Browsing daily archive

September 13, 2022

ଆଜିର ରାଶିଫଳ

ଅଶ୍ଵପଞ୍ଚମୀ,୨୦୨୨ ମସିହା ସେପ୍ଟେମ୍ବର ମାସ ୧୪ ତାରିଖ (ବୁଧବାର)ଆଶ୍ଵିନମାସ –କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ଦିବା ଘ୧୦/୧୭ ପର‌୍ୟ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୩୭/୩୦ ,ସୂର‌୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୪୭/୩୪ ,କର୍କଟରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ପଞ୍ଚମୀର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ମୂଳା ଦିବା ଘ୧୦/୧୭ ଗତେ ବେଲ ଭକ୍ଷଣ ନିଷେଧ । ମେଷ-ମେଷ ଲୋକଙ୍କ ପାଇଁ ଆଜି ବହୁତ ଶୁଭଦିନ । କାର୍ଯ୍ୟରେ ନିରନ୍ତର ସଫଳତା ହାସଲହେବ । କ୍ୟାରିୟରକ୍ଷେତ୍ରରେ ଆଗକୁ ଯିବାର ଉପାୟ ଅଛି […]

ନୂଆଶାସନ ଗ୍ରାମରେ ହତ୍ୟାକାଣ୍ଡ!

ପିପିଲି,୧୩/୯(ଏସଏସ ନିଉଜ)ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ଦକ୍ଷୀଣ ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି lଏହି ଗ୍ରାମର ରାଜୀବ ଗାନ୍ଧୀସେବାକେନ୍ଦ୍ର ପିଣ୍ଡାରେ ଜଣେ ଯୁବକର ମୁଣ୍ଡ ଗଣ୍ଡି ଅଲଗା ଅବସ୍ତାରେ ମୃତଦେହ ପଡିଛି l ମୃତକଙ୍କ ନାମ ଲିକୁ ବେହେରା (୧୯) ଓ ଘର ନିକଟବର୍ତ୍ତୀ ଦୋଳବେଦି ସାହିରେ l ମୃତଦେହ ପଡ଼ିଥିବାର କିଛି ଲୋକେ ସନ୍ଧ୍ୟାରେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ l ପିପିଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l […]

ଆଜି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୯(ଏସଏସ ନିଉଜ)ଆଜି ମୁମ୍ବାଇ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶା ଇନ୍‌ଭେ ଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ନବୀନ।ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିପାରନ୍ତି।ସନ୍ଧ୍ୟାରେ ମୁମ୍ବାଇ ରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ।

ପଛକୁ ହଟିଲା ଡ୍ରାଗନସେନା

ଭୁବନେଶ୍ୱର,୧୩/୯(ଏସଏସ ନିଉଜ)ଲଦାଖରେ ପଛକୁ ହଟିଲା ଡ୍ରାଗନ ସେନା । ଗୋଗ୍ରା ହଟସ୍ପ୍ରିଙ୍ଗରୁ ଚୀନର ସେନା ପ୍ରତ୍ୟାହାର । ସେନା ପ୍ରତ୍ୟାହାର ସହିତ ବଙ୍କର ଭାଙ୍ଗିଲା ଚୀନ।ପିପି ୧୫ରୁ ପଛକୁ ହଟିଲେ ଦୁଇ ଦେଶର ସେନା । ୫ ଦିନ ଧରି ଚାଲିଥିଲା ସେନା ପ୍ରତ୍ୟାହାର ପ୍ରକ୍ରିୟା।

କ୍ୟାମ୍ପ ଉପରେ ମାଡ଼ିଗଲା ଡମ୍ପର

ଭଦ୍ରକ,୧୩/୯(ଏସଏସନିଉଜ) NH- ୧୬ର ଭଣ୍ଡାରୀପୋଖରୀ ଶାରଦା ବିଦ୍ୟାମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି। ଶ୍ରମିକଙ୍କ ଅସ୍ଥାୟୀ କ୍ୟାମ୍ପ ଉପରେ ମାଡ଼ିଯାଇଛି ଡମ୍ପର ।ବାଲି ବୋଝେଇ ଡମ୍ପର ମାଡ଼ିଯାଇ ଜଣେ ଶ୍ରମିକଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ଘଟିଛି।ଅସ୍ଥାୟୀ କ୍ୟାମ୍ପର ଅନ୍ୟ ଶ୍ରମିକ ଦୌଡି ପଳାଇଯାଇଥିବାରୁ ତାଙ୍କ ଜୀବନ ବଂଚିଯାଇଛି।

୧୮ରେ ଆଉଏକ ଲଘୁଚାପ

ଭୁବନେଶ୍ୱର,୧୩/୯(ଏସଏସ ନିଉଜ)୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ଦେଖଦେଇଛି।ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୮ରୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ।ଆଜିଠୁ କମିବ ବର୍ଷାର ପରିମାଣ ।ଲଘୁଚାପ ମଧ୍ୟପ୍ରଦେଶ ଆଡକୁ ଯିବା ପରେ କମିଲା ପ୍ରଭାବ। ଆଜିଠାରୁ ରାଜ୍ୟରେ କମିବ ଲଘୁଚାପ ବର୍ଷାର ପରିମାଣ। ସକ୍ରିୟ ମୌସୁମୀ ଯୋଗୁଁ ୨ ଦିନ ଯାଏଁ କିଛି ଅଞ୍ଚଳରେ ବର୍ଷା ହୋଇପାରେ ।