି ସୋମବାର ପଡୁଥିଲେ ନନ୍ଦନକାନନ ସେହିଦିନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ।ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର […]

ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ

ବାରଙ୍ଗ,୧୨/୮(ଏସଏସନିଉଜ)ନନ୍ଦନକାନନ ସିଂହସଫାରୀ ଫିଡିଙ୍ଗ ଚାମ୍ବରର କାର‌୍ୟ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ମୃତ ଅସ୍ଥାୟୀ କର୍ମଚାରୀ ଜଣକ ମଧୁସୂଦନ ସାମଲ(ବାଙ୍କୁ) ।ସେ ଶୁକ୍ରବାର ଦିନ ସକାଳ ସମୟରେ ସିଂହସଫାରୀ ଫିଡିଙ୍ଗଚାମ୍ବରରେ ସିଂହମାନଙ୍କୁ ସଫାରୀ ଭିତରକୁ ଛାଡିବା ପରେ ଫିଡିଙ୍ଗଚାମ୍ବର ସଫା କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜନ୍ତୁ ବିଭାଗର କର୍ମଚାରୀମାନେ ଚିକିତ୍ସା ନିମନ୍ତେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ବାଙ୍କୁର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲା।ସେଠାରେ […]