Browsing daily archive

August 21, 2022

କେନାଲକୁ ଖସିଲା ବୁଲେଟ

ବାରଙ୍ଗ,୨୧/୮(ଏସଏସ ନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲକୁ ରବିବାର ରାତିରେ ଏକ ବୁଲେଟ ଖସିପଡିଛି।ବୁଲେଟରେ ଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଯୁବକ ଦ୍ବୟ ହେଉଛନ୍ତି କଟକ ସଦର ଥାନା ତେଲେଙ୍ଗାପେଣ୍ଠ ଗ୍ରାମର ଅଭିନାସ(୧୭)ଏବଂ ଲକି(୨୨)। ପ୍ରକାଶ ଯେ ରବିବାର ରାତି ପ୍ରାୟ ୯.୩୦ ମିନିଟ ସମୟରେ ଦୁଇ ଜଣ ଯୁବକ ଏକ ବୁଲେଟରେ ବାରଙ୍ଗ ପଟୁ ଘରକୁ ଫେରୁଥିଲେ।ତେବେ ଅସାବଧାନତା ବଶତଃ ବୁଲେଟ ଚାଳକ ଭାରସାମ୍ୟ ହରାଇ କେନାଲ […]

ଟ୍ରକ୍ ନେଲା ସ୍କୁଟିଚାଳକଙ୍କ ଜୀବନ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଋବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥରେ ଯାଁଳା ପଂଚାୟତ ଓ ଇମ୍ଫୋଭ୍ୟାଲି ଥାନାର ଜଟଣୀ ଗେଟ୍ (ତଳଖେତା ଛକ)ନିକଟରେ ଏକ ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଥିବାବେଳେ ପଛରେ ବସିଥିବା ମହିଳା ଅତି ଗୁରୁତ୍ବର ହୋଇଛନ୍ତି । ରବିବାର ସଂଧ୍ୟା ସମୟରେ OR-02 AT 3086 ନଂ ଏକ ସ୍କୁଟି  ଗାଡିରେ ଚନ୍ଦନ ପୁରଅଂଚଳର କେରାଣ୍ଡି ପୁର ଗାଁର ବିଷ୍ଣୁ ପ୍ରସାଦ ଦାଶ (୫୮)ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଙ୍କସହ […]

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୨ ତାରିଖ (ସୋମବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୧/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୩୧ ,ମିଥୁନ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର , ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ଭକ୍ଷଣ ନିଷେଧ । ମେଷ-ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା […]

ବୁଲୁଛି ଅଜଗର

ବାରଙ୍ଗ,୨୧/୮(ଏସ ଏସ ନିଉଜ) ରବିବାର ଅପରାହ୍ନରେ ଗୋବିନ୍ଦପୁର ଛକ ପାଖରେ ରାସ୍ତା ଅତିକ୍ରାନ୍ତ କରୁଥିବା ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି ।ବାରଙ୍ଗ-ବାଙ୍କୀ ରାସ୍ତାରେ ଗାଡିମାଟର ଯାତାୟତ କରୁଥିବାରୁ ସାପଟି ରାସ୍ତା ଅତିକ୍ରାନ୍ତ କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲା ।ସ୍ଥାନୀୟ କିଛି ଯୁବକ ଏହା ଦେହିବାପରେ ବନବିଭାଗକୁ ଖବର ଦେଇଥିଲେ ।ବନବିଭାଗ ଆସିବା ପର୍ଯ୍ୟନ୍ତ ସାପଟିକୁ ରାସ୍ତା ଉପରକୁ ଛାଡି ନଥିଲେ।ପରେ ବନବିଭାଗ ଆସି ସାପଟିକୁ ଉଦ୍ଧାର କରି ସାଙ୍ଗରେ ନେଇ […]

ବିପଦସଙ୍କେତ ଟପିଲା ସୁବର୍ଣ୍ଣରେଖା

ବାଲେଶ୍ୱର,୨୧/୮(ଏସ ଏସ ନିଉଜ)ବାଲେଶ୍ୱର ରାଜଘାଟ ରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬, ପ୍ରବାହିତ ହେଉଛି ୧୦.୪୨ ।ଧୀରେ ଧୀରେ ତଳିଆ ଅଞ୍ଚଳକୁ ମାଡ଼ୁଛି ବନ୍ୟାଜଳ ।

ପଥରଖଣି ଖାଲରେ ବୁଡି ଯୁବକ ମୃତ

ଡେଲାଙ୍ଗ,୨୧/୮(ଏସଏସ ନିଉଜ)ଡେଲାଙ୍ଗ କୁଆପଦା ଗ୍ରାମରେ ଅଘଟଣ ।ସାଙ୍ଗ ମାନଙ୍କ ସହ ପଥର ଖଣି ଖାଲ ରେ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି।ମୃତ ଯୁବକଙ୍କ ନାମ ରାଜୀବ କୁମାର ନିସଙ୍କ ବୋଲି ଜଣାପଡିଛି।

ସୁବର୍ଣ୍ଣରେଖାରେ ପ୍ରବଳ ବନ୍ୟା ଆଶଙ୍କା !

ଭୁବନେଶ୍ୱର,୨୧/୮(ଏସଏସନିଉଜ) ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ଆଶଙ୍କା ଦେଖାଦେଇଛି । ଗାଲୁଡିହି ବ୍ୟାରେଜ୍ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଛି । ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ପ୍ରଭାବିତ ହେବ । ଏସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ । ଆଜି ଅପରାହ୍ନ ପରଠାରୁ ପ୍ରଭାବ ପଡ଼ି କାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ । ଏସବୁ ଅଞ୍ଚଳକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ […]

ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା

ବାଲେଶ୍ୱର ,୨୧/୮(ଏସଏସନିଉଜ)ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି ।ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର ନିର୍ଦ୍ଦେଶ ମଧ୍ୟ ରହିଛି । ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଝଜଉ ପ୍ରଦୀପ ଜେନା ।୧୬ଟି ଗେଟ୍ ଦେଇ […]

ଆଦିବାସୀ ନେତାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର

ଗଞ୍ଜାମ ,୨୧/୮(ଏସଏସନିଉଜ)ଶନିବାର ସକାଳେ ପଳାସପୁର ଗ୍ରାମନିକଟସ୍ଥ ବାଘଲଟି କେନାଲ୍‌ରୁଆଦିବାସୀ ନେତା ବୃନ୍ଦାବନ ଜାନିଙ୍କ ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରିଛି ପୋଲିସ । ବୃନ୍ଦାବନ ଜାନିଙ୍କ ଘର ହେଉଛି ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ପଳାସପୁର ଗ୍ରାମରେ ।ଶନିବାର ସକାଳେ ମଇଁଷି ଜଗୁଆଳି ଗୋଟିଏ ମୁଣ୍ଡବିହୀନ ଶବ ଦେଖିବାପରେ ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲା ।ଖବରପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଧରି ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଶବଠୁ କିଛି ଦୂର ହୁଡ଼ାରେ […]

ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୨୧/୮(ଏସଏସନିଉଜ) ଶୈଳଶ୍ରୀବିହାର ଅଞ୍ଚଳରୁ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତ ଯୁବତୀଜଣକ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ବୋଲି ଜଣାପଡିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।