Browsing monthly archive

September 2022

ଲଜ୍‌ରେ ଯୁବତୀଙ୍କ ଆତ୍ମହତ୍ୟା

ପୁରୀ,୧୧/୯(ଏସ ଏସ ନିଉଜ) ଲଜ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।କୁମ୍ଭାରପଡ଼ା ଥାନା ବଡ଼ଛକ ସ୍ଥିତ ଲଜ୍‌ରୁ ମୃତଦେହ ଉଦ୍ଧାର ହିଇଛି ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ ସୂଚନା ମିଳିଛି।ମୃତକ ୨୨ ବର୍ଷୀୟ ଯୁବତୀ ଓ ସେ ଭୁବନେଶ୍ୱରରୁ ପୁରୀ ଆସିଥିଲେ।

ନକଲି ନୋଟ୍ ଜବତ

ରାଉରକେଲା,୧୧/୯(ଏସଏସ ନିଉଜ)ରାଉରକେଲାରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ ହୋଇଛି ।ରାଉରକେଲାର ସେର ୧୫ ଥାନା ଅଞ୍ଚଳରୁ ନକଲି ନୋଟ୍ ଜବତ ହୋଇଛି।ରାଉରକେଲା ପୋଲିସ୍ ସହାୟତାରେ ଜବତ କରିଛି ଏସ୍ଟିଏଫ୍ ।ଜାଲ ନୋଟ୍ କାରବାରରେ ସଂପୃକ୍ତ ସେକ୍ ଅହମ୍ମଦ ନାମକ ଜଣେ ଗିରଫ ହୋଉଛି।ଗୋଟିଏ ଲାପ୍ଟପ୍ , ଗୋଟିଏ କଲର ପ୍ରିଣ୍ଟର ଓ ଅନ୍ୟ ସରଞ୍ଜାମ ଜବତ ହୋଇଛି।

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ

ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ ଘଟିଛି। ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି ।

ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍

  ଦିଗପହଣ୍ଡି,୧୧/୯(ଏସ ଏସ ନିଉଜ) ଭୀଷ୍ମଗିରି କଲେଜ ନିକଟରେ ଘରେ ପଶି ବୃଦ୍ଧାଙ୍କୁ ଲୁଟ୍ କରି ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରି ସୁନା ଓ ଟଙ୍କା ଲୁଟ୍ କରାଯାଇଛି।ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି।ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲାଗି ରହିଛି ବର୍ଷା ।ସମୁଦ୍ର ଅଶାନ୍ତ ରହୁଥିବାରୁ ୧୨ ତାରିଖ ଯାଏଁ ସମୁଦ୍ର ମନା କରିଛି ପାଣିପାଗବିଭାଗ।

ଆଜି ଭାରତରେ ଶୋକ

ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଆଜି ଭାରତରେ ଶୋକ ପାଳନ।ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକପାଳୁଛି ଭାରତ ।ଆଜି ଦେଶବ୍ୟାପି ଅର୍ଦ୍ଧ ନମିତ ରହିବ ଭାରତର ଜାତୀୟ ପତାକା।ସରକାରୀ ଭାବେ ଆୟୋଜିତ ହେବନି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ। ଆସନ୍ତା ୧୯ରେ ରାଜକୀୟ ଢଙ୍ଗରେ ହେବ ରାଣୀ ଏଲିଜା ବେଥଙ୍କ ଶେଷକୃତ୍ୟ।

ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ମୁମ୍ବାଇର ଟ୍ରାଇଡେଣ୍ଟ୍‌ ହୋଟେଲ ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥି‌ରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ ବୋଲି ଜଣା ପଡ଼ିଛି।ମୁଖ୍ୟମନ୍ତ୍ରୀ ସେପ୍ଟେ ମ୍ବର ୧୫ରେ ଭୁବନେଶ୍ବର ଫେରି ବାର କାର୍ଯ୍ୟକ୍ରମ ରହିଛି।

ମେଣ୍ଢାଶାଳରେ ପୋଷଣଦିବସ ପାଳନ

ବାରଙ୍ଗ,୧୦/୯ (ଏସଏସ ନିଉଜ) ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଓ ଏମ୍ସ ସ୍ୱାସ୍ତ୍ୟ ସଂସ୍ଥା ଆନୁକୂଲ୍ୟ ରେ ଶନିବାର ଦିନ ମେଣ୍ଢାଶାଳ ପଂଚାୟତ ସଭାଗୃହରେ ପୋଷଣ ଦିବସ ପାଳିତ ହୋଇ ଯାଇଛି।ସରମ୍ପଚ କୌଶଲ୍ୟା ବଳିଆରସିଂଙ୍କ ସଭା ପତିତ୍ୱରେ ଅନ୍ୟଷ୍ଟିତ ଉସବରେ ଏମ୍ସ ର ପ୍ରଫେସର ଡ଼.ବିନୋଦ କୁମାର ପାତ୍ର, ସହକାରୀ ପ୍ରଫେ ସର ଡ଼.ପ୍ରିୟ ମାଧବ ବେହେରା ଅତିଥି ଭାବେ ଯୋଗଦେଇ ଥିଲେ।ମହିଳା ମାନଙ୍କ ମଧ୍ୟରେ ମାତୃ ଓ ଶିଶୁ ମାନଙ୍କପାଇଁ ଉଦିଷ୍ଟ ପୋଷଣ ଖାଦ୍ୟଗ୍ରହଣ ଉପରେ […]

ଆଜିର ରାଶିଫଳ

ଅପରପକ୍ଷାରମ୍ଭ,୨୦୨୨ମସିହା ସେପ୍ଟେମ୍ବରମାସ ୧୧ତାରିଖ (ରବିବାର) ଭାଦ୍ରବମାସ –କୃଷ୍ଣପକ୍ଷ ,ତିଥି-ପ୍ରତିପଦା ଦିବା ଘ୧/୨୦ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୬/୫୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୦/୦୬ ,ମେଷ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର , ପ୍ରତିପଦାର ସାମ୍ଭଶ୍ଚରିକ ଓ ଦ୍ୱିତିଆ ପାର୍ବଣଶ୍ରାଦ୍ଧ , ମହାଳୟା ବିଧିରେ ହେବ । ମେଷ-ରବିବାର ଆପଣଙ୍କପାଇଁ ଅତ୍ୟନ୍ତଶୁଭ ହେବାକୁ ଯାଉଛି ଏବଂ ଫଳାଫଳ ପାଇବାମଧ୍ୟ ଉତ୍ତମ ହେବ । ଆଜି ଆପଣ ସକରାତ୍ମକ ଚିନ୍ତାଧାରା ରଖିବେ । ନିଜଯୋଗ୍ୟତା ବଳରେ ଲୋକଙ୍କୁ […]

ପୁଣି ହାତୀମୃତଦେହ ଠାବ

ଭୁବନେଶ୍ୱର,୧୦/୯(ଏସଏସ ନିଉଜ)ବଣାଇ ନିକଟ ବାଙ୍କୀ ରେଞ୍ଜର ଏକ ଟୁଙ୍ଗୁରୀଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି ।ଖବରପାଇ ଘଟଣା ସ୍ଥଳରେ ବନକର୍ମଚାରୀ ମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।