Browsing daily archive

August 20, 2022

୩୩ତମ ଜନ୍ମାଷ୍ଟମୀ ଓ ନନ୍ଦୋସ୍‌ବ

ବାରଙ୍ଗ, ୧୯/୮(ଏସଏସନିଉଜ) ମେଣ୍ଢାଶାଳଗ୍ରାମର ମା ଦୁଲାଦେବୀ ପୀଠରେ ଚଳିତବର୍ଷ ୩୩ତମ ଜନ୍ମାଷ୍ଟମୀ ଓ ନନ୍ଦୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଜନ୍ମାଷ୍ଟମୀରେ ଶ୍ରୀକୃଷ୍ନଙ୍କ ଜନ୍ମୋସ୍‌ବ ନିମନ୍ତେ ସ୍ୱତନ୍ତ୍ର ପୁଜା ହୋମ ହୋଇଥିଲା ।ଆଜି ସନ୍ଧ୍ୟାରେ ଶ୍ରୀକୃଷ୍ନଙ୍କ ପୁଜାହୋମ ଯଞାଦିପରେ ନନ୍ଦୋସ୍‌ବ କରାଯାଇଥିଲା ।ଏହି ନନ୍ଦୋସ୍‌ବରେ ମେଣ୍ଢାଶାଳ, ଛତାବର, କଂଟାବାଡ, ମଳିପଡା ଆଦିଗ୍ରାମପଂଚାୟତର ବିଭିର୍ଣ ଗ୍ରାମରୁ ପ୍ରାୟ୨ହଜାରେ ଶିଶୁ ଏଥିରେ ସାମିଲ ହୋଇଥିଲେ ।ଏହି ଶିଶୁମାନଙ୍କୁ ଉସ୍‌ବକମିଟି ତରଫରୁ ପ୍ରସାଦ ବିତରଣ କରାଯାଇଥିଲା । ଏହି ଉସ୍‌ବରେ ଜଟଣୀ […]

ଉତ୍ତରଓଡ଼ିଶାରେ ବର୍ଷାପବନ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ)ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା, ପବନ ଜାରି ରହିଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାରିପଦାଠୁ ୩୦ କିମି ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି ।ଛତିଶଗଡ଼ ପାଇଁ ରେଡ୍‌ ଆଲର୍ଟ ଜାରି କଲା IMD ।

କମୁଛି ମହାନଦୀଜଳ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ)ଧୀରେ ଧୀରେ କମୁଛି ମହାନଦୀ ପାଣି ।ମୁଣ୍ଡଳୀରେ ବହୁଛି ୮.୮୮ ଲକ୍ଷ କ୍ୟୁସେକ ଜଳ । ନରାଜରେ ବହୁଛି ୪.୫୪ ଲକ୍ଷ କ୍ୟୁସେକ ଜଳ ।ଯୋବ୍ରାରେ ୪.୨୯ ଲକ୍ଷ କ୍ୟୁସେକ, ବରମୂଳ ଦେଇ ୭.୩୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଖଇରମାଳରେ ବହୁଛି ୫.୫୫ ଲକ୍ଷ କ୍ୟୁସେକ ଜଳ ।

ଡ୍ରାଇଭର ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ) ।ହାଇୱା ସହ ଡ୍ରାଇଭର ଜୀଅନ୍ତା ଜଳିଗଲେ ।ଟେନ୍ସା ଫାଣ୍ଡି ଗୀତାରାଣି ମାଇନ୍ସ ପାଖରେ ଜଳିଗଲେ ।କୌଣସି କାରଣରୁ ୧୧ କେଭି ବିଦ୍ୟୁତ ତାର ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ମୟୂରଭଞ୍ଜରେ ବର୍ଷା ବିପତ୍ତି

ମୟୂରଭଞ୍ଜ ,୨୦/୮(ଏସ ଏସ ନିଉଜ) ମୟୂରଭଞ୍ଜଜିଲ୍ଲାରେ ବର୍ଷା ଆଣିଲା ବିପତ୍ତି ।ବିଶୋଇରେ କାନ୍ଥ ଭୁଶୁଡ଼ି ୨ ମୃତ, ୨ ଗୁରୁତର ହୋଇଛନ୍ତି। ଏହାସହ ରାସ୍ତା ଉପରେ ଚାଲିଛି ଭଣ୍ଡନ ନଦୀର ବନ୍ୟାପାଣି ।ସଡ଼କ ଓ ରେଳ ପରିବହନ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ବାରିପଦା- ଭୁବନେଶ୍ବର ବାଙ୍ଗିରୀପୋଷି ଟ୍ରେନ ଅଟିକିଛି ।

ପାଚେରି ଭୁଶୁଡ଼ି ଶିଶୁ ମୃତ

ବାଲେଶ୍ବର, ୨୦/୮(ଏସ ଏସ ନିଉଜ)ବାଲିଆପାଳରେ ପାଚେରି ଭୁଶୁଡ଼ି ଶିଶୁ ମୃତ ବରଣ କରିଛି । ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମଧୁପୁରା ସ୍କୁଲ ପାଚେରି ।ସ୍କୁଲ ପାଖ ମାଟି ଘରେ ଥିବା ୩ ବର୍ଷର ଅନସ୍ବର ଅଲିଙ୍କ ଝିଅ ସମୀନା ଖାତୁନ ମୃତୁବରଣ କରିଛି।ଅନ୍ୟ ୨ ପିଲା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।