Browsing daily archive

September 14, 2022

ଆଜିର ରାଶିଫଳ

ଗଜଷଷ୍ଠୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୧୫ ତାରିଖ (ଗୁରୁବାର)ଆଶ୍ଵିନମାସ –କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୧୦/୪୧ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୩୪ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୪୬/୩୦ ,ତୁଳା ଓ କୁମ୍ଭ ରାଶିର ଘାତବାର ,ମେଷ ଓ ବିଛା ରାଶିର ଘାତଚନ୍ଦ୍ର ,ଷଷ୍ଠୀର ପ୍ରାବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବେଲ ଦିବା ଘ୧୦/୪୧ ଗତେ ନିମ୍ବ ଭକ୍ଷଣ ନିଷେଧ । ମେଷ- ଆପଣଙ୍କଦିନ ମଙ୍ଗଳମୟହେଉ ,ଆଜିଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସିପ୍ରକାରର ବିପଦ ଉଠାଇବାକୁ […]

ଛଦ୍ମବେଶରେ ଯାଇ ଧରିଲା ପୁଲିସ

ଦେବଗଡ଼.୧୪/୯(ଏସଏସନିଉଜ) ହନୁମାନପଇସା ଡିଲ୍ ବେଳେ ଧରିଲା ପୋଲିସ ।ନିଜେ ଗ୍ରାହକ ସାଜି ହନୁମାନ ପଇସା କିଣାବକାୁ ଯାଇଥିଲା ପୋଲିସ ।ଦେବଗଡ଼ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ।ରିଆମାଳଥାନା କତ୍ରାପାଲ୍ଲୀଗାଁରେ ୫ଲକ୍ଷଟଙ୍କାର ଡିଲ୍ ବେଳେ ଗିରଫ କଲା ଛଦ୍ମବେଶୀ ପୁଲିସ ।

ଆଜିଠୁ କମିବ ବର୍ଷା

ଭୁୁବନେଶ୍ୱର.୧୪/୯(ଏସଏସନିଉଜ) ଆଜିଠୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ । ମାତ୍ର ୧୮ ତାରିଖରୁ ପୁଣି ବଢ଼ିବ । ୧୮ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଉତ୍ତରବଙ୍ଗୋପସାଗର ବାୟୁମଣ୍ଡଳ ଉପରିଭାଗରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି ।ଏହାର ପ୍ରଭାବରେ ୧୮ରୁ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରାଯାଇଛି ।  

ଆଜି କ୍ରାଇମସିନ ରିକ୍ରିଏସନ୍ !

ପିପିଲି.୧୪/୯(ଏସଏସନିଉଜ) ଯୁବକଙ୍କୁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । ପିପିଲି ନୂଆଶାସନ ଉତ୍ତରସାହୀରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରାକୁ ଅଚ୍ୟୁତପୁର ଅଞ୍ଚଳରୁ ପୋଲିସ ଗିରଫ କରିଛି । ଘଟଣାସ୍ଥଳରେ ପହଞ୍ଚିଲା ସାଇଣ୍ଟିପିକ ଟିମ ପହଁଚି ତଦନ୍ତ ଆରମ୍ଭ କରିବା ସହ ।ରକ୍ତ, ମାଟି, ଓ ମୋବାଇଲ ଫୋନ ସଂଗ୍ରହ କରିଥିବାର ଜଣାପଡିଛି ।ଆଜିକ୍ରାଇମସିନ ରିକ୍ରିଏସନ୍ କରିବ ବୋଲି ଜଣାପଡିଛି ।  

କେରଳରୁ ଧରାହେଲେ ପ୍ରେମୀଯୁଗଳ

ବାରଙ୍ଗ,୧୩/୯(ଏସଏସନିଉଜ)ଗତଦେଢମାସଧରି ଫେରାର ଥିବା ପ୍ରେମୀଯୁଗଳକୁ ନନ୍ଦନ କାନନଥାନାପୋଲିସ ମଙ୍ଗଳବାରଦିନ କେରଳରୁ ଉଦ୍ଧାର କରିଛି ।ଉଦ୍ଧାର କରି ଥାନାକୁ ଆଣିବାପରେ ଉଭୟଙ୍କ ପରିବାରକୁ ଡାକି ସେମାନଙ୍କୁ ହସ୍ତାନ୍ତର କରିଛି ।ପ୍ରେମୀଯୁଗଳ ହେଲେ ଢାୱାଗ୍ରାମର ପୁଜକ ସବ୍ୟସାଚୀପଣ୍ଡା ଓ ରଘୁନାଥପୁର ଗ୍ରାମର ଏକପୁତ୍ରର ଜନନୀ ଥୁବା ମହିଳା । ପ୍ରକାସ ଯେ,ଗତକିଛିମାସଧରି ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢିଉଠିଥିଲା ।ପ୍ରେମ ଅନ୍ଧ ।ମାନେନା ବୟସ ଓ ଜାତି ।ଏମାନଙ୍କ କ୍ଷେତ୍ରରେ ଏହିଭଳି ସ୍ଥିତି ଉପୁଜିଥିଲା ।ସବୁକିଛି ଭୁଲିଯାଇ ବିବାହ କରିବାକୁ […]

ଗାଁ ଦାଣ୍ଡରେ ଅଜଗର

ବାରଙ୍ଗ,୧୩/୯(ଏସ ଏସ ନିଉଜ)ବାରଙ୍ଗବ୍ଲକ ଅନ୍ତର୍ଗତ ନୟାପାଟଣା ଗ୍ରାମରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।ମଙ୍ଗଳ ବାର ରାତି ପ୍ରାୟ ୮ଟା ସମୟ ରେ ଅଜଗରଟି ପୁରୀ ମୁଖ୍ୟ କେନାଲ ପଟୁ ଗ୍ରାମ ଅଭିମୁଖେ ଆସୁଥିବା ସମୟରେ ରାସ୍ତା ଉପରେ ଲୋକମାନେ ଦେଖିବାକୁ ପାଇଥିଲେ।ଗ୍ରାମବାସୀଙ୍କ ଠାରୁ ଖବର ପାଇ ସ୍ଥାନୀୟ ଜଣେ ସାପ ଧରାଳି ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନେଇ ଚନ୍ଦକା ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି।(ଗୌତମ ରାଉତଙ୍କ ରିପୋର୍ଟ)

ମନ୍ଦିର ପରିସରରେ ଲାଗିଲା ଗଛ

ମେଣ୍ଢାଶାଳ,୧୩/୯(ଏସ ଏସ ନିଉଜ)ମେଣ୍ଢାଶାଳ ଗ୍ରାମସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପରିସରରେ ମଙ୍ଗଳବାର ବୃକ୍ଷ ରୋପଣ ହୋଇଛି।ବିଭିର୍ଣ ପୁଷ୍ପ ଓ ଫଳ ପଦାନକାରୀ ବୃକ୍ଷକୁ ଲଗାଯାଇଛି।ଏହାଦ୍ୱାରା ମନ୍ଦିରକୁ ଆସୁଥିବା ଭକ୍ତମାନେ ଭାବିଷ୍ୟତରେ ଉପକୃତ ହୋଇପାରିବେ।ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟଙ୍କ ତତ୍ୱବାଧାନରେ ଏହି ବୃକ୍ଷରୋପଣ ହୋଇଥିଲା

ଘରେ ପଶିଲା ହରିଣଛୁଆ

ଆଠଗଡ,୧୩/୯(ଏସ ଏସ ନିଉଜ) ଆଠଗଡ଼ ବିଜ୍ଞାପିତ ଅଞ୍ଚଳପରିଷଦ ୧୦ ନଂ ଓ୍ଵାର୍ଡ କନ୍ତୋଲରୁ ଏକ ଦୁଇବର୍ଷର ହରିଣଛୁଆକୁ ଆଠଗଡ଼ ବନବିଭାଗ ଉଦ୍ଧାର କରିଛି। ମଙ୍ଗଳବାର କନ୍ତୋଲର ସୁବାସ ତ୍ରିପାଠୀଙ୍କ ଘରଭିତରେ ହରିଣ ଛୁଆଟି ପଶିଯାଇଥିବା ଦେଖି ପରିବାର ଲୋକେ ଘର କବାଟ ଦେଇ ବନବିଭାଗକୁ ଖବର ଦେଇଥିଲେ।ଖବରପାଇ ବନ ବିଭାଗ କର୍ମଚାରୀମାନେ ଆସିଘଟଣାସ୍ଥଳରୁ ହରିଣଟିକୁ ଉଦ୍ଧାର କରିବା ସହିତ ନିକଟସ୍ଥ ବୌଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବାର ଜଣାପଡିଛି।ଖାଦ୍ୟ ଅନ୍ୱେଷଣରେ ହରିଣଟି ଜଙ୍ଗଲରୁ ଜନବସତି ଆଡକୁ […]