ପରିବାବୋଝେଇ ଟାଟାଏସି ଗାଡିଚୋରକୁ ଧରିଲା ପୋଲିସ

ବାରଙ୍ଗ,୧୨/୮(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ତ୍ରିଶୁଳିଆ ଛକପାଖରେ ଜଣଙ୍କ ଘର ଆଗରେ ଥୁଆ ହୋଇଥିବା ପରିବା ବୋଝେଇ ଟାଟାଏସିଗାଡିକୁ ଚୋରି କରିନେଇ କବାଡିଆକୁ ବିକ୍ରିକରିବାକୁ ଯାଉଥିବାବେଳେ ପୋଲିସ ହାତରେ ଧରାପଡିଛି ।ପୋଲିସ ଚୋରାଗାଡିକୁ ଜବତ କରିବ ସହ ଗାଡିଚୋରକୁ ଗିରଫ କରି କୋର୍ଟଚାଳଣ କରିଛି ।
ପ୍ରକାସ ଯେ,ବାରଙ୍ଗଥାନା ଅଧିନସ୍ଥ ଫୁଲପୋଖରୀ ଗ୍ରାମର ସ୍ୱପ୍ନାରାଣିପାଣିଙ୍କର ଓଡି୦୫ଏନ୨୪୫୦ନଂ ଟାଟା ଏସି ଗାଡିଟି ରହିଛି ।ଏହି ଗାଡିକୁ ତାଙ୍କ ସ୍ୱାମୀସୁନିଲପାଣି ଚଲାଇଥାନ୍ତିା ସୁନୀଲ ଚାଷୀମାନଙ୍କଠାରୁ ପନିପରିବା ସଂଗ୍ରହ କରି ବାରଙ୍ଗରେ ବଢିଭୋର ସମୟରେ ହେଉଥିବା ପରିବା ଗଦୀର ବିକ୍ରୟ କରିଥାନ୍ତିା ବିଭିର୍ଣ ଆଡୁ ସଂଗ୍ରହ କରି ସୁନୀଲ ଗତ୮ତାରିଖ ବିଳମ୍ଭିତ ରାତିରେ ତ୍ରିଶୁଳିଆ vଛକରେ ପହଁଚି ଅମୁନା ସାହୁନାମକ ବ୍ୟକ୍ତିଙ୍କ ଘର ଆଗରେ ପରିବା ବୋଝେଇ ଗାଡିକୁ ରଖି ତାଙ୍କ ଘରେ ବିଶ୍ରାମ ନେଇଥିଲେ ।ବଢିଭୋର ସମୟରେ ଉଠିବା ବେଳକୁ ଟାଟାଏସିଟି ନଥିବାର ଦେଖିବାକୁ ପାଇଥିଲେ ।ଏହାପରେ ୯ତାରିଖରେ ସ୍ୱପ୍ନାରାଣି ବାରଙ୍ଗଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ୧୯୦/ ୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।ପାଖରେ ଥିବା ସିସିଟିଭି ଫୁଟେଜ ଆଧାରରେ ବାରଙ୍ଗ ପୋଲିସ ଚୋରକୁ ଧରିବାର ସକ୍ଷମ ହୋଇଥିଲା ।

Comments (0)
Add Comment