Browsing daily archive

August 22, 2022

ଆଜିର ରାଶିଫଳ

କାଳୀୟଦଳନ ଏକାଦଶୀ ,୨୦୨୨ ମସିହା ଅଗଷ୍ଟ ମାସ ୨୩ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଏକାଦଶୀ ମଳ ପ୍ରାତଃ ଘ୫/୩୬ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୨/୧୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୪୮ ,ମକର ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇଶାଗ ଭକ୍ଷଣ ନିଷେଧ । ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । […]

ତାରଜାଲି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

ବାରଙ୍ଗ୨୨/୮(ଏସଏସନିଉଜ) ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଅଭୟାରଣ୍ୟର ଜଙ୍ଗଲୀ ହାତୀଙ୍କ ଦ୍ବାରା ବାରମ୍ବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ସୁରକ୍ଷା ତାରଜାଲି ଭାଙ୍ଗି ପଶିବା ଘଟଣା ଏବେ ନନ୍ଦନକାନନ ପାଇଁ ବିପଦ ସୃଷ୍ଟି କରିଛି । ଗତ କିଛି ମାସର ବ୍ୟବଧାନ ପରେ ପୁଣି ରବିବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ଚନ୍ଦକା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ହାତୀଟି ନନ୍ଦନକାନନ ପଛପଟ ଦକ୍ଷିଣ-ପଶ୍ଚିମ ପଟ ସୁରକ୍ଷା ତାରଜାଲି ଭାଙ୍ଗି ସେହି ବାଟଦେଇ ଭିତରକୁ ପ୍ରବେଶ କରିଥିଲା। ପରିସରରେ ଏଣେତେଣେ ବୁଲିବା […]

ଡକାୟତି ଘଟଣାରେ ଆଉ ୩ ଗିରଫ

ବାରଙ୍ଗ,୨୨/୮(ଏସଏସନିଉଜ)ଗତ ଜୁନ୨୫ତାରିଖ ରାତିରେ ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳହରିପୁର ଗାଁର ଜଣେ ଅବସରପ୍ରାପ୍ତ କିରାଣୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପୋଲିସ ୩ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଙ୍କିଥାନା ଅର୍ନ୍ତଗତ ପାଥପୁର ଗାଁର ବିଜୟସାହୁ ,ଆସ୍କାଥାନା ଅଧିନସ୍ଥ ସୁନାପାଲିର ଦୁଃଖିଶ୍ୟାମ ନାୟକ(ମୁଷା), ଜଟଣୀ ଥାନା ଅଧିନସ୍ଥ ବାଲିଛକ ମୁଣ୍ଡାସାହିର ସାୟଦ୍ ଫୟଜ ।ସେମାନଙ୍କଠାରୁ ପୋଲିସ ନଗଦ ୫ଲକ୍ଷ ଟଙ୍କା ଓ ୭.୫ଲକ୍ଷ ଟଙ୍କାମୁଲ୍ୟର ୧୬୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି । […]

ନନ୍ଦନକାନନରେ ସିମ୍ପାଜି କୁଇନ ମୃତ୍ୟୁ

ବାରଙ୍ଗ,୨୨/୮(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନ ଗୈାରବ ଆଣିଦେଇଥିବା ୬୦ନମ୍ବର ଏନକ୍ଲୋଜରରେ ରହୁଥିବା ୮ମାସର ସିମ୍ପାଜି ଛୁଆ କୁଇନ ସୋମବାର ସକାଳେ ମୃତ୍ୟୁବରଣ କରିଛି । କୁଇନ କିଛିଦିନ ହେବ ବାତଜ୍ବର ରୋଗରେ ପିଡୀତ ହୋଇ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା।ଚଳିତ ମାସରୁ କୁଇନ ଠିକ୍ ଭାବରେ ଚଲାବୁଲା କରିପାରୁନଥିଲା।ଫଳରେ ପର୍ୟ୍ୟଟକମାନେ କୁଇନକୁ ଦେଖିବାରୁ ବଞ୍ଚିତ ହେଉଥିଲେ।ଧିରେଧିରେ କୁଇନ ଖାଇବା କମାଇ ଦେବାରୁ ଶ୍ବାସ କ୍ରିୟାରେ ଅସୁବିଧା ହେବାରୁ ଅମ୍ଲଜାନ ଲଗାଯାଇଥିଲା।ଫଳରେ ସେ ରୁଗଣ ହୋଇପଡିଥିଲା।ଗତ ବୁଧବାରଠାରୁ ବୈଷୟିକ ଓ ସ୍ବାସ୍ଥ୍ୟ […]

ଭାସିଗଲେ ମହିଳା

ଜଳେଶ୍ୱର,୨୨/୮(ଏସଏସ ନିଉଜ)ସୁବର୍ଣ୍ଣରେଖା ନଦୀରେ ଭାସିଯାଇ ମହିଳା ମୃତୁବରଣ କରିଛନ୍ତି ।ବାଲିଆପାଳ ବ୍ଲକ ବଡ଼ତାଳପଦା ଗାଁ ନିକଟ ସୁବର୍ଣ୍ଣରେଖା ବନ୍ୟା ପାଣିରେ ଭାସିଯାଇଛନ୍ତି।ଶୌଚ ପାଇଁ ଯାଇଥିବାବେଳେ ଭାସିଯାଇ ଥିଲେ ।ସ୍ଥାନୀୟ ଲୋକ ମୃତଦେହକୁ ଉଦ୍ଧାର କରିଛନ୍ତି ।  

ବିଲରେ କାମ କରିବା ବେଳେ ହେଲା ବଜ୍ରାଘାତ

ଉଦଳା,୨୨/୮(ଏସ ଏସ ନିଉଜ)ବଜ୍ରାଘାତରେ ପରିବାରର ଜଣେ ମୃତୁବରଣ କରିଥିବା ବେଳେ ୫ଜଣ ସମ୍ପର୍କୀୟ ଗୁରୁତର ହୋଇଛନ୍ତି ।ଖୁଣ୍ଟା ଥାନା କନ୍ଦଳିଆ ଗାଁର ବିଲରେ କାମ କରିବା ବେଳେ ବଜ୍ରାଘାତ ହୋଇଥିଲା ।ଗୁରୁତର ଥିବା ୫ ଜଣଙ୍କୁ ସ୍ଥାନୀୟ ଡୁକୁରା ମେଡିକାଲରେ ଭର୍ତ୍ତି କରାଯାଇଛି।  

ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ

ନୂଆପଡ଼ା,୨୨/୮(ଏସ ଏସ ନିଉଜ) ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାରର ୧୫ ସଦସ୍ୟ ।କୋମନା ଢେକୁନ ପାନିରେ ୨ ଦିନ ତଳେ ମାଓବାଦୀ ଜଣଙ୍କୁ ହତ୍ୟା କରିଥିଲେ।ଫଳରେ ଭୟଭୀତ ହୋଇ ମୃତକଙ୍କ ପରିବାର ଓ ଭାଇଙ୍କ ପରିବାର ଗାଁ ଛାଡ଼ିଛନ୍ତି। ଭିଟାମାଟିଠୁ ୬୦ କିମି ଦୂର ଗେରୁଜର ଗାଁକୁ ପିଲାଛୁଆ ଧରି ପଳାଇଛନ୍ତି।  

ବନ୍ଧୁକ ସହ କାର ଜବତ

ଭୁବନେଶ୍ୱର,୨୨/୮(ଏସଏସନିଉଜ)ରବିବାର ରାତି ରେ ଇନ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗଙ୍ଗପଡା ସ୍ଥିତ ପିଡ଼ିଏଲ ଅଟୋ ହବରେ ଗାଡି ଧୋଇବାକୁ ନେଇ ପାଟିତୁଣ୍ଡ ଓ ପରେ ବନ୍ଧୁକ ଦେଖାଇ ଜୀବନରେ ମାରୁଦେବାକୁ ଧମକ ଦେବା ଅଭିଯୋଗରେ ପୋଲିସ ସୋମବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ବିଜେବିନଗରର ଅଜତଶତୃମିଶ୍ର ଓ ଖୋର୍ଦ୍ଧା ଶ୍ରୀରାମନଗରର ସୁକୁମାର ମହାପାତ୍ର ।ସେମାନଙ୍କଠାରୁ ପୋଲିସ ଭାରତୀୟ ନିର୍ମିତ ୩୨ ବୋର ଏମକେ-୩ ରିଭଲବର, ୬ ଟି ୭.୬୩ ଏମ ଏମ ଗୁଳି ଏବଂ […]

୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨/୮(ଏସଏସନିଉଜ) ସ୍ୱାଭିମାନ ଅଞ୍ଚଳର ରାଳେଗାଡ଼ା ଓ ଧୂଳିପୁଟ ଦୁଇଟି ପଞ୍ଚାୟତରେ ୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତ । ଏହି ଦୁଇ ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ ।ଆଜି ଗୁରୁପ୍ରିୟ ସେତୁ ନିକଟରେ ବିଏସଏଫ୍ ଶିବିର ନିକଟରେ ଡିଜି ଏସ କେ ସିହ୍ନା ଓ ମାଲକାନଗିରି ଏସପି ନିଖିଲ ବଧୱାନିଙ୍କ ଉପସ୍ଥିତରେ ୧୫୦ ର ଉର୍ଦ୍ଧ୍ବ ମିଲସିଆ ଆତ୍ମସମର୍ପଣ କରିଥିଲେ।  

ଲାଞ୍ଚ ନେଇ ଧରାପଡ଼ିଲେ

ଭୁବନେଶ୍ବର, ୨୨/୮(ଏସଏସନିଉଜ)ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗ କାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାବୁଡରେ ପଡିଥିଲେ ।