Browsing daily archive

August 23, 2022

ବାଇକ ଲୁଟେରା ଧରାପଡିଲା

ଜଟଣୀ,୨୩/୮(ଏସଏସନିଉଜ) ଏହିଥାନା ଅଧିନସ୍ଥ ଉପରବସ୍ତ ମୁଣ୍ଡଳୀସାହିର ବିନୟକୁମାର ମହାରଣା ନିଜର ହିରୋହୋଣ୍ଡାକୁ ନମ୍ବର(ଓଆର-୦୨-ଏଏନ-୪୭୨୩) ନିକଟସ୍ଥ ଶ୍ରିହରିବିହାରରେ ରହୁଥିବା ରୁଦ୍ରପ୍ରସାଦଙ୍କ ଘରବାହାରେ ରଖି ଘରକୁ ଯାଇଥିଲେ ।କିଛିସମୟ ପରେ ଆସି ଦେଖିବାବେଳକୁ ବାଇକଟି ସେଠାରେ ନଥିଲା ।ବହୁ ଖୋଜାଖୋଜି କରି ନିରାଶ ହେବାପରେ ଜଟଣୀଥାନାରେ ଅ଼ଭିଯୋଗ କରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ କରି ବେଣାପଞରୀଗ୍ରାମର ବଡମଜିଦସାହିର ସାବିଦଖାନ(ମଂଟୁ) ନାମକ ଯୁବକକୁ ଗିରଫ କରିଛନ୍ତି ।ପୋଲିସ ମଂଟୁଠାରୁ ବାଇକକୁ ଜବତ କରି କୋର୍ଟଚାଳଣ କରିଥିବାର ଜଣାପଡିଛି ।

ରେଙ୍ଗାଳି ଡ୍ୟାମର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ରେଙ୍ଗାଳି ,୨୩/୮(ଏସଏସନିଉଜ) ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୭୨୭.୬୧ ଘନମିଟର ବନ୍ୟା ଜଳ ପ୍ରବେଶ କରୁଥିବାବେଳେ ୨ଟି ଗେଟ୍ ଦେଇ ୩୬୩୮.୭୯ ଘନ ମିଟର ବନ୍ୟା ଜଳ ନିଷ୍କାସିତ ହେଉଛି ।

ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ଉଦଳା ,୨୩/୮(ଏସଏସନିଉଜ)ଏକ ସପ୍ତାହ ପରେ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଶରତ ଥାନା ଗୁଣ୍ଡରି ସାହିର ଘଟଣା । ଗତ ସୋମବାରରୁ ନିଖୋଜ ଥିବା ମୋଖି ସିଂଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ସଦୁରସାହି ଦୋମୁହାଣୀ ନାଳ ନିକଟରୁ ଶରତପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ମନ୍ଦିରରୁ ଦର୍ଶନସାରି ଫେରିବାବେଳେ ଦୁର୍ଘଟଣା

ବାଣପୁର ,୨୩/୮(ଏସଏସନିଉଜ)ବାଣପୁର ମାବିରିଜାଈ ମନ୍ଦିରରେ ପୂଜାର୍ଚ୍ଚନା ସାରି ଫେରିବାବେଳେ ନୀଳାଦ୍ରିପ୍ରସାଦ ନିକଟରେ ଅଟୋ ବାଇକ ଧକ୍କା ହୋଇଛିାଦୁର୍ଘଟଣା ପରେ ଅଟୋଟି ଲେଉଟି ପଡିଥିଲା। ଫଳରେ ଅଟୋରେ ଥିବା ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ପଠାଇଛନ୍ତି ।

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୫ ତାରିଖ (ବୁଧବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଦ୍ୱାଦଶୀ ଦିବା ଘ୭/୫୬ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,କର୍କଟ ରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇଶାଗ ଦିବା ଘ୭/୫୬ ଗତେ ବାଇଗଣ ଭକ୍ଷଣ ନିଷେଧ । ମେଷ- ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ । ସମ୍ଭାଳିକି ବନ୍ଧୁ ମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜି […]

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟରେ ମାର୍ଗଦର୍ଶନ ଉତ୍ସବ

ବାରଙ୍ଗ,୨୩/୮(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାରଦିନ ମାର୍ଗଦର୍ଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲ ସାଟିଫିକେଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭୭ଜଣ ଛାତ୍ରୀଛତ୍ରଙ୍କୁ ସାଟିଫିକେଟ ସହ ସମ୍ବର୍ଦ୍ଧନା ଦିଆଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମାର୍ଗଦର୍ଶନ ଉତ୍ସବରେ ପୁରାତନ ଛାତ୍ର ପ୍ରଫୁଲକୁମାର ପାତ୍ର,ଶ୍ରୀନିବାସ ମାନସିଂ, ଭାସ୍କରଚନ୍ଦ୍ର ସୁବୁଦ୍ଧି,ସନ୍ତୋଷ କୁମାର ରାୟ,ସୁରେନ୍ଦ୍ର କୁମାର ସାମନ୍ତରାୟ,ନୀଳକଣ୍ଠ ବାରିକ,ସ୍କୁଲକମିଟି ସଭାପତି ଅଭିମନୁ ମହାପାତ୍ର , ଉପସଭାନେତ୍ରୀ ସସ୍ମିତା ବାହିନୀପତି ପ୍ରମୁଖ ଅତିଥିବଭାବେ ଯୋଗଦେଇ କୃତି ପିଲାମାନଙ୍କୁ ଭଲ ମଣିଷ ହେବାର […]

କୃଷ୍ଣସାର ମୃଗର ଭାଙ୍ଗିଲା ଗୋଡ

ବାରଙ୍ଗ,୨୩/୮(ଏସଏସନିଉଜ) ଗତ କିଛିଦିନର ବ୍ୟବଧାନ ପରେ ପୁଣି ଖାଦ୍ୟପାଇଁ ଏନକ୍ଲୋଜର ଭିତରେ ସଂଘର୍ଷ ଘଟି ଏକ କୃଷ୍ନସାରମୃଗର ଗୋଡ ଭାଙ୍ଗିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ନନ୍ଦନକାନନର ୬୬ନମ୍ବର (କ) ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା କୃଷ୍ଣସାରମୃଗ ଖାଦ୍ୟାଭାବ ଯୋଗୁଁ ଅନ୍ୟ କୃଷ୍ଣସାରମୃଗ ସହ ସଂଘର୍ଷ ଘଟି ତାର ଡାହାଣ ପଟ ଗୋଡରେ ଶକ୍ତ ଆଘାତ ଲାଗି ଗୋଡଟି ଭାଙ୍ଗିଯାଇଥିବାର ମଙ୍ଗଳବାର ଦିନ ଦେଖିବାକୁ ମିଳିଛି ।ଖବର ପାଇ ବନ୍ୟପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରିବା […]

ବନ୍ୟା ଯୋଗୁଁ ବଢିଲା ସମୟ

ଭୁବନେଶ୍ୱର,୨୩/୮(ଏସଏସନିଉଜ) ବନ୍ୟା ଯୋଗୁଁ ଆଜିଠାରୁ ଆଉ ୮ ଦିନ ପାଇଁ ବଢ଼ି ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍‌ଏ-୧ ଫର୍ମ ପୂରଣ ଅବଧି ।ଲକ୍ଷାଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜିକରଣ ଓ ଫର୍ମପୂରଣରୁ ବଞ୍ଚିତ ହୋଇଥିଲେ । ଏଣିକି ବୋର୍ଡ ସ୍ୱୀକୃତିପ୍ରାପ୍ତ ହାଇସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରଛାତ୍ରୀ ଆସନ୍ତା ୩୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ ଏବଂ ଏସ୍‌ଏ-୧ ପରୀକ୍ଷା ଲାଗି ଫର୍ମ ପୂରଣ କରିପାରିବେ।

ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଢେଙ୍କାନାଳ, ୨୩/୮(ଏସଏସନିଉଜ) ପୂର୍ବତନ ଛାତ୍ର ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ହେଡ୍ କ୍ଲର୍କ ଉତ୍ତମ ରାଉତ ।ଡିଗ୍ରୀ ସାର୍ଟିଫିକେଟ ଦେବାକୁ ୮୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।  

ବୟଫ୍ରେଣ୍ଡ ନାଁରେ ଦଫା୩୦୬

ଚନ୍ଦ୍ରଶେଖରପୁର, ୨୩/୮(ଏସଏସନିଉଜ) ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ନାଁରେ ଲାଗିଲା ଦଫା ୩୦୬ ଲଗାଇଛି ପୋଲିସା ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଦଫା ୩୦୬ ଲଗାଇ ନୋଟିସ କଲା ପୋଲିସ ।ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା କଲା ପୋଲିସ । ସୌମ୍ୟଜିତଙ୍କୁ ତୁରନ୍ତ ଗିରଫ ଦାବି କଲେ ଶ୍ୱେତାଙ୍କ ବାପା ଓ ଭାଇ ଦାବୀ କରିଛନ୍ତି ।