Browsing daily archive

August 22, 2022

କୋରାପୁଟରେ ଝାଡାବାନ୍ତି

କୋରାପୁଟ,୨୨/୮(ଏସଏସନିଉଜ) କୋରାପୁଟ ବ୍ଲକର ମସ୍ତିୁଟ ଗ୍ରାମରେ ଝାଡାବାନ୍ତି ବ୍ୟାପିବାରୁ ଗ୍ରାମର ୧୬ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୬ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବାର ଜଣାପଡିଛି । ଡାକ୍ତରୀ ଦଳ ସହ ବ୍ଲକ ପ୍ରଶାସନ ପହଁଚି ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛି ।

ଧନୁଆ ନଦୀରେ ୩୦ ଫୁଟର ଘାଇ

କୋଣାର୍କ ,୨୨/୮(ଏସଏସନିଉଜ) କୋଣାର୍କ ଧନୁଆ ନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି ।ଯାହାଫଳରେ ଗୋପ ଓ ସତ୍ୟବାଦୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି । କୁଶଭଦ୍ରା ନଦୀର ପାଣି ମାଡି ଆସିବାରୁ ଧନୁଆ ନଦୀର ଜଳସ୍ତର ବଢିବାପରେ ଏକ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ରାସ୍ତା ଉପରେ ପାଣି ମାଡିଯିବାରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗାଁରେ ଏବେ ବେକେ ଉଚ୍ଚର ପାଣି ଲହଡି ମାରୁଥିବା ସୂଚନା ରହିଛି ।ସେପଟେ ଭୋଗରାଇ […]

ଥରିଲା ରାଜସ୍ଥାନ!

ଭୁବନେଶ୍ୱର, ୨୨/୮(ଏସଏସନିଉଜ)ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ। ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକାକୁ ସବୁଠାରୁ ଅଧିକ ଅନୁଭବ କରିଛନ୍ତି। ସମସ୍ତେ ଶୋଇଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ଭୂକମ୍ପ ଝଟକାରେ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ତଦାରଖ କଲେ 5T ସଚିବ

ଭୁବନେଶ୍ୱର, ୨୨/୮(ଏସଏସନିଉଜ)ନୂଆ BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ତଦାରଖ କଲେ 5T ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସତ୍ୟନଗରରେ ନୂତନ BMC କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ନେଇ ତଦାରଖ କଲେ 5T ସଚିବ ଭି କେ ପାଣ୍ଡିଆନ ।

ଜଙ୍ଗଲରେ କାମୁଡିଲା ଭାଲୁ

ବାଲିଗୁଡ଼ା, ୨୨/୮(ଏସଏସନିଉଜ)ଭାଲୁ କାମୁଡ଼ାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ସ୍ୱାମୀ ଓ ଝିଅ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ବାଟାଗୁଡ଼ା ପଞ୍ଚାୟତ ଡଙ୍ଗମ ଗାଁରେ କାମୁଡ଼ିଲା ଭାଲୁ । ଜାର୍ଗିସରୁ ଜଙ୍ଗଲକୁ ସିଆଳି ପତ୍ର ତୋଳିବାକୁ ଯାଇଥିଲେ ୪ ମହିଳା ।ଭାଲୁ ଆକ୍ରମଣର ଖବର ପାଇ ଯାଇଥିବା ବେଳେ ସ୍ୱାମୀକୁ ବି କାମୁଡ଼ିଥିଲା ଭାଲୁ । ଗୁରୁତର ବାପା ଓ ଝିଅ ବାଲିଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରେତଙ୍ଗ କଲୋନୀରେ ଲାଗିଲା ଏଗାରଶହ ଗଛ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଜଟଣୀ ରେତଗଂ କଲୋନୀରେ ବିଭିର୍ଣ ସଂସ୍ଥାପକ୍ଷରୁ ସବୁଜବଳୟ ସୃଷ୍ଟି ସହ ଜନସାଧାରଣଙ୍କୁ ସଚେତନ କରିବାପାଇଁ ଏଗାରଶହରୁ ଉର୍ଦ୍ଧ ଗଛ ଲଗାଯାଇଛି ।ଜଙ୍ଗଲକଟାଯାଇ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବାଦ୍ୱାରା ଏହାର ପ୍ରଭାବ ଧିରେଧିରେ ସାଧାରଣ ଲୋକଙ୍କ ଉପରେ ପଡୁଛି । ପୃଥିବୀରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥର ପ୍ରଦୃର୍ଷଣ ଦ୍ବାର ବିଶ୍ବର ଜଳବାୟୁରେ ବିଭିନ୍ନ ପ୍ରକାର ଅସମାନତା ଯୋଗୁଁ ଦିନକୁ ଦିନ ବିଶ୍ବ ବିଗିଡିବାରେ ଲାଗିଛି ।ତେଣୁ ଏଥିପାଇଁ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ନିଜର ଗର୍ବେଷଣା […]

ଭୁଆସୁଣୀରେ ଅଳିଆପକା ବିବାଦ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୁଆସୁଣୀରେ ଅଳିଆ ପକାଇବାକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ରବିବାରସନ୍ଧ୍ୟାରେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମସଭାରେ ଆଲୋଚନା ପାଇଁ ନିଷ୍ପତି ହୋଇଥିଲା ।ଏଥିରେ ପଂଚାୟତର ସରମ୍ପଚ,ସମିତିସଭ୍ୟ,ୱାଡମେମ୍ବରଙ୍କଠାରୁ ଆରମ୍ଭ କରି ଗ୍ରାମମୁରବୀମାନଙ୍କୁ ଏକାଠି କରି ଖୋଲାମଂଚରେ ସେମାନଙ୍କ ନିଷ୍ପତି ଉପରେ ଆଲୋଚନା ହେବାକୁ ପୁର୍ବପ୍ରସ୍ତୁତ ହୋଇଥିଲା ।ଗ୍ରାମମେଳଣ ପଡ଼ିଆରେ ବାବା ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏଥିନିମନ୍ତେ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ।ଏହି ଆଲୋଚନାରେ ଭୁଆସୁଣୀରେ ଆଉ ଅଳିଆ […]