Browsing monthly archive

August 2022

ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି

ଭୁବନେଶ୍ୱର,୬/୮(ଏସଏସନିଉଜ)ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ସେ ବିଜୟ ଲାଭ କରିଛନ୍ତି । ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ୟୁପିଏ ପକ୍ଷରୁ ଛିଡ଼ା ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭା । ଶନିବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିବାବେଳେ ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍। ସେହିପରି ମାର୍ଗାରେଟ୍ ଆଲଭାଙ୍କୁ ମିଳିଛି ୧୮୨ ଖଣ୍ଡ ଭୋଟ୍। […]

ଡ୍ରେସ ଦୋକାନରୁ ମୋବାଇଲ ଚୋରି କରିଧରାପଡିଲେ

ବାରଙ୍ଗ,୬/୮(ଏସଏସନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ଦାଢ଼ାପାଟଣା ଗ୍ରାମର ମନୋଜ ବେହେରାଙ୍କ ଉକ୍ତ ଗ୍ରାମରେ ଥିବା ଡ୍ରେସ ଦୋକାନରୁ ଗତ ଶୁକ୍ରବାର ଦିନ ମୋବାଇଲ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗିରଫ ଦୁଇ ଜଣ ହେଉଛନ୍ତି ନନ୍ଦନକାନନଥାନାଅଧିନସ୍ଥ ପଦାସାହି ଗ୍ରାମର ସୁରେଶ ନାୟକ(୨୩) ଏବଂ ସନ୍ତୋଷ ବେହେରା(୪୦)।ପୋଲିସ ସେମାନଙ୍କ ଠାରୁ ୬ଟି ଚୋରା ମୋବାଇଲ,ସିମକାର୍ଡ,ମେମୋରି କାର୍ଡ ଆଦି ଜବତ କରିଛି।ଏନେଇ […]

ଅମିତସାହାଙ୍କ କଟକ ଗସ୍ତ ପାଇଁ ବାରଙ୍ଗ ବିଜେପିର ବୈଠକ

ବାରଙ୍ଗ,୬/୮(ଏସଏସନିଉଜ)ରାଷ୍ଟ୍ରୀୟ ଗୃହମନ୍ତ୍ରୀ ଅମିତ ସାହାଙ୍କ ଆସନ୍ତା ସୋମବାର ଦିନ କଟକ ଗସ୍ତକୁ ନେଇ ବାରଙ୍ଗ ବିଜେପି ପକ୍ଷରୁ ତ୍ରିଶୁଳିଆ ସ୍ଥିତ ବିସ୍ମୟ ମଣ୍ଡପ ଠାରେ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ଆହ୍ବାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବାରଙ୍ଗ ୩୨ ନଂ ଜୋନର ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ରାଷ୍ଟ୍ରୀୟ ଗୃହମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ କିପରି ବହୁ ସଂଖ୍ୟାରେ କାର‌୍ୟ୍ୟକର୍ତ୍ତା […]

ଆଜିର ରାଶିଫଳ

ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରା ଆରମ୍.୨୦୨୨ ମସିହା ଅଗଷ୍ଟ ମାସ ୭ ତାରିଖ (ରବିବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଦଶମୀ ରାତ୍ରି ଘ୧୧/୪୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ସୂର୍ଯ୍ୟ ଦୟ ପ୍ରାତଃ ଘ୦୫/୨୭/୩୩ ,ସୂର୍ଯ୍ୟାସ୍ତ  -ସନ୍ଧ୍ୟା ଘ୦୬/୧୬/୫୪ ,ମେଷ ରାଶିର ଘାତବାର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।କଳମ ଶାଗ ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ର ଶାନ୍ତିମୟ ହେବ। ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ। କୃପଣ […]

ନକ୍ସଲ ନିର୍ମାଣ କଲେ ୬୪ଫୁଟଉଚ୍ଚ ସହିଦସ୍ତମ୍ଭ

ମାଲକାନଗିରି , ୬/୮(ଏସଏସନିଉଜ)ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଏବଂ ସୁକମା ସୀମାନ୍ତ ଗ୍ରାମରେ ନକ୍ସଲ ନିର୍ମାଣ କରିଛନ୍ତି ୬୪ ଫୁଟ ଉଚ୍ଚ ସହିଦସ୍ତମ୍ଭ । ବିଜାପୁର ଏବଂ ସୁକମା ସୀମାରେ ଏକ ବିରାଟ ସଭାର ମଧ୍ୟଆୟୋଜନ କରାଯାଇଥିଲା ।ଯେଉଁଠି ୧୨ ହଜାରରୁ ଅଧିକ ଗ୍ରାମବାସୀ ଯୋଗଦେଇଥିବାର ଜଣାପଡିଛି ।    

କରୋନାରେ ଆକ୍ରାନ୍ତ ହେଲେ ୯ଛାତ୍ରଛାତ୍ରୀ,୨ଶିକ୍ଷକ

ଟିଟିଲାଗଡ଼, ୬/୮(ଏସଏସନିଉଜ) ସଇଁତଳାର ଏକ ସ୍କୁଲର ୯ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ କରୋନା ରେ ଆକ୍ରାନ୍ତ ହୋଇଥିବାର ଜଣପଡିଛି । ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଚିହ୍ନଟ ପରେ ସ୍କୁଲକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।କାଲି ଜଣେ ଛାତ୍ର ପଜିଟିଭ ପରେ ଆଜି ସମସ୍ତଙ୍କର କରୋନା ଟେଷ୍ଟ ହେବାପରେ ଏହା ଜଣାପଡିଥିଲା ।  

ଭକ୍ତଙ୍କ ନିମେନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ, ୬/୮(ଏସଏସନିଉଜ) ଦର୍ଶନ ପାଇଁ ଭକ୍ତଙ୍କ ନିମେନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର । ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସାଧାରଣ ଭକ୍ତମାନେ ଯେମିତି ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା ହେବ । ଦର୍ଶନ ପାଇଁ ରତ୍ନ ସିଂହାସନ ପାଖରେ ବ୍ୟାରିକେଡ ଲଗାଯିବ କହିଲେ ମୁଖ୍ୟ ପ୍ରଶାସକ ।

ଚର୍ଚ୍ଚିତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର,୬/୮(ଏସଏସନିଉଜ) ୪ ଦିନିଆ ରିମାଣ୍ଡରେ ଗଲେ ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର ଚର୍ଚ୍ଚିତଙ୍କ ସହ ଶଙ୍ଖ ଶୁଭ୍ର ମିତ୍ର ଓ ବିଲଡର ଶିଶିର କୁମାର ଦାସଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଅଧିକ ପଚରାଉଚରା ପାଇଁ ଚର୍ଚ୍ଚିତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଆସନ୍ତା ୧୦ ତାରିଖ ଦିନ ୨ଟାରେ ଚର୍ଚ୍ଚିତଙ୍କୁ କୋର୍ଟରେ ହାଜର କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାଏଟ୍ ଓ ଔଷଧ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ବର୍ଷା ପାଣିରେ ବୁଡିଲା ମୋ ବସ୍

ଭୁବନେଶ୍ୱର,୬/୮(ଏସଏସନିଉଜ) ବର୍ଷା ପାଣିରେ ବୁଡିଲା ମୋ ବସ୍ । ଜଟଣୀରୁ ବାହାରି ମାଷ୍ଟରକ୍ୟାଣ୍ଟିନକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବସରୁ କିଛି ଲୋକ ପହଁରି ପହଁରୁ ବାହାରି ଆସିଥିବାର ଦେଖିବାକୁ ମିଳିଥିଲା । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି ।

ଇତିହାସ ରଚିଲା ଏସସିବି ମେଡିକାଲ!

କଟକ, ୬/୮(ଏସଏସନିଉଜ) ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ର ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି ।ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ ।ଯାହା ଫଳରେ ସେ ତାଙ୍କର ମାଢି ଓ ଦାନ୍ତକୁ ହରାଇ ଏକ ପ୍ରକାର ଭିନ୍ନକ୍ଷମ ହୋଇପଡିଥିଲେ । ଯାହାର ବର୍ତ୍ତମାନ ସଫଳ ଅସ୍ତ୍ରୋପଚାର କରାଯାଇ ନୂତନ ମାଢି ପ୍ରତ୍ୟାରୋପଣ ହୋଇଛି ।