ଘରେ ପଶିଲା ହରିଣଛୁଆ

ଆଠଗଡ,୧୩/୯(ଏସ ଏସ ନିଉଜ) ଆଠଗଡ଼ ବିଜ୍ଞାପିତ ଅଞ୍ଚଳପରିଷଦ ୧୦ ନଂ ଓ୍ଵାର୍ଡ କନ୍ତୋଲରୁ ଏକ ଦୁଇବର୍ଷର ହରିଣଛୁଆକୁ ଆଠଗଡ଼ ବନବିଭାଗ ଉଦ୍ଧାର କରିଛି।
ମଙ୍ଗଳବାର କନ୍ତୋଲର ସୁବାସ ତ୍ରିପାଠୀଙ୍କ ଘରଭିତରେ ହରିଣ ଛୁଆଟି ପଶିଯାଇଥିବା ଦେଖି ପରିବାର ଲୋକେ ଘର କବାଟ ଦେଇ ବନବିଭାଗକୁ ଖବର ଦେଇଥିଲେ।ଖବରପାଇ ବନ ବିଭାଗ କର୍ମଚାରୀମାନେ ଆସିଘଟଣାସ୍ଥଳରୁ ହରିଣଟିକୁ ଉଦ୍ଧାର କରିବା ସହିତ ନିକଟସ୍ଥ ବୌଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବାର ଜଣାପଡିଛି।ଖାଦ୍ୟ ଅନ୍ୱେଷଣରେ ହରିଣଟି ଜଙ୍ଗଲରୁ ଜନବସତି ଆଡକୁ ପଳାଇଆସିଥିବାର ଅନୁମାନ କରାଯାଉଛି।

Comments (0)
Add Comment