Browsing daily archive

August 20, 2022

ଆଜିର ରାଶିଫଳ

ଖୁଦୁରୁକୁଣୀ ଓଷା ,୨୦୨୨ ମସିହା ଅଗଷ୍ଟ ମାସ ୨୧ ତାରିଖ(ରବିବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଦଶମୀ ରା ଘ୩/୪ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀସୁର୍ୟୋଦୟ ପ୍ରାତଃ ଘ୦୫/୩୧/୪୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୧୯ ,ମେଷ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କଳମ ଶାଗ ଭକ୍ଷଣ ନିଷେଧ ।  ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। […]

ଶହେ ଏକର ଜାଗାରେ ହେବ ବାଲିଯାତ୍ରା

କଟକ,୨୦/୮(ଏସଏସନିଉଜ)ଏଥର ଶହେ ଏକର ଜାଗାରେ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା ।ବାଲିଯାତ୍ରାର କଳେବର ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।କଳେବର ବୃଦ୍ଧି ନେଇ ସଂସ୍କୃତି ବିଭାଗକୁ ଅନୁଦାନ ବୃଦ୍ଧି ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ।

ହସ୍ପିଟାଲ ଛାତରୁ ଡେଇଁଲେ ରୋଗୀ

ଭୁବନେଶ୍ୱର ,୨୦/୮(ଏସଏସନିଉଜ) ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ୍ୟୁବରଣ କରିଛି ।ଏମ୍‌ସ ସର୍ଜରୀ ବିଭାଗ ୫ମ ମହଲା ଉପରୁ ଡେଇଁପଡ଼ି ମୃତ୍ୟୁହୋଇଛି ।ରୋଗୀଜଣଙ୍କ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ।କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଅସ୍ପଷ୍ଟ ରହିଛି ।

ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର ,୨୦/୮(ଏସଏସନିଉଜ) ଅଗଷ୍ଟ ୨୫ ପର୍ଯ୍ୟାୟ ହେବାକୁ ଥିବା ନାମଲେଖା ୩୦ପର୍ଯ୍ୟନ୍ତ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଛି ।ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟାନ୍ତ ନିଷ୍ପତ୍ତି ହୋଇଛି ।ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ଅବଧି ବଢ଼ାଇଲେ ସରକାର ।ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ରାସ୍ତାକଡରୁ ମିଳିଲା ନବଜାତପୁତ୍ରସନ୍ତାନ

ବାରଙ୍ଗ,୨୦/୮(ଏସଏସିଉଜ) ଶନିବାର ସକାଳେ ମେଣ୍ଢାଶାଳ ଫାଣ୍ଡିଅଧିନସ୍ଥ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ପଡିଥିବା ଏକ ଶିଶୁପୁତ୍ର କୁ ନେଇ ବିବାଦ ଦେଖାଦେଇଛି ।ଜଣେ ପାଇଥିବାବେଳେ ଅନ୍ୟଜଣେ ଏହାର ମା ଦର୍ଶାଇ ଶିଶୁପୁତ୍ରକୁ ନେବାକୁ ଦାବୀ କରିଛନ୍ତି ।ଶେଷରେ ପୋଲିସ ନବଜାତ ଶିଶୁପୁତ୍ରକୁ ଚାଇଲ୍ଡ ହେଲ୍ପଲାଇନରେ ଛାଡିଛନ୍ତି । ପ୍ରକାସ ଯେ, ଶନିବାର ସକାଳେ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ଏକ ନବଜାତଶିଶୁପୁତ୍ରଟି ପଡିଥିଲା ।ସେହିବାଟରେ ଆସୁଥିବା ଜଣେ ମହିଳା ଏହି ପୁତ୍ରକୁ ପାଇ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ପାଇଥିବା ପୁତ୍ରସନ୍ତାନକୁ […]

ମହରମ ବୋଝେଇ ଟ୍ରକ ଜବତ

ବାରଙ୍ଗ,୨୦/୮(ଏସଏସନିଉଜ) ଚନ୍ଦକା ପିତାପଲି ରାସ୍ତାର ମେଣ୍ଢାଶାଳ ବଜାର ପୂର୍ବରୁ ଶନିବାର ଦିନ ଭୁବନେଶ୍ୱର ତହସିଲ ପକ୍ଷରୁ ଏକ ଚୋରାରେ ମହରମ ନେଇ ଆସୁଥିବା ଟ୍ରକକୁ ଜବତ କରାଯାଇଛି ।ଓଡ଼ି୧୯ଡି- ୫୯୦୪ନମ୍ବର ଟ୍ରକ ଚାଳକ ଚୋରା ମହରମ ନେଇ ଛତାଵର ପଟରୁ ଚନ୍ଦକା ଅଭିମୁଖେ ଆସୁଥିବା ବେଳେ ଅତିରିକ୍ତ ତହସିଲଦାର ଦେବାଶିଷ ପରିଡା ଗାଡିକୁ ଜବତ କରି ମେଣ୍ଢାଶାଳ ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ସମଲବ୍ୟାରେଜକୁ ଡେଇଁଲେ ଯୁବତୀ

ତାଳଚେର, ୨୦/୮(ଏସଏସନିଉଜ) ସମଲ ବ୍ୟାରେଜରୁ ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବତୀ ।ବ୍ୟାରେଜର ୨୪ ନମ୍ବର ଗେଟ୍ ନିକଟରୁ ଡେଇଁ ପଡ଼ିଛନ୍ତି ।ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଯୁବତୀ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।

ଦକ୍ଷିଣରେ ବର୍ଷାବିତ୍ପାତ

କନ୍ଧମାଳ ,୨୦/୮(ଏସଏସନିଉଜ) ଗଭୀର ଅବପାତ ଯୋଗୁଁ କନ୍ଧମାଳ ଜିଲ୍ଲାରେ ବର୍ଷା ଜାରିରହିଛି ।ଏହାଫଳରେ ତୁମୁଡ଼ିବନ୍ଧର ଶରଧାପୁରରେ ଅସ୍ଥାୟୀ ରାସ୍ତା ଭୁଶୁଡ଼ିପଡିଛି ।ବର୍ଷା ଯୋଗୁ ଶରଧାପୁର, ବେତାବାଡ଼ି, ଡଡଙ୍ଗ ଲୋକେ ପ୍ରଭାବିତ ହୋଇଛନ୍ତି । ଦାରିଙ୍ଗବାଡ଼ିର ସୀମନବାଡ଼ି ପୋଲ ପାଖ ରାସ୍ତା ମଧ୍ୟ ଧସିଥିବାର ଦଖିବାକୁ ମିଳିଛି ।

୪୦୦ଲିଟର ଦେଶୀମଦସହ ୩ବାଇକ,୩ଗିରଫ

ବାରଙ୍ଗ, ୧୯/୮(ଏସଏସନିଉଜ) ଆଠଗଡରୁ ବାରଙ୍ଗକୁ ଦେଶୀମଦ ଆସୁଥିବାର ଖବର ପାଇ ଗୁରୁବାର ରାତିରେ ବାରଙ୍ଗଥାନା ପୋଲିସ ତିନଟି ଟିମ କରି ରତାଗଡ,ନୁଆସାହି,ଷଣ୍ଢପୁର ଓ ଅରିଲୋଛକ ପାଖରେ ମଦବେପାରିଙ୍କୁ ଜଗିରହିଥିଲେ ।ଏହି ସମୟରେ ତିନଟି ବାଇକରେ ପର୍ଯ୍ୟାୟକ୍ରମେ ଦ୍ରୁତଗତିରେ ଆସୁଥିବା ତିନିଜଣଯୁବକଙ୍କୁ ରୋକିବାପରେ ସେମାନଙ୍କ ପାଖରୁ ରନ୍ଧାଦେଶୀମଦ ମିଳିଥିଲା ।ସେମାନେ ବାରଙ୍ଗ ଏହାର ଆଖାପାଖ ଅଂଚଳକୁ ଯୋଗଇବାକୁ ଆସୁଥିବାର ସ୍ୱିକାର କରିଥିଲେ ।ଘଟଣାସ୍ଥଳରୁ ପୋଲିସ ସାନମୁଣ୍ଡଳିଗ୍ରାମର ପ୍ରଶାନ୍ତ ବେହେରା ,ଆଠଗଡଥାନା ମେଘାଗ୍ରାମର ଆଦିତ୍ୟବେଲ ଓ ବାଙ୍କିଥାନା ଅଧିନସ୍ଥ ରାମଚଣ୍ଡୀଗ୍ରାମର […]

ଭାରାରୁ ପଡି ରାଜମିସ୍ତ୍ରୀ ମୃତ

ବାରଙ୍ଗ, ୧୯/୮(ଏସଏସନିଉଜ) ବାରଙ୍ଗ ଥାନା ଅର୍ନ୍ତଗତ ତ୍ରିଶୂଳିଆ ଛକ ନିକଟରେ ଘର କାମ କରୁଥିବା ବେଳେ ଭାରାରୁ ଖସି ପଡି ରାଜମିସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି ।ମୃତ ରାଜମିସ୍ତ୍ରୀ ହେଉଛନ୍ତି ତ୍ରିଶୁଳିଆ ଗ୍ରାମର ଉମେଶ ଚନ୍ଦ୍ର ମହାନ୍ତି(୫୮) ।ସେ ବାରଙ୍ଗ ଅଂଚଳରେ ଜଣାଶୁଣା ରାଜମିସ୍ତ୍ରୀ ଭାବେ ପରିଚିତ ଥିଲେ ।ଶୁକ୍ରବାରଦିନ ନିକଟସ୍ଥ ଗ୍ରାମରେ ତିନିମହାଲା କୋଠାଘର କାମ କରୁଥିବାବେଳେ ବାହାର ପଟେ ବନ୍ଧା ଯାଇଥିବା ଭାରା ଉପରୁ ଅସାବଧାନତା ଯୋଗୁ ତଳକୁ ଖସିପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ […]