Browsing daily archive

August 23, 2022

ହାତଗୋଡ଼ ବନ୍ଧା ନାବାଳିକା ଉଦ୍ଧାର

ବଲାଙ୍ଗିର, ୨୩/୮(ଏସଏସନିଉଜ) ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛି ।ନିଖୋଜର ୨ ଦିନ ପରେ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର କରିଛି ପୋଲିସ । ବରଗଡ଼ ଗାଇସିଲଟ ଥାନା ଅଞ୍ଚଳର ନାବାଳିକାହୋଇଥିବାବେଳେ ମୈଦାନୁମୁଣ୍ଡା ଜୋର ନିକଟରୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ମୋ ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା

କୋଣାର୍କ,୨୩/୮(ଏସଏସନିଉଜ) ମୋ ବସ୍ ସହ ଯାତ୍ରୀବାହୀ ବସ୍ ର ଧକ୍କା ରେ ୧୦ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍‌ପାଇଁ ଡାକ୍ତରଖାନାରେ ଭର୍ତିକରାଯାଇଛି । କୋଣାର୍କ-ଗୋପ ରାସ୍ତାର ପାଟେଳିଆ ଛକ ନିକଟରେ ଦୁର୍ଘଟଣା ହୋଇଛି ।

ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର

ଭୁବନେଶ୍ୱର,୨୩/୮(ଏସଏସନିଉଜ) ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ । ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫୋଗାଟ ୨୦୧୯ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଡାମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ବୟଫ୍ରେଣ୍ଡକୁ ହେବ ନୋଟିସ

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ସୌମ୍ୟଜିତକୁ ନୋଟିସ୍ କରିବ କମିଶନରେଟ୍ ପୋଲିସ ।ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ କରିବ ପୋଲିସ ।ସୌମ୍ୟଜିତ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜିଥିବା ସୂଚନା ମିଳିଛି ।

ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ

ଭୁବନେଶ୍ୱର,୨୩/୮(ଏସ ଏସ ନିଉଜ)ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ ପ୍ରତାପଦେବ ।ଭୋଗରାଇ ରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସମୀକ୍ଷା ପରେ ପରିସ୍ଥିତି ଉପରେ ନଜର ରଖିଥିବା କଥା କହିଛନ୍ତି ମନ୍ତ୍ରୀ ।

ସ୍ତ୍ରୀକୁ ହତ୍ୟାପରେ ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗିର,୨୩/୮(ଏସ ଏସ ନିଉଜ) ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଛି।ସ୍ତ୍ରୀକୁ ହତ୍ୟା ପରେ ବେକରେ ରଶି ଲଗାଇ ସ୍ୱାମୀକରିଛି ଆତ୍ମହତ୍ୟା । ଚାଷ ଜମିରେ ଉଭୟଙ୍କ ମଧ୍ୟରେ ବଚସା ପରେ ଏହି ଅଘଟଣ ଘଟିଛି।ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ରାହୁଲ ଦ୍ରାବଡଙ୍କୁ କରୋନା

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଦୀଳକୁ ବଡ଼ ଝଟକା ଲାଗିଛି।ହେଡ୍‌ କୋଚ୍‌ ରାହୁଲ ଦ୍ରାବଡଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ୨୭ ଅଗଷ୍ଟରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଟିମ୍‌ ଇଣ୍ଡିଆ ଆଜି ୟୁଏଇ ଯିବେ।ହେଲେ ବର୍ତ୍ତମାନ ବିନା ଦ୍ରାବଡଙ୍କ ସହ ଟିମ୍‌ ଖେଳିବ ଏସିଆ କପ।