୨୨ଟିକିଆ ହାତୀପଲଙ୍କ ଉତ୍ପାତ
କେନ୍ଦୁଝର,୧୦/୯(ଏସଏସ ନିଉଜ) ମିରିଗିଖୋଜା ଗାଁରେ ୨୨ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।ଗାଁରେପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।ଖବର ପାଇ ବନବିଭାଗର ୪ଟି ସ୍କାର୍ଡ ହାତୀପଲଙ୍କ ଉପରେ ନଜର ରଖିଥିବା ସୂଚନା ମିଳିଛି।
Browsing monthly archive
କେନ୍ଦୁଝର,୧୦/୯(ଏସଏସ ନିଉଜ) ମିରିଗିଖୋଜା ଗାଁରେ ୨୨ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।ଗାଁରେପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।ଖବର ପାଇ ବନବିଭାଗର ୪ଟି ସ୍କାର୍ଡ ହାତୀପଲଙ୍କ ଉପରେ ନଜର ରଖିଥିବା ସୂଚନା ମିଳିଛି।
ଭୁବନେଶ୍ୱର,୧୦/୯(ଏସଏସ ନିଉଜ)କାଲିମେଳା ବ୍ଲକ କୁଟୁମପାଲି ଡଙ୍ଗାଘାଟରେ ଭାରସାମ୍ୟ ହରାଇ ବୁଡିଗଲା ଦଙ୍ଗା ।୧୪ ଜଣଙ୍କୁ ନେଇ ଭରା ନଈ ପାର୍ ହେଉଥିବା ବେଳେ ଘଟିଥିଲା ଅଘଟଣ।୧୩ ଜଣଙ୍କୁ ଉଦ୍ଧାର କଲେ ଏମଭି-୭୯ ଥାନା ପୋଲିସ୍ ଓ ଦମକଳ ବାହିନୀ।ନିଖୋଜ କନିଷ୍ଠ ଯନ୍ତ୍ରୀ କୈଳାସ ଶାହାଙ୍କୁ ଖୋଜାଖୋଜି ଜାରି ରହିଛି ।
ଭୁବନେଶ୍ୱର,୧୦/୯(ଏସଏସ ନିଉଜ)ପାର୍ବଣ ଋତୁରେ ରାଜଧାନୀରେ ଗଡ଼ିଛି ମୁଣ୍ଡ । ୟୁନିଟ୍-୮ ଅଞ୍ଚଳରେ ଯୁବକକୁ ପିଟିପିଟି ହତ୍ୟା କରାଯାଇ ଥିବାର ଅଭିଯୋଗ ହୋଇଛି। ଯୁବକଙ୍କ ନାମ ସୁବ୍ରତ ରାଓ ଓରଫ ଚନ୍ଦୁ । ମୁଣ୍ଡର ପଛ ଭାଗକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁ ମୃତୁ ଘଟିଛି। ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।
ଭଦ୍ରକ,୧୦/୯(ଏସ ଏସ ନିଉଜ) ଆଇଟିଆଇରେ ପଢୁ ଥିବା ତିହିଡ଼ି ନନ୍ଦପୁରରେ ଜଣେ ଛାତ୍ର ବିଷପାନ କରିଛନ୍ତି। ଗତକାଲି କଲେଜରୁ ଫେରି ଘରେ ବିଷ ପିଇଥିବା ସୂଚନା ମିଳିଛି। ତାଙ୍କୁ ପ୍ରଥମେ ତିହିଡ଼ି ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତିହିଡ଼ିର ଏକ ଘରୋଇ ଆଇଟିଆଇ କଲେଜରେ ପଢୁଥିଲେ। ତେବେ ବିଷପାନର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର,୧୦/୯(ଏସଏସ ନିଉଜ)]ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ପାଇମାଣ ବଢିବାର ସମ୍ଭାବନା ରହିଛି।ଆଜି ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜୈହିଛି।ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଉଛି।
ପୁରୀ,୧୦/୯(ଏସ ଏସ ନିଉଜ) ବ୍ରିଟେନ୍ ରାଣୀ ଏଲିଜାବେଥ୍ -୨ଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ବେଳାଭୂମି ରେ ରାଣୀ ଏଲିଜାବେଥ୍ଙ୍କ ବିରାଟ ବାଲୁକା କଳା କରିବା ସହ ଏହାକୁ ଗୋଲାପ ଫୁଲରେ ସଜାଇ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି। ଏହି ବାଲୁକା କଳାର ଉଚ୍ଚତା ୬ ଫୁଟ ହୋଇ ଥିବାବେଳେ ଏଥିରେ ସେ ୬ ଟନ୍ ବାଲି ଓ ୭୪୦ଟି ଗୋଲାପ […]
୨୦୨୨ ମସିହା ସେପ୍ଟେମ୍ବର ମାସ ୧୦ ତାରିଖ (ଶନିବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ଦିବା ଘ୩/୪୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୩୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୦/୫୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ମିଥୁନ , ମୀନ ଓ ଧନୁ ରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ସ୍ତ୍ରୀ ତୈଳ ବର୍ଜନ ଓ ମାଛ, ମାଂସ ଦିବା ଘ୩/୪୫ ଗତେ ପାଣି କଖାରୁ ଭକ୍ଷଣ ନିଷେଧ । ମେଷ-ଘରେଲାଗିରହିଥିବା ଅଶାନ୍ତିଯୋଗୁଁ ଆପଣ […]
ଭୁବନେଶ୍ୱର, ୯/୮(ଏସ ଏସ ନିଉଜ)କଟକର ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରାଯିବ ।ଏହାସହିତ ଆବଶ୍ୟକ ଥିବା ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ […]
ଚନ୍ଦ୍ରଶେଖରପୁର,୯/୯(ଏସଏସନିଉଜ) ଶୁକ୍ରବାରଦିନ ପଟିଆସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ଅଷ୍ଟମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କୁନେଇ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହେଇଯାଇଛି ।ଏଥିରେ ମୋଟ ୨୧୩ଟି ପ୍ରକଳ୍ପ ସ୍ଥାନପାଇଥିଲା ।ମୂଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ନିର୍ଦେଶାଳୟର ସଂସ୍ଥାପନ ଅଧିକାରୀ ଶାନ୍ତନ ପଟନାୟକ,ସମ୍ମାନୀତଅତିଥି ତଥା ମୁଖ୍ୟବିଚାରକ ଭାବେ କିସ ବିଦ୍ୟାଳୟର ବିଜ୍ଞାନଭିତିକ ପ୍ରକଳ୍ପ ଅଧିକାରୀ ଅନନ୍ୟାଦାସ ଓ ସନ୍ତୋଷ ପଣ୍ଡା ଯୋଗଦେଇ ଶିଶୁମାନଙ୍କର ମନରେ ବୈଜ୍ଞାନିକ ମନୋବୃତି ଆଣିବା କ୍ଷେତ୍ରରେ ଗୁରୁତ୍ବଆରୋପ କରିଥିଲେ । ଏହାସହ ବିଭିର୍ଣ ପ୍ରକଳ୍ପଗୁଡିକ ବୁଲିଦେଖି […]
ମେଣ୍ଢାଶାଳ,୮/୯(ଏସଏସନିଉଜ) ଭାଦ୍ରବମାସ ଶୁକ୍ଳଦ୍ଵାଦଶୀ ତିଥି ବୁଧବାର ଅତିବଡ଼ି ଜଗନ୍ନାଥଦାଶ ଙ୍କ ଜୟନ୍ତୀଉସବ ମେଣ୍ଢାଶାଳସ୍ଥିତ ଭାଗବତବାସୁଦେବମନ୍ଦିର ସମ୍ମୁଖ ରେ ଅନୁଷ୍ଠିତ ହୋଇ ଯାଇଛି।ଅଖିଳ ଭାରତୀୟ ସାହିତ୍ୟପରିଷଦ ଖୋର୍ଦ୍ଧାଜିଲ୍ଲା ତରଫରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ରାଷ୍ଟ୍ରଦୀପର ସମ୍ପାଦକ ଚିତରଞ୍ଜନ ମହାପାତ୍ର,ନାଇଜରର କୂଳସଚିବ ଡ଼, ଅଭୟକୁମାର ନାୟକ, ଅଖିଳଭାରତୀୟ ସାହିତ୍ୟପରିଷଦର କାର୍ଯ୍ୟକାରୀସଭ୍ୟ ତଥା କିସ ଓଡ଼ିଆବିଭାଗର ଡ଼.ପ୍ରମୋଦିନି ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଭାଗବତଟୁଙ୍ଗି ପ୍ରତିଷ୍ଠା କରା ଯାଇ ଭାଗବତପାଠ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପାଶ୍ଚାତ୍ୟସଭ୍ୟତା […]